Medical-Coliege-Andalana-Dabi-Photo

ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାବାସୀ: ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

11

ମେଡିକାଲ କଲେଜ ଦାବି ଜୋର ଧରିଲା
ଭଦ୍ରକ,୧୨ ।୯(ଆପ୍ର): ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଆନେ୍ଦାଳନ ଦାବି ଜୋର ଧରିଲା । ଭଦ୍ରକ ଜିଲ୍ଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦଳଗତ ନିର୍ବଶେଷରେ ବିଭିନ୍ନ ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ବୁଦ୍ଧିଜୀବୀ ଶିକ୍ଷାବିତ୍ ଗଣମାଧ୍ୟମର ପ୍ରତିନିଧିଙ୍କ ପକ୍ଷରୁ ସମସ୍ତେ ଆଜି ରାଜରାସ୍ତାକୁ ଓହ୍ଲାଇ ଜନଆନେ୍ଦାଳନରେ ସାମିଲ ହୋଇଥିଲେ । ସମସ୍ତଙ୍କର ଗୋଟିଏ ମତ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଆମର ଦାବି, ଭଦ୍ରକବାସୀ ଏକ ହୁଅ । ସରକାର ତୁମେ ଆମ କଥା ମାନିନିଅ, ନ ମାନିଲେ ଆଗାମୀ ଦିନରେ ଆନେ୍ଦାଳନ ଚାଲିଛି, ଚାଲିବ । ଏହି ସ୍ଳୋଗାନ୍ ଦେଇ ଏକ ବିଶାଳ ଶୋଭାଯାତ୍ରା ଭଦ୍ରକ ଶହୀଦସ୍ମୃତି ଭବନ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚôଥିଲା । ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ନିଜ ନିଜର ବ୍ୟାନର ଧରି ଆନେ୍ଦାଳନରେ ସାମିଲ ହୋଇଥିଲେ । ସଂଗଠନଗୁଡ଼ିକ ହେଲା ଭାରତୀୟ ଚିକିସôକ ସଂଘ ଭଦ୍ରକ ଶାଖା, ଭଦ୍ରକର ମହାତ୍ମାଗାନ୍ଧୀ ବିଚାରମଂଚ, ନାଗରୀକ ମଂଚ, ଭଦ୍ରକ ନାଗରୀକ ସମାଜ, ଉତ୍କଳ ସମ୍ମିଳନୀ, ଶହୀଦ ଭଗଦସେନା, ଭଦ୍ରକ ସୋସିଆଲ୍ ସର୍ଭିସ୍, ୟୁଡ଼ି ଗ୍ରୁପ୍, ଜାଗ୍ରତ ସେନା, ଯୁବବାହିନୀ, ନେତାଜୀ ସୁବାଷ ବାହିନୀ, ଉସôର୍ଗ, ଜୀବନଜ୍ୟୋତି ସଂଗଠନ । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉପଯୁକ୍ତ ଭିତ୍ତିଭୂମି ଥିବାବେଳେ ସରକାର ବାରମ୍ବାର ଅଣଦେଖା କରିଆସିଛନ୍ତି । ଭଦ୍ରକରେ ମେଡିକାଲ କଲେଜ ପାଇଁ ବହୁଦିନ ଧରି ଦାବି ହୋଇ ଆସୁଛି । ଆଗାମୀ ଦିନରେ ସରକାର ଆମର ଦାବି ପ୍ରତି କର୍ଣ୍ଣପାତ ନକଲେ ଏହାକୁ ବ୍ୟାପକ ଜନଆନେ୍ଦାଳନ ସହ ଭଦ୍ରକ ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି । ଏହି ଆନେ୍ଦାଳନରେ ଭାରତୀୟ ଚିକିସôକ ସଂଘର ଭଦ୍ରକ ଶାଖା ସମ୍ପାଦକ ଡା. ହରେକୃଷ୍ଣ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପ୍ରଫେସର ଅଟଳବିହାରୀ ନାୟକ, ସମାଜସେବୀ – ସଞ୍ଜିବ୍ ମଲ୍ଲିକ, ସୁଧାକର ରାଉତ, ଚନ୍ଦ୍ରଶେଖର ନାୟକ, ଶାନ୍ତନୁ ରାଉତ, ଦେବ ମହାନ୍ତି, ଆଇନଜିବୀ – ଅତୀଷ ବେହେରା, ରାଧାରାଣୀ ମହାପାତ୍ର, ଅମିତାବାଳା ଆଚାର୍ଯ୍ୟ, ତୁଷାରକାନ୍ତି ମହାନ୍ତି, ଶହୀଦ ଭଗଦସେନା ପକ୍ଷରୁ ସିତାଂଶୁ ମହାପାତ୍ର, ହେମନ୍ତ ମହାପାତ୍ର, ବିଏସ୍ଏସ୍ ପକ୍ଷରୁ ଦିପୁ ନାୟକ, ଟୁକୁନା ସ୍ୱାଇଁ, ୟୁଡ଼ି ଗ୍ରୁପ୍ ପକ୍ଷରୁ ଅତୁଲକୃଷ୍ଣ ନାୟକ, ଉସôର୍ଗ ପକ୍ଷରୁ ଅପୂର୍ବ ବେହେରା,ଉତ୍କଳମଣୀ ଫାଉଣ୍ଡେସନ ପକ୍ଷରୁ ପ୍ରମୋଦ ରାୟ ପ୍ରମୁଖ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି ଆନେ୍ଦାଳନ ସାମିଲ ହୋଇଥିଲେ । ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା ।




Powered by odothemes.com