berhampur-Bank-Agent-hatyakanda-ghtana

ତ୍ରିକୋଣୀୟ ପ୍ରେମ କାରଣ

53

ଏଚ୍ଡିଏଫ୍ସି ବ୍ୟାଙ୍କ ଏଜେଣ୍ଟ ହତ୍ୟାକାଣ୍ଡ
ବ୍ରହ୍ମପୁର, ୧୨ା୯(ବୁ୍ୟରୋ): ବହୁ ଚର୍ଚ୍ଚିତ ଏଚ୍ଡିଏଫ୍ସି ବ୍ୟାଙ୍କ ଏଜେଣ୍ଟ ନିଖୋଜ ଘଟଣା ଭିନ୍ନ ମୋଡରେ ପହଞ୍ଚôଛି । ତ୍ରିକୋଣିଅ ପ୍ରେମ କାହାଣୀକୁ ନେଇ ପ୍ରଥମେ ଅପରହରଣ ଓ ପରେ ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣାରେ ସମ୍ପୃକ୍ତ ଡାକ୍ତର ଫେରାର ହୋଇଯାଇଥିବାବେଳେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଦୁଇଜଣଙ୍କୁ ପୁଲିସ୍ ଗିରଫ କରିଛି । ପୁଲିସ୍ ପକ୍ଷରୁ ପ୍ରଥମେ ବଡଗୁମୁଳା ଗ୍ରାମ ନିକଟସ୍ଥ ଏକ ପ୍ଲଟ୍ରୁ ପ୍ରଥମେ ମୁଣ୍ଡ ଗୋଡବିହୀନ ଗଳିତ ଶବ ଠାବ କରିବା ପରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।
ସୂଚନାଯୋଗ୍ୟ, ଗତ ୧୮ ଅଗଷ୍ଟରୁ ଖଲ୍ଲିକୋଟ ଥାନା ବାଣିଆ ଗ୍ରାମର ଏଚ୍ଡିଏଫ୍ସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ପ୍ରସାଦ ଗୌଡ ନିଜ ଗାଁରୁ ବ୍ରହ୍ମପୁରକୁ ଆସି ଘରକୁ ଫେରିନଥିଲେ । ୨୦ରେ ବିଷ୍ଣୁଙ୍କ ସ୍ତ୍ରୀ ନର୍ମଦା ଗୌଡ ବୈଦ୍ୟନାଥପୁର ଥାନାରେ ବିଷ୍ଣୁ ନିଖୋଜ ହୋଇଥିବା ନେଇ ଏକ ମାମଲା ରୁଜୁ କରିଥିଲେ । ନର୍ମଦାକୁ ଏକ ଫୋନ୍ କଲ ଆସିଥିଲା । ତୁମ ସ୍ୱାମୀକୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ଏହାପରେ ବୈଦ୍ୟନାଥପୁର ପୁଲିସ୍ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବୁଧବାର ବଡଗୁମୁଳା ସ୍ଥିତ ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡ କାଳି ମନ୍ଦିର ନିକଟରେ ଥିବା ଗାୟତ୍ରୀ କ୍ଲିନିକ୍ର ମାଲିକ ତଥା ଛତ୍ରପୁର ମେଡିକାଲ୍ର ଭାରପ୍ରାପ୍ତ ଅଧିକାରୀ ଡା. ହୃଷିକେଶ ତ୍ରିପାଠୀଙ୍କ ପ୍ଲଟରୁ ପ୍ରଥମେ ମାଟିତଳେ ପୋତା ଯାଇଥିବା ବିଷ୍ଣୁଙ୍କ ମୁଣ୍ଡ ଓ ଗୋଡ ବିହୀନ ଶବ ପୁଲିସ ଜବତ କରିବା ପରେ ବିଷ୍ଣୁଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ । ପରେ ଉକ୍ତ ମାଟିତଳୁ ପ୍ରଥମେ ଦୁଇଟି ଗୋଡ ଓ ପରେ ମୁଣ୍ଡକୁ ମଧ୍ୟ ପୁଲିସ ଜବତ କରିଥିଲା । ଏହାଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ କହିଥିବାବେଳେ ତି୍ରକୋଣୀୟ ପ୍ରେମରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସ୍ପଷ୍ଟ କରିଛନ୍ତି । ତଦନ୍ତ ଚାଲିଛି ହତ୍ୟାକଣ୍ଡାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡା. ହୃଷିକେଶ ତ୍ରିପାଠୀ ଫେରାର୍ ଥିବା ଯୋଗୁଁ ସେ ଗିରଫ ହେବାପରେ ଘଟଣାର ସବିଶେଷ ତଥ୍ୟ ପର୍ଦ୍ଦାଫାସ କରାଯିବ ବୋଲି ଏସ୍ପି ଶ୍ରୀ ମିଶ୍ର କହିଛନ୍ତି । ତେବେ ଗାୟତ୍ରୀ କ୍ଲିନିକ୍ରେ ଥିବା ଜୈନିକା ନର୍ସଙ୍କ ସହ ଏଚ୍ଡିଏଫ୍ସି ଏଜେଣ୍ଟ ବିଷ୍ଣୁ ଗୌଡ ବହୁଦିନ ଧରି ସମ୍ପର୍କ ରଖିଥିଲେ ବୋଲି ସୂଚନା ମିଳିଛି । ଡାକ୍ତର ତ୍ରିପାଠୀ ମଧ୍ୟ ନର୍ସଙ୍କ ସହ ସମ୍ପର୍କ ଗଢ଼ିବା ପରେ ବିଷ୍ଣୁ ଓ ଡାକ୍ତରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ପରେ ଏକ ସୁପରିକଳ୍ପିତ ଯୋଜନା ଅନୁଯାୟୀ ବିଷ୍ଣୁଙ୍କୁ ହତ୍ୟା କରିବା ପାଇଁ ଡାକ୍ତର ତ୍ରିପାଠୀ ଯୋଜନା କରିଥିଲେ । ଯୋଜନା ମୁତାବକ ତାଙ୍କର ତିନିଜଣ ସହଯୋଗୀଙ୍କ ସହାୟତାରେ ଗାୟତ୍ରୀ କ୍ଲିନିକ୍ର ଉପରକୋଠାରେ ହତ୍ୟା କରି ନିଜ କାର୍ରେ ଗଡଗୁମୁଳା ନିଜ ପ୍ଲଟକୁ ନେଇ ସେଠାରେ ମାଟି ଖୋଳି ଶବକୁ ପୋତି ଦେଇଥିଲେ । ଘଟଣାରେ ଡାକ୍ତରଙ୍କୁ ସହଯୋଗ କରିଥିବା ଲୋଚାପଡା ଅଞ୍ଚଳର ଗଙ୍ଗା ବେହେରାକୁ ପୁଲିସ ଗିରଫ କରିବା ପରେ ଏ ସମ୍ପର୍କେର ପୁଲିସ୍ ସବିଶେଷ ତଥ୍ୟ ପାଇଥିଲା । ସେପଟେ ଗଙ୍ଗାକୁ ନେଇ ବୁଧବାର ବଡଗୁମୁଳାରେ ଡାକ୍ତରଙ୍କ ପ୍ଲଟରୁ ବିଷ୍ଣୁଙ୍କ ଶବକୁ ଜବତ ପରେ ଗଙ୍ଗାକୁ ପୁଲିସ ଗିରଫ କରିଛି । ତେବେ ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ କରୁଥିବାବେଳେ ଡାକ୍ତରଙ୍କ ଗାଡିର ପୁରୁଣା ଡ୍ରାଇଭର ଗୋଷାଣୀ ନୂଆଗାଁ ଅଞ୍ଚଳର ଜନୈକ ଯୁବକଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ଜଣାପଡିଛି । ଅଭିଯୁକ୍ତ ଡାକ୍ତର ଗିରଫ ଭୟରେ ଫେରାର୍ ଥିବାବେଳେ ଡାକ୍ତରଙ୍କ ନୂଆ ବସ୍ଷ୍ଟାଣ୍ଡସ୍ଥିତ ଗାୟତ୍ରୀ କ୍ଲିନିକ୍କୁ ପୁଲିସ ସିଲ୍ କରିଛି । ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଉକ୍ତ କ୍ଲିନିକ୍କୁ ସିଲ୍ କରିବା ସହ ହତ୍ୟା କରାଯାଇଥିବା କୋଠରୀକୁ ମଧ୍ୟ ସାଇଣ୍ଟିଫିକ୍ ଟିମ୍ ସହ ଏସ୍ପି ଶ୍ରୀ ମିଶ୍ର ନିଜେ ତଦନ୍ତ କରିଛନ୍ତି । ଏହାସହ ଡାକ୍ତରଙ୍କ ସ୍ତ୍ରୀ ଡା. ସଂଧ୍ୟାରାଣୀ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ସହ ଏସ୍ପି ନିଜେ ଘଟଣା ବିଷୟରେ ଆଲୋଚନା କରିଛନ୍ତି । ତେବେ ଘଟଣା ଘଟିବା ଦିନ ଡାକ୍ତରଙ୍କ ପୁଅ ଭିଲାଇରେ ଥିବାବେଳେ ସ୍ତ୍ରୀ ଡାକ୍ତର ସଂଧ୍ୟାରାଣୀ ରାଜ୍ୟ ବାହାରକୁ ଯାଇଥିବା ପୁଲିସ ଜାଣିବାକୁ ପାଇଛି । ତେବେ ଘଟଣା ଏକ ପ୍ରେମ କାରବାରକୁ ନେଇ ହୋଇଥିବାରୁ ସେଥିରେ ଜଣେ ବରିଷ୍ଠ ଡାକ୍ତରଙ୍କ ସମ୍ପୃକ୍ତି ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଧବାର ଅତିରିକ୍ତ ଏସ୍ପି ଶାନ୍ତୁନୁ କୁମାର ଦାଶ ଓ ପ୍ରଭାତ କୁମାର ରାଉତରାୟଙ୍କ ସମେତ ବୈଦ୍ୟନାଥପୁର ଥାନା ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ, ବଡବଜାର ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ, ଗୋଷାଣୀ ନୂଅଗାାଁ ଥାନା ଅଧିକାରୀ କୁଳମଣି ସେଠୀ ପ୍ରମୁଖ ତଦନ୍ତରେ ସାମିଲ ହୋଇ ଏହି ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com