angul

ଆଜିଠୁ ଆଞ୍ଚଳିକ ସରସ ମେଳା

17

ଅନୁଗୁଳ(ଆପ୍ର): ଅନୁଗୁଳ ନାଲକୋ ନଗରସ୍ଥିତ ଗୋପବନ୍ଧୁ ପାର୍କ ସମ୍ମୁଖରେ ବୁଧବାର ଆଞ୍ଚଳିକ ସରସ ମେଳା ଉଦ୍ଘାଟିତ ହୋଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି । ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ଅନୁଗୋଳ ଏମପି ତଥାଗତ ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଏମପି ନଗେନ୍ଦ୍ର ପ୍ରଧାନ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ମହେଶ ସାହୁ, ଆଠମଲ୍ଲିକ ବିଧାୟକ ସଞ୍ଜୀବ କୁମାର ସାହୁ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୋଳ ଜିଲ୍ଲାପରିଷଦ ସଭାପତି ବାସନ୍ତୀ କିଷାନ ଓ ନାଲକୋ ଏସଏଣ୍ଡପି କାର୍ଯ୍ୟନିର୍ବାହୀ ଅଧିକାରୀ ରାଜକିଶୋର ପ୍ରଧାନ ଯୋଗଦେଇଛନ୍ତି । ୧୨ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୩ ଶହ ବ୍ୟବସାୟୀ ଭାଗ ନେବେ । ରାଜ୍ୟର ୩୦ଟି ଜିଲ୍ଲା ସହ ରାଜ୍ୟ ବାହାରର ହସ୍ତତନ୍ତ ମଧ୍ୟ ଏଥିରେ ସାମିଲ ହେବ । ସରକାରଙ୍କ କୃଷି, ହସ୍ତ ଓ କୁଟିର ଶିଳ୍ପ, ଖଦି ଓ ଗ୍ରାମୋଦ୍ୟଗ, ନାବାର୍ଡ଼, ଉଦ୍ୟାନ, ହସ୍ତତନ୍ତ, ମିଶନ ଶକ୍ତି ଆଦି ବିଭାଗ ପକ୍ଷରୁ ସହଯୋଗ କରାଯିବ । ଏହି ମେଳାରେ ରାଜସ୍ଥାନର ହସ୍ତତନ୍ତ ଉତ୍ତରପ୍ରଦେଶର ଜରିକାମ, ପଶ୍ଚିମବଙ୍ଗର ଝୋଟ ଓ କାଠ ନିର୍ମାଣ, ପଞ୍ଜାବର ଚମଡ଼ା କାର୍ଯ୍ୟ, ଦିଲ୍ଲୀର ଏମ୍ରୋଡ଼ୋରି ଆଦି ଜିନିଷ ସହିତ ଓଡ଼ିଶାର ଟେରାକୋଟା, ପିତ୍ତଳ, ଟସର, ଜଙ୍ଗଲଜାତ ଦ୍ରବ୍ୟ, ବାଉଁଶ କଳା, କୃଷିଜାତ ସାମଗ୍ରୀ, ଆଦି ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ମେଳାରେ ପ୍ରତ୍ୟେକ ସଂନ୍ଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ମେଳାକୁ ଓରମାସ ପକ୍ଷରୁ ଆୟୋଜନ କରାଯାଇଛି । ଉଦ୍ୟାପନୀ ସନ୍ଧ୍ୟାରେ ଉତ୍ତରକେନ୍ଦ୍ରାଞ୍ଚଳ ଡ଼ିଆଇଜି ନରସିଂହ ଭୋଳ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ଅନୁଗୋଳ ଏସପି ମିତ୍ରଭାନୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ । ନାଲକୋ ଏସଆଣ୍ଡପି କାର୍ଯ୍ୟନିର୍ବାହୀ ଅଧିକାରୀ ରାଜକିଶୋର ପ୍ରଧାନ ଯୋଗଦେବେ ବୋଲି ଜଣାଯାଇଛି ।

ସେଆର କରନ୍ତୁ:



Powered by odothemes.com