DHAMARA-TAHASIL-KARYALAYA---2018-PHOTO-TIHIDI

୧୨୦୦ ଏକର ଧାନ ପଚିଗଲା

8

ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି
ଧାମରା, ୧୨ା୯(ଆପ୍ର): ଖରିଫ ·ଷ ଆରମ୍ଭ ବେଳୁ ପ୍ରତିକୂଳ ପାଗରେ ଧାମରା ଅଞ୍ଚଳର ·ଷୀ ·ଷ କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ଷା ଅଭାବରୁ ଖରାଟିଆ ତଳି ପୋଡ଼ିଗଲା । ଏହା ପରେ ଆତରା ତଳି ମଧ୍ୟ ·ଷୀ ପକାଇଲେ ତାହାବି ବର୍ଷା ଅଭାବରୁ ପୋଡ଼ିଗଲା । ଶେଷରେ ଧାମରା ଅଞ୍ଚଳର ·ଷୀ ଖରିଫ ·ଷ କରିବାକୁ ବିକଳ୍ପ ଚିନ୍ତାଧାରା ନେଲେ । ସୋର, ନିଳଗିରୀ, ବାଲେଶ୍ୱର, ବାହାନଗା, ଅନନ୍ତପୁର, ଇରମ ଆଦି ଅଞ୍ଚଳରୁ ବିହନ ବିଡା ପ୍ରତି ୭ ଟଙ୍କା ଦରରେ କିଣି ଗାଡି ମୋଟରରେ ବୋଝେଇ କରି ଧାମରା ଆଣିଲେ । ପଣ ୭୦୦ ଟଙ୍କା ଦେଇ ଆଣିଥିବା ଧାନ ବିହନ ବିଡା ନିଜ ଜମିରେ ରୋଇବା ପରେ ଆଶା କରିଥିଲେ ଏଥର ଭଲ ଫଳ ଫଳୁ । ହେଲେ ୨୦୧୮ ଅଗଷ୍ଟ ମାସ ଶେଷ ସପ୍ତାହ ଏବଂ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଲଗାଣ ବର୍ଷାରେ ବୁଡିଗଲା ସେମାନଙ୍କ ·ଷ ଜମି । ମୁହାଁଣ ମୁହଁ ହୋଇଥିବାରୁ ଦରିଆରୁ ଉଠିଲା ବଡ ବଡ ଜୁଆର । ଅମାବାସ୍ୟା ତିଥି ପଡିଥିବାରୁ ସମୁଦ୍ରରୁ ଉଠିଥିବା ବଡ ଜୁଆର ଏହି ·ଷ ଜମିକୁ ମାଡିଲା । ଲୁଣା ଜୁଆର ·ଷ ଜମିରେ ମାଡିବା ସହ ମନ୍ତେଇ ନଦୀର ବନ୍ୟା ପାଣି ବି ଶହ ଶହ ଏକର ·ଷ ଜମିକୁ ଗୋଟିଏ ସପ୍ତାହ ହେଲା ବୁଡାଇ ରଖିଛି । ଜାଗୁଳା, ଧାମରା, ନରସିଂହପୁର, କମାରସାହି, ଝାଡକଟା, ଶଙ୍ଖଯୋଡି, ବାଣୁଆସାହି, ଗୋବିନ୍ଦପୁର, ଡିଆଁନରସିଂହପୁର ଆଦି ଗାଁର ୧୨୦୦ ରୁ ଅଧିକ ଏକର ·ଷ ଜମିର ରୁଆ ଧାନ ବର୍ଷାଜଳ, ବନ୍ୟାଜଳ ଏବଂ ଲୁଣା ଜୁଆର ଜଳ ପ୍ରଭାବରେ ପଚିବାକୁ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳର ବଡ ବଡ ·ଷୀ ଏହାର ପ୍ରତିକାର ସହ ·ଷୀଙ୍କୁ ବଞ୍ଚିବାର ରାହା ଦେଖାଇବାକୁ ଭଦ୍ରକ ଜିଲ୍ଲାପାଳ ଙ୍କୁ ଆଜି ନିବେଦନ ପତ୍ର ଦେଇଛନ୍ତି । ବନ୍ୟା ଓ ବର୍ଷା ପାଣି ଏମିତି ବୁଡି ରହିଛି ଯେ ଧାମରା ଅଞ୍ଚଳରେ ପ୍ରସିଦ୍ଧ ଦେବୀପୀଠ ମା ଧାମରେଈ କ୍ଷେତ୍ର ମଧ୍ୟ ପାଣିରେ ବୁଡିବା ସହ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ପାଣିରେ ଭାସୁଛି ।




Powered by odothemes.com