angul2

ପୋଡ଼ାଜଳା, ଭଙ୍ଗାରୁଜା

56

‘ସୁନ୍ଦରୀ’ ଆକ୍ରମଣରେ ମହିଳାଙ୍କ ମୃତୁ୍ୟ
ଅନୁଗୋଳ(ଆପ୍ର): ସାତକୋଶିଆ ଅଭୟାରଣ୍ୟରେ ରହୁଥିବା ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ହାତୀବାରୀ ଗାଁର ଜଣେ ମହିଳାଙ୍କ ମୃତୁ୍ୟ ଘଟଇବାକୁ କେନ୍ଦ୍ର କରି ଲଙ୍କାକାଣ୍ଡ ଘଟିଛି । ଉତ୍ତ୍ୟକ୍ତ ଲୋକେ ବିଟ୍ ହାଉସ ଓ ରେଞ୍ଜ୍ ଅଫିସ୍ ପୋଡ଼ାଜଳା କରିବା ସହିତ ଭଙ୍ଗାରୁଜା କରିଛନ୍ତି ।
ପ୍ରକାଶ ଯେ ସାତକୋଶିଆ ବନାଞ୍ଚଳରେ ଥିବା ହାତୀବାରୀ ଗାଁର କୈଳାସୀ ଗଡ଼ନାୟକ ପୋଖରୀକୁ ଯାଇଥିଲେ । କିନ୍ତୁ ଦୀର୍ଘ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ବୁଧବାର ସକାଳେ ସାତକୋଶିଆ ଭିତରେ କୈଳାସୀଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବାକୁ ମିଳିଥିଲା । ଯେଉଁଭଳି କ୍ଷତବିକ୍ଷତ ହୋଇଥିଲା ସେଥିରୁ ବାଘ ମାରିଥିବା ଜଣାପଡ଼ୁଥିଲା । ସାତକୋଶିଆରେ ବୁଲୁଥିବା ସୁନ୍ଦରୀ ମାରିଥିବା ପରିବାର ଲୋକେ ଅଭିଯୋଗ କରିବାରୁ ଉତ୍ତେଜନା ଦେଖାଯାଇଥିଲା । ଶହଶହ ଉତ୍ତ୍ୟକ୍ତ ଜନତା ଟିକରପଡ଼ା ରେଞ୍ଜ ଅଫିସ, ହାତୀବାରୀ ବିଟ୍ ହାଉସ, ଟିକରପଡ଼ା ଫରେଷ୍ଟ ହାଉସ, ଫରେଷ୍ଟ ବଙ୍ଗଳା, ବୋଟ ଆଦିରେ ନିଆଁ ଲଗାଇ ଭଙ୍ଗାରୁଜା କରିଥିଲେ । ମୃତୁ୍ୟ ସଂପର୍କରେ ଫରେଷ୍ଟ ବିଭାଗ ଚୁପ ଥିବା ବେଳେ ବ୍ୟବଚ୍ଛେଦ ରିପୋଟରୁ ସତ ଜଣାପଡ଼ିବ ବୋଲି କୁହାଯାଇଛି । କଅପରପକ୍ଷେରେ ଲୋଙ୍କ ସୂଚନା ଅନୁଯାୟୀ ସାତକୋଶିଆ ଭିତରେ ଥିବା ବାଘୁଣୀ (ସୁନ୍ଦରୀ) ମାରିଛି । ସ୍ଥାନୀୟରେ ଉତ୍ତେଜନା ଦେଖାଯାଉଥିବାରୁ ସେଠାରେ ଥିବା ସୁରକ୍ଷା କର୍ମୀ, ପୁଲିସ ଲୋକଙ୍କ ବୁଝାସୁଝା କରୁଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଜୁନ ୨୮ ତାରିଖରେ ବାନ୍ଧବଗଡ଼ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ବାଘୁଣୀ, ସୁନ୍ଦରୀକୁ ଆଣି ସାତକୋଶିଆର ଛଡ଼ା ଯାଇଥିଲା । ପରେ ଏନକ୍ଲୋଜରରେ ରହିବା ପରେ ଗତ ଜୁଲାଇ ୬ ତାରିଖରେ ବାଘୁଣୀକୁ ଜଙ୍ଗଲ ଭିତରେ ଛଡ଼ା ଯାଇଥିଲା । ପରେ ସୁନ୍ଦରୀକୁ ଛାଡ଼ିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କିତ ହୋଇଯାଇଥିଲା । ଏବଂ ତାପରେ ୧୨୬ଟି ଗାଁ ଲୋକେ ପ୍ରତିବାଦ କରିଥିଲେ । ଆଜି ଏହି ମୃତ୍ୟୁକୁ ନେଇ ଲୋକ ଭୟଭୀତ ହୋଇଛନ୍ତି ।

ସେଆର କରନ୍ତୁ:



Powered by odothemes.com