TIHIDI-Banya---2018-PHOTO-TIHIDI

ପାନୀୟଜଳ ସଙ୍କଟ ଗୁରୁତର

15

ତିହିଡ଼ି(ଆପ୍ର): ତିହିଡ଼ି ଓ ଚାନ୍ଦବାଲି ବ୍ଲକର ବନ୍ୟାଞ୍ଚଳରେ ପିଇବା ପାଣି ସମସ୍ୟା ଗୁରୁତର ଆକାର ଧାରଣ କରିଛି । ଗାଁରେ ବସିଥିବା ନଳକୂପଗୁଡ଼ିକ ତିନି ଦିନ ହେଲା ପାଣିରେ ବୁଡ଼ି ଥିବାରୁ କଏହା ଉପରେ ନିର୍ଭର କରୁଥିବା ସାଧାରଣ ଲୋକେ ପିଇବା ପାଣି ପାଇଁ ସମସ୍ୟାରେ ପଡ଼ିଛନ୍ତି ।
ସୂଚନା ଅନୁଯାୟୀ, ଉଭୟ ବ୍ଲକରେ ୯୦ ନଳକୂପ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ରାସ୍ତା ପାଶ୍ୱର୍ରେ ଅଳ୍ପ ଗଭୀରରେ ପାଣି ପାଇପ ବିଛି ଯାଇଥିବାରୁ ପାଣି ମାଡ଼ରେ ସେସବୁ ଭାଙ୍ଗି ଯାଇଛି । ଏତିକି ନୁହେଁ ପାଣି ପମ୍ପ ଘରଗୁଡ଼ିକ ବି ୩ରୁ ୪ ଫୁଟ୍ ପାଣିରେ ବୁଡ଼ି ରହିଛି । ବୋଡକ, ବିଲଣା, ବାରୋ, ତଳଗୋପବିନ୍ଧା, କାଁପଡ଼ା, ତଳଦୁମୁକା, ଈଶ୍ୱରପୁର ଓ ବାରସରରେ ଥିବା ପମ୍ପ ହାଉସ୍ ବୁଡ଼ି ରହିଥିବାରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି । ତିହିଡ଼ି ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା (ଆର୍ଡବ୍ଲୁଏସ୍ଏସ୍) ନଳକୂପଗୁଡ଼ିକ ବିଶୋଧନ କରି ଜଳଯୋଗାଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।




Powered by odothemes.com