raghuram

ମୋଦି ସରକାର ଅମଳରେ ଏନ୍ପିଏ ବଢିଛି ୯.୧୭ ଲକ୍ଷ କୋଟି

48

ଏନ୍ପିଏ ପ୍ରସଙ୍ଗରେ ମୁହାଁମୁହିଁ
ନୂଆଦିଲ୍ଲୀ, ୧୧ା୯: ଅଦରକାରୀ ସମ୍ପତ୍ତି (ଏନ୍ପିଏ)କୁ ନେଇ ଏବେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି । ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଏନ୍ପିଏ ବୃଦ୍ଧି ନେଇ କଂଗ୍ରେସକୁ ଦାୟୀ କରିଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ଏହାର ଜବାବ୍ ଦିଆଯାଇଛି । ଦଳର ମୁଖପାତ୍ର ରଣଦୀପ ସୁରଜୱାଲା କହିଛନ୍ତି ଯେ ୨୦୧୪ରେ ୟୁପିଏ ସରକାର କ୍ଷମତାରୁ ଗଲାବେଳେ ଏନ୍ପିଏ ୨.୮୩ ଲକ୍ଷ କୋଟି ଟଙ୍କା ଥିଲା । ଏନ୍ଡିଏ ସରକାର ସମୟରେ ଏହା ୧୨ ଲକ୍ଷ କୋଟିରେ ପହଞ୍ଚôଛି । ନରେନ୍ଦ୍ର ମୋଦିଙ୍କ ସରକାର ଏଥିପାଇଁ ଉତ୍ତରଦାୟୀ ବୋଲି ସେ କହିଛନ୍ତି ।ଶ୍ରୀ ସୁରଜୱାଲା କହିଛନ୍ତି ଯେ ଏନ୍ଡିଏ ସରକାର ସଂସଦରେ ଦର୍ଶାଇଥିଲେ ଯେ ୨୦୧୮ ମାର୍ଚ୍ଚ ସୁଦ୍ଧା ଏନ୍ପିଏ ୧୦.୩ ଲକ୍ଷ କୋଟି ଛୁଇଁଛି । ବର୍ତ୍ତମାନ ଏହା ୧୨ ଲକ୍ଷ କୋଟିରେ ପହଞ୍ଚôଛି । ୫୬ ମାସର ମୋଦି ସରକାର ମଧ୍ୟରେ ଏନ୍ପିଏରେ ୯.୧୭ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ତେବେ ୨୦୦୬ ମସିହାରେ ଅନାଦେୟ ଋଣ ନେଇ ରାଜନ ଯାହା କହିଛନ୍ତି, ତାହା ସତ ହୋଇପାରେ । ହେଲେ ସେତେବେଳେ ତାହା ୨.୮୩ ଲକ୍ଷ କୋଟିରେ ସୀମିତ ଥିଲା, ଯାହାକୁ ପରିଚାଳନା କରିହେବ ବୋଲି ସେ ଦର୍ଶାଇଛନ୍ତି । କୋଇଲା ଖଣି ଆବଣ୍ଟନ ନେଇ ପ୍ରଶାସନିକ ସ୍ତରରେ କିଛି ସମସ୍ୟା ସୃଷ୍ଟି ହୋଇଥିଲା । କେନ୍ଦ୍ର ସରକାର ଏହି ଆବଣ୍ଟନ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲେ । ଉଭୟ ୟୁପିଏ ଓ ଏନ୍ଡିଏ ସରକାର ସମୟରେ ଏହା ହୋଇଥିଲା । ଫଳରେ ଅଧିକାଂଶ ପ୍ରକଳ୍ପର ମୂଲ୍ୟ ବୃଦ୍ଧି ପାଇଥିଲା ଏବଂ ସେମାନେ ଋଣ ପରିଶୋଧ କରିପାରିନଥିଲେ । ପିଏନ୍ବି ଠକେଇ ମାମଲା ଏନ୍ଡିଏ ସରକାର ସମୟରେ ହୋଇଛି । ଏହାକୁ ଅନୁସନ୍ଧାନ କରିବାରେ ସେମାନେ ବିଫଳ ହୋଇଛନ୍ତି । ଏହି ଘଟଣାର ଅଭିଯୁକ୍ତ ମେହୁଲ ଚୋକ୍ସୀ ଏକ ଭିଡିଓ ଜାରି କରି ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି । ସେ ଆତ୍ମସମର୍ପଣ କରିବେ ନାହିଁ, ମାତ୍ର ଭାରତୀୟ କର୍ତ୍ତୃପକ୍ଷ ତାଙ୍କ ପାସ୍ପୋର୍ଟକୁ ବାତିଲ କରିଛନ୍ତି ବୋଲି ସେ କହିିଥିଲେ । ମୋଦି ସରକାର ଚୋକ୍ସୀଙ୍କୁ ଭାରତ ବାହାରକୁ ଯିବା ପାଇଁ ସୁଯୋଗ ଦେଇଛି ବୋଲି ସୁରଜୱାଲା ଅଭିଯୋଗ କରିବା ସହ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି କହୁନାହାନ୍ତି ବୋଲି ସେ କହିଛନ୍ତି ।କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାଜନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟାରେ କହିଛନ୍ତି ଯେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଥିବା କେନ୍ଦ୍ର ସରକାର ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥାକୁ ଧ୍ୱଂସ ବିଧ୍ୱସ୍ତ କରିଥିଲା । ଅନାଦେୟ ଋଣ ଏହି ସମୟରେ ବଢିଥିଲା ।

ସେଆର କରନ୍ତୁ:



Powered by odothemes.com