dkl

ଅଙ୍ଗନୱାଡି କର୍ମୀଙ୍କୁ ଅପହରଣ, ବଳାକ୍ରାର

17

ଢେଙ୍କାନାଳ, ୧୧ା୯(ଆପ୍ର): ଢେଙ୍କାନାଳ ଜିଲ୍ଲାରେ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ଗଁଦିଆ ଥାନା ଅନ୍ତର୍ଗତରେ ଗୋରୁ ଚାଲାଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅପରାଧର କାର୍ଯ୍ୟକଳାପ ବଢି ଚାଲୁଥିଲେ ସୁଦ୍ଧା ପୁଲିସ୍ର ସେଥିପ୍ରତି କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଫିକା ପଡୁଛି । ସୋମବାର ଭାରତ ବନ୍ଦ ଅବସରରେ ଗାଡି ଚଳାଚଳ କମ୍ ଥିବାରୁ ସଂଧ୍ୟାରେ ଏକ ବଡ ଧରଣର ଅପରାଧ କାଣ୍ଡ ଘଟିଯାଇଛି । ଜଣେ ଅଙ୍ଗନୱାଡୀ କର୍ମୀଙ୍କୁ ନିଜ ଭାଇ ସହିତ ବାଇକ୍ ରେ ଯାଉଥିବା ସମୟରେ ରାସ୍ତା ଉପରୁ ମାଡ ମାରି ଯୋର ଜବରଦସ୍ତ ଉଠାଇନେଇ ଗଣ ଦୁଷ୍କର୍ମ ପରେ ଛାଡି ଦେଇଥିବା ଅଭିଯୋଗ ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୋମବାର ସଂଧ୍ୟାରେ ଯୋରନ୍ଦା ଓ କାଲୁରିଆ ରାସ୍ତା ମଝିରୁ ଗଁଦିଆ ଥାନା ଅନ୍ତର୍ଗତ ବଣିଆପଡା ଅଞ୍ଚଳର ଜଣେ ଅଙ୍ଗନୱାଡୀ କର୍ମୀ ନିଜ ଭାଇଙ୍କ ସଙ୍ଗେ ବାଇକ୍ ଯୋଗେ କାଲୁରିଆ ଫେରୁଥିବା ସମୟରେ ସଂଧ୍ୟାର ସୁଯୋଗ ନେଇ ୩ ଜଣ ଦୁର୍ବୃତ ଏକ ଇଣ୍ଡିକା କାର ନଂ ଓଆର୍୦୨ଏକ୍ୟୁ -୭୯୧୫ରେ ତାଙ୍କୁ ରାସ୍ତା ଉପରେ ଅଟକାଇ ଭାଇଙ୍କୁ ବାଡେଇ ତାଙ୍କୁ ଗାଡିରେ ଅପହରଣ କରିନେଇଥିଲେ । ଗୋବିନ୍ଦପୁର ନିକଟ ଗହମଖୁଣ୍ଟି ଠାରେ ଥିବା ଏକ ଘରୋଇ ଫାର୍ମ ହାଉସ୍ ଠାରେ ଗଣ ଦୁଷ୍କର୍ମ କରି ବିଳମ୍ବିତ ରାତିରେ ନେଇ କାଲୁରିଆ ରାସ୍ତାରେ ଛାଡିଥିଲେ । ଏ ସଂକ୍ରାନ୍ତରେ ଉକ୍ତ ଅଙ୍ଗନୱାଡୀ କର୍ମୀ ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ତରଫରୁ ପୁଲିସକୁ ଜଣାଇବାପରେ ପୁଲିସ ତାଙ୍କୁ ରାସ୍ତାରୁ ଉଦ୍ଧାର କରିଥିବା ଜଣାପଡିଛି । ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଯୋରନ୍ଦା ଆତିଣ୍ଡା ଅଞ୍ଚଳର ଗୋବିନ୍ଦ ପ୍ରଧାନ (୩୦), ଉକ୍ତ ଅଞ୍ଚଳର ଅନନ୍ତ ଦାଶ (୩୦) ଏବଂ ଲକ୍ଷ୍ମୀଧର ବିଶ୍ୱାଳ ଓରଫ୍ ପାପୁନି (୪୮)କୁ ଗିରଫ୍ କରିବାରେ ସକ୍ଷମ ହୋଇଛି । ପୁଲିସର କହିବା ଅନୁଯାୟୀ ଅନ୍ତରା ଏବଂ ଲକ୍ଷ୍ମୀଧରଙ୍କୁ ଯୋରନ୍ଦାର ଏକ ଜଙ୍ଗଲ ମଧ୍ୟରୁ ଅପହରଣରେ ବ୍ୟବହୃତ ହୋଇଥିବା ଇଣ୍ଡିକା କାର ସହିତ ଗିରଫ୍ କରାଯାଇଥିବାବେଳେ ଗୋବିନ୍ଦ ପ୍ରଧାନକୁ ନିଜ ଘରର ଛାତ ଉପରେ ଲୁଚି ରହିଥିବା ଅବସ୍ଥାରେ ଗିରଫ୍ କରାଯାଇଥିଲା । ପୁଲିସ ଦୁଷ୍କର୍ମରେ ପିଡୀତାଙ୍କୁ ଡାକ୍ତରୀ ମାଇନା ନିମନ୍ତେ ପଠାଇଥିବା ଜଣାପଡିଛି । ପ୍ରକାଶ ଥାଉ ଯେ ଘଟଣାର ସତ୍ୟାସତ୍ୟ ନେଇ ବିଭିନ୍ନ ଜାଗାରେ ଚର୍ଚ୍ଚା ହେବାରେ ଲାଗିଛି । ବିଳମ୍ବିତ ରାତିରେ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ୩ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ଜାଗାରେ ଚଢାଉ କରି ତୁରନ୍ତ ଗିରଫ୍ କରିବା ବର୍ତ୍ତମାନ ତାହା ମଧ୍ୟ ଏକ ଆଲୋଚନାର ବିଷୟ ହୋଇଛି । ପ୍ରକାଶ ଥାଉ ଯେ ଦୁଷ୍କର୍ମର ଶୀକାର ହୋଇଥିବା ପିଡୀତା ୩ ମାସ ପୂର୍ବେ ବିବାହ କରିଥିବା ଜଣାପଡିଛି । ଅଭିଯୁକ୍ତମାନଙ୍କୁ ଗଁଦିଆ ଥାନା କେସ୍ ନଂ ୧୩୩ ରେ ମାମଲା ରୁଜୁ ହୋଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି ।




Powered by odothemes.com