ex-mp-rama-chandra-mallick-Photo---2

ପୂର୍ବତନ ସାଂସଦ ରାମ ଚନ୍ଦ୍ର ମଲ୍ଲିକଙ୍କ ପରଲୋକ

13

ଯାଜପୁର(ଆପ୍ର): ଯାଜପୁରର ପୂର୍ବତନ ଲୋକସଭା ସାଂସଦ ରାମ ଚନ୍ଦ୍ର ମଲ୍ଲିକଙ୍କର ବୁଧବାର ପୂର୍ବାହ୍ନ ୯ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ବ୍ରେନ୍ ଷ୍ଟ୍ରୋକ୍ରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ତାଙ୍କ ଜନ୍ମସ୍ତାନ ବରୁଣ୍ଡାଇ ବଜାର ବନ୍ଦ ରହିଥିଲା ।
ଅପରାହ୍ଣରେ ତାଙ୍କ ମୃତୁ୍ୟ ଶରୀର ବାସଭବନରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ତାଙ୍କ ଶେଷ ଦର୍ଶନ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଯାଜପୁର ସାଂସଦ ରୀତା ତରାଇ, ପୂର୍ବତନ ସାଂସଦ ମୋହନ ଜେନା, ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା, ପୂର୍ବତନ ଯାଜପୁର ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଦିଗମ୍ବର କର, ଡ. ସୂର୍ଯ୍ୟମଣି ଖୁଂଟିଆ, ଇଂ ଆଲେକଜାଣ୍ଡାର ଦାସ, କୋରାଇ ବ୍ଲକ ପୂର୍ବତନ ଚେୟାରମ୍ୟାନ ଧରଣୀଧର ଘଡାଇ, ବିଜେଡି ଯୁବନେତା ପ୍ରିତୀରଂଜନ ସାହୁ, ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁ, ବରୁଣ୍ଡାଇ ସରପଞ୍ଚ ସୌଭାଗ୍ୟ ମହାନ୍ତି,ସମିତିସଭ୍ୟା ଜୟନ୍ତୀ ସାହୁ, ସନ୍ତୋଷ କୁମାର ବେହେରା, ବିଦ୍ୟାଧର ସାହୁ, ସୁରେନ୍ଦ୍ର ପାଣି, ପ୍ରଦୀପ ଧଳ, ବୃନ୍ଦାବନ ସାହୁ, ପ୍ରକାଶ ଧଳ, ବଳରାମ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପୁଅ ରବିନ୍ଦ୍ର ଓ ଦେବେନ୍ଦ୍ର, ବୋହୁ, ଝିଅ ଝିତା,ଗୀତା, ନାତି ଆଲୋକ, ଆକଶ, ଆଦିତ୍ୟ, ଅନିଲଙ୍କ ସମେତ ପରିବାରେ ବଗଁ, ବନ୍ଧୁବାନ୍ଧବ, ଆତ୍ମୟ ସ୍ୱଜ୍ଜନ ଓ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ସରକାରୀ କର୍ମଚାରୀ ଯୋଗଦେଇ ତାଙ୍କର ଶେଷ ଦର୍ଶନ କରିଥିଲେ । ଭୁବନେଶ୍ୱରୁ ତାଙ୍କ ମରଶରୀର ଫେରିବା ବେଳେ ପାଣିକୋଇଲି ଛକରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପଣ୍ଡିତ ସୂର୍ଯ୍ୟମଣୀ ଖୁଣ୍ଟିଆ, କୋରାଇ ପ୍ରେସ କ୍ଲବ ସଭାପତି ସୁବାସ ଧଳ, ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ଘଡାଇ, ପଥରପଦା ସରପଞ୍ଚ ପ୍ରକାଶ ମଲିକ, ସମିତିସଭ୍ୟ ପ୍ରତିନିଧି ସନ୍ତୋଷ ବେହେରାଙ୍କ ସମେତ ବହୁ ଲୋକ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।
୧୯୬୧, ୧୯୯୭୭ ଓ ୧୯୯୮ରେ ସମୁଦାୟ ଥର ସାଂସଦଭାବେ ନିର୍ବାଚିତ ହୋଇଥିଲେ ସ୍ୱର୍ଗତ ରାମୁଚନ୍ଦ୍ର । ମୃତୁ୍ୟ ବେଳକୁ ରେଲୱେ,ବୋର୍ଡ, ଷ୍ଟଲ୍ ଓ ମାଇନ୍ସ ବୋର୍ଡ, ଜିଲ୍ଲା ଭିଜିଲାନ୍ସ ବିଭାଗସମେତ ବହୁ ସଂସ୍ଥାରେ ରହିଥିଲେ । ସାଂସଦ ବେଳେ ଯାଜପୁର ଜିଲ୍ଲା ତଥା କୋରାଇ ଅଞ୍ଚଳ ପାଇଁ ତାଙ୍କର ବଳିଷ୍ଠ ଦାବି ଲୋକଙ୍କ ମନରୁ ଅବଧି ଲିଭି ନାହିଁ ବୋଲି ସ୍ଥାନୀୟଲୋକେ ମତବ୍ୟକ୍ତ କରିଛନ୍ତି ।




Powered by odothemes.com