Awareness-Programme-at-Govt

କୁସଂସ୍କାର ଓ ଅନ୍ଧବିଶ୍ୱାସ ସଚେତନା କାର୍ଯ୍ୟକ୍ରମ

25

ବେତନଟୀ, ୧୨ ।୯(ଆପ୍ର): ବେତନଟୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବେତନଟୀ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ନଗେନ ବିହାରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଗଧା ଶ୍ରୀରାମଚନ୍ଦ୍ର ଭଞ୍ଜ ଜୁନିଅର କଲେଜର ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ଦାସ ଯୋଗ ଦେଇ ମୋବାଇଲରେ ଥିବା ଶିକ୍ଷଣୀୟ ବସ୍ତୁକୁ ଛାତ୍ରଛାତ୍ରୀ ନିଜ କାର୍ଯ୍ୟରେ ଲଗାଇ ପାରିଲେ ସେମାନଙ୍କର ମଙ୍ଗଳ ହେବ ବୋଲି ମତ ପ୍ରକାଶ କରି ଥିଲେ । ମୋବାଇଲରେ ମଧ୍ୟ ବହୁ ଜିନିଷ ରହିଛି ଯାହା ମାନବ ସମାଜ ପ୍ରତି କ୍ଷତିକାରକ । ସେଗୁଡିକୁ ଛାତ୍ରଛାତ୍ରୀ ଗ୍ରହଣ କରିବା ଉଚିତ ନୁହେଁ ବୋଲି ଉପଦେଶ ପ୍ରଦାନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଓଡିଶାର ଅଗ୍ରଣୀ ମହିଳା ସଂଗଠନ ପଦ୍ମମାଳୀର କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳୀ ଭୂୟାଁ, ସମ୍ପାଦିକା ପ୍ରଭାତୀ ମହାନ୍ତି, ସହସମ୍ପାଦିକା କବୟତ୍ରୀ ସୁମତୀ ମହାନ୍ତ, କୋଷାଧ୍ୟକ୍ଷା ବିନୋଦିନୀ ମହାନ୍ତ, ଆବାହିକା ମିନାକ୍ଷୀ ପରିଡା, କାର୍ଯ୍ୟାଳୟ ସମ୍ପାଦିକା ସସ୍ମିତା ଧଳ ମହାନ୍ତ, ଶିକ୍ଷୟତ୍ରୀ ଶକୁନ୍ତଳା ବେହେରା, ଶିକ୍ଷୟତ୍ରୀ ଚିନ୍ମୟୀ ମହାପାତ୍ର, ଶିକ୍ଷୟତ୍ରୀ ପ୍ରବୀଣା ମିଶ୍ର, ଶିକ୍ଷୟତ୍ରୀ ମମତା ମୁର୍ମୁ, ଶିକ୍ଷକ ପ୍ରମୋଦ ରାଉତ, ଶକ୍ତିଶ୍ୱର ମହିଳା ସଂଗଠନର ସଭାପତି ଜୟନ୍ତୀ ବିଶ୍ୱାଳ, ସ୍ୱର୍ଣ୍ଣଲତା ମହାନ୍ତ, ମିନତୀ ସାହୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଥିଲେ । ବେତନଟୀ ବ୍ଲକ ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ କବି ମନୋଜ କୁମାର ମହାନ୍ତ ଅତିଥି ପରିଚୟ କରିଥିଲେ । ଅନ୍ଧ ବିଶ୍ୱାସ ଉପାନ୍ତ ଓ ଗ୍ରାମୀଣ ଲୋକଙ୍କ ମଧ୍ୟରେ ଏକ ବୃହତ୍ ବ୍ୟାଧି ହୋଇ ଉପନୀତ ହୋଇଛି ଓ କୁସଂସ୍କାର ଦ୍ୱାରା ବହୁ ଲୋକ ଏହି ଜିଲ୍ଲାରେ ପ୍ରଭାବିତ ହେଉଛନ୍ତି । ଏହାର ଦୂରି କରଣ ପାଇଁ ଛାତ୍ରୀ ମାନଙ୍କୁ ଅତିଥିମାନେ ଉପଦେଶ ଦେଇଥିଲେ । ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଗଣେଶ ଚନ୍ଦ୍ର ଆଚାର୍ଯ୍ୟ, ଦୟାନିଧି ନନ୍ଦଗୋସ୍ୱାମୀ, ଲଳିତ କୁମାର ମହାନ୍ତ, ଦେବସ୍ମିତା ପଣ୍ଡା, ଗାର୍ଗି ବାରିକ, ସାଇଶଙ୍କର ମହାନ୍ତ, ବିକ୍ରମାଦିତ୍ୟ ଦାସ ବିଭିନ୍ନ କାର୍ଯ୍ୟକ୍ରମ ତୁଲାଇ ଥିଲେ । ଶେଷରେ ସାମ୍ବାଦିକ ସଂଘର ସମ୍ପାଦକ ଗତିକୃଷ୍ଣ ମହାନ୍ତ ଧନ୍ୟବାଦ ଅର୍ପଣ କରି ଥିଲେ ।

ସେଆର କରନ୍ତୁ:



Powered by odothemes.com