BANYA-TIHIDI---2018-PHOTO-TIHIDI

ଜଳବନ୍ଦୀ ଅବସ୍ଥାରେ ଜଳଦେଶବାସୀ

27

ଚାନ୍ଦବାଲି(ଆପ୍ର): ତିହିଡ଼ି ଓ ଚାନ୍ଦବାଲି ବ୍ଲକ ଅଞ୍ଚଳର ଜଳଦେଶ କୁହାଯାଉଥିବା ବାରସର, ଗୋବିନ୍ଦପୁର, ଶ୍ୟାମସୁନ୍ଦରପୁର, ତେନ୍ତୁଲିଡିହ, ଭୂଇବୃର୍ତ୍ତୀ, ମାଧପୁର, ଘଟପୁର, ଦୌଲତପୁର କାଁପଡ଼ା, ବାରୋ, ବିଲଣା, ବୋଡକ, ବାଲିଗାଁ, ଭାଟପଡ଼ା, ନାଲଗୁଣ୍ଡା, ଖେରଙ୍ଗ, ମତୋ ଆଦି ପଞ୍ଚାୟତରେ ବୈତରଣୀ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଲୋକେ ୪ ଦିନ ଜଳବନ୍ଦୀ ରହିବା ସହିତ ପ୍ରାୟ ଏକ ସପ୍ତାହ ହେଲା ହଜାର ହଜାର ହେକ୍ଟର ଜମିରେ ପାଣି ଜମି ରହି ରୁଆ ଧାନ ପଚିଯାଇଛି । ଏହି ୯ ପଞ୍ଚାୟତର ୩୫ରୁ ଊଦ୍ଧ୍ୱର୍ ଗାଁ ଜଳ ଘେରରେ ରହିଥିବା ବେଳେ ତେନ୍ତୁଲିଡିହି ପଞ୍ଚାୟତର ମୁଳକାଇମା, ଦେଓବିଲ ଓ ଭୂଇବୃର୍ତ୍ତୀ ପଞ୍ଚାୟତର ଗରିପୁର, ଧାନଖଣିଆ,ବହଡ଼ିଅ ଆଦି ୫ ଗାଁ ଯୋଗାଯୋଗରୁ ବିଛିନ୍ନ ହୋଇପଡ଼ିଛି । ଅଧିକାଂଶ ମୁଖ୍ୟ ରାସ୍ତାରେ ପାଣି ସୁଅ ଛୁଟୁଛି ଓ ପିଲାମାନେ ବିଦ୍ୟାଳୟକୁ ଯାଇପାରୁନାହାନ୍ତି । ସ୍କୁଲ ବୁଡିଥିବାରୁ ଓ ସ୍କୁଲ ଯିବା ରାସ୍ତାରେ ୪ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ଅନେକ ସ୍କୁଲ ଖୋଲାଯାଇ ପାରୁନି । ପାନୀୟଜଳ ଏବଂ ଗୋ-ସମ୍ପଦ ପାଇଁ ଲୋକମାନେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି । ଜଳଦେଶ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ରିଲିଫ ଓ ଗୋଖାଦ୍ୟ ବଣ୍ଟନ କରାଯାଇ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତିହିଡ଼ି ଓ ଚାନ୍ଦବାଲି ବ୍ଲକରେ ଶତାଧିକ ନଳକୂପ ବନ୍ୟା ଜଳରେ ବୁଡି ରହିଛି । ଯେଉଁଥି ପାଇଁ ପିଇବା ପାଣି ସମସ୍ୟା ଚିନ୍ତାଜନକ ହୋଇଛି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଙ୍ଗଳବା ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ବନ୍ୟାପ୍ଲାବିତ ୧୧ରୁ ଅଧିକ ଗାଁ ହୁଲି ଡଙ୍ଗାରେ ବୁଲିବା ସହ ପୀଡ଼ିତଙ୍କ ଦୁର୍ଦ୍ଦଶା ଦେଖିଛନ୍ତି ।

ସେଆର କରନ୍ତୁ:



Powered by odothemes.com