ଶିଶୁଭବନ: ୟୁଜର୍ସ ଫି’ ହରିଲୁଟ୍‍

33

କଟକ, ୨୨ା୬(ବୁ୍ୟରୋ): ଶିଶୁରୋଗ ଚିକିତ୍ସା କ୍ଷେତ୍ରରେ ଦେଶରେ ସୁଖ୍ୟାତି ଅର୍ଜନ କରିଥିବା ସର୍ଦ୍ଧାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ଉନ୍ନତିକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ଏହି ଅର୍ଥର ସଫଳ ବିନିଯୋଗ ହେଉନଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି । ଗଠିତ ହୋଇଥିବା ସ୍ୱାସ୍ଥ୍ୟ ବିକାଶ ସମିତି ପରିଚାଳନା ବୈଠକ ବସୁନଥିବାରୁ ଏହି ଶିଶୁ ଚିକିତ୍ସା ଅନୁଷ୍ଠାନକୁ ମିଳୁଥିବା ଲକ୍ଷଲକ୍ଷ ଟଙ୍କାର ଅନୁଦାନ ସହିତ ୟୁଜର୍ସ ଫି’ ବାବଦ ଆଦାୟ ଅର୍ଥକୁ ହରିଲୁଟ୍‍ କରାଯାଉଛି ବୋଲି ପରୋକ୍ଷରେ ଜଣାଯାଇଛି । ସୂଚନାଯୋଗ୍ୟ, ଶିଶୁଭବନର ସୁପରିଚାଳନା, ଉକିୃଷ୍ଟମାନର ରୋଗୀ ସେବା ଓ ଔଷଧ ବିତରଣକୁ ଗୁରୁତ୍ୱ ଦେଇ ୨୦୧୨ରେ ତକିାଳୀନ ଆରଡିସି ଏକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ଶିଶୁଭବନର ସ୍ୱାସ୍ଥ୍ୟ ବିକାଶ ସମିତି ପରିଚାଳନା କମିଟି ନାମରେ ଏହା ଗଠନ କରାଯାଇଥିଲା । ଏହି କମିଟିରେ ଖୋଦ୍ ଆରଡିସିଙ୍କ ସହିତ ଜିଲ୍ଲାପାଳ, ଅଫିସ୍ ସୁପରିଟେଣ୍ଟେଣ୍ଡ, ସ୍ଥାନୀୟ ସାଂସଦ, ବିଧାୟକ ଓ ଡିସିପିଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଥିଲେ । ମୁଖ୍ୟ ଉଦ୍ଧେଶ୍ୟ ଥିଲା ଶିଶୁଭବନ ପରିସରରେ ଆଇନଶୃଙ୍ଖଳା ପରିସ୍ଥିତିଠୁ ଆରମ୍ଭ କରି ଚିକିତ୍ସା ପଦ୍ଧତିରେ ଉନ୍ନତମାନ ଆଣିବା । ମାତ୍ର ସେହି ବର୍ଷ ଥରଟିଏ ମାତ୍ର ପରିଚାଳନା କମିଟି ବସି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇଥିଲା । ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କମିଟି ବସିବାର ନାଁ ଧରାଯାଉନାହିଁ । ଫଳରେ ଶିଶୁଭବନ ପରିସରରେ ଶିଶୁ ମୃତୁ୍ୟକୁ ନେଇ ତୁମୁଳ ଲଙ୍କାକାଣ୍ଡ ସହିତ କର୍ମଚାରୀଙ୍କୁ ମାଡ, ଔଷଧ ବିତରଣରେ ଅବହେଳା, ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ଚିକିତ୍ସାରେ ବିଳମ୍ବ ଆଦି ଘଟଣା ଘଟିଚାଲିଛି । ସବୁଠୁ ବଡ ଅଭିଯୋଗ ହେଉଛି ୟୁଜର୍ସ ଫି’ର ଅପବ୍ୟବହାର ଉପରେ । ରୋଗୀଙ୍କ ପକ୍ଷରୁ କେତେ ପରିମାଣର ଅର୍ଥ ଆଦାୟ ହେଲା ଓ ତାର ବିନିଯୋଗ କିପରି ହେଉଛି ସେ ନେଇ ସନ୍ଦେହ ରହିଛି । ଏ ସମ୍ପର୍କରେ ଶିଶୁଭବନର ଅଧ୍ୟକ୍ଷ ଡାକ୍ତର ନିରଞ୍ଜନ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ୩ ବର୍ଷ ଧରି ବୈଠକ ବସିନଥିବା ସେ ସ୍ୱୀକାର କରିଥିବା ବେଳେ ତାଙ୍କ ପକ୍ଷରୁ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ବୋଲି କହିଥିଲେ ।




Powered by odothemes.com