Chief-Minister-Shri-Naveen-Patnaik-at-‘Ama-Gaon,-Ama-Bikash’-programme-through--Video-Conferencing-at-Secretariat--(3)

୪,୩୭୩ ପଞ୍ଚାୟତ ଲାଗି ୩୯,୯୭୫ ପ୍ରକଳ୍ପ, ୯୮୭.୮୫ କୋଟି ଟଙ୍କା

14

୨ଠଠ ବ୍ଲକ୍ରେ ପହଞ୍ଚିଲା ‘ଆମ ଗାଁ ଆମ ବିକାଶ’
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ଗ୍ରାମ ବିକାଶର ଇତିହାସରେ ଆଜି ସୃଷ୍ଟି ହୋଇଛି ଏକ ନୂଆ ମାଇଲଖୁଣ୍ଟ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଓଡ଼ିଶାର ୨୦୦ ବ୍ଲକ୍ରେ ପହଞ୍ଚିଛି । ୪,୩୭୩ଟି ପଞ୍ଚାୟତ ପାଇଁ ୩୯.୯୭୫ ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି ଏବଂ ଏଥିପାଇଁ ୯୮୭.୮୫ କୋଟି ବିନିଯୋଗ କରାଯାଇଛି । ଏହି କାର୍ଯ୍ୟକ୍ରମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଗ୍ରାମବାସୀ ସେମାନଙ୍କ ଗ୍ରାମ ପାଇଁ ଯେଉଁ ପ୍ରକଳ୍ପର ଆବଶ୍ୟକତା ଅନୁଭବ କରି ପ୍ରସ୍ତାବ ରଖୁଛନ୍ତି, ସେହି ପ୍ରସ୍ତାବ ମୁତାବକ ପ୍ରକଳ୍ପ ମଞ୍ଜୁର କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । ଗୋଷ୍ଠୀକେନ୍ଦ୍ର, ମିଶନ ଶକ୍ତି ଗୃହ, ଗାଧୁଆତୁଠର ଉନ୍ନତିକରଣ ଓ ପୋଷାକ ବଦଳ ଗୃହ, ଯୁବ ବିକାଶ କେନ୍ଦ୍ର, ସଂକୀର୍ତ୍ତନ ମଣ୍ଡପ, ପାଠାଗାର, ବିଶ୍ରାମଗୃହ ଓ ପୋଖରୀ ପୁନରୁଦ୍ଧାର ଆଦି ପ୍ରକଳ୍ପ ରୂପାୟନ କରାଯାଉଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଜିଲ୍ଲାର ୭ଟି ବ୍ଲକ୍ ପାଇଁ ୩୩.୯୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ୍ଗୁଡ଼ିକ ହେଲା-ଗଞ୍ଜାମ ଜିଲ୍ଲାର ଚିକିଟି, ଯାଜପୁର ଜିଲ୍ଲାର ବଡଚଣା, ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ରାୟଗଡ଼ା ଜିଲ୍ଲାର ଗୁଡାରୀ ଓ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ୍ ।
ଚିକିଟି ବ୍ଲକର ୧୭ ପଞ୍ଚାୟତ ପାଇଁ ୪.୨୧ କୋଟି ଟଙ୍କାରେ ୯୭ଟି ପ୍ରକଳ୍ପ, ବଡଚଣା ବ୍ଲକର ୪୩ଟି ପଞ୍ଚାୟତ ପାଇଁ ୧୦.୭୫ କୋଟି ଟଙ୍କାରେ ୪୧୧ଟି ପ୍ରକଳ୍ପ, ହିନେ୍ଦାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୭ କୋଟି ଟଙ୍କାରେ ୨୭୯ଟି ପ୍ରକଳ୍ପ, ବାଲିଅନ୍ତା ବ୍ଲକ୍ର ୧୬ ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୩୮ଟି ପ୍ରକଳ୍ପ, କୃଷ୍ଣପ୍ରସାଦ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୪.୧୦ କୋଟି ଟଙ୍କାରେ ୧୭୯ଟି ପ୍ରକଳ୍ପ, ଗୁଡାରୀ ବ୍ଲକର ୯ଟି ପଞ୍ଚାୟତ ପାଇଁ ୧.୦୩ କୋଟି ଟଙ୍କାରେ ୪୯ଟି ପ୍ରକଳ୍ପ, ମାନେଶ୍ୱର ବ୍ଲକ୍ର ୧୨ଟି ପଞ୍ଚାୟତ ପାଇଁ ୨.୮୭ କୋଟି ଟଙ୍କାରେ ୧୧୮ଟି ପ୍ରକଳ୍ପ- ଏହିପରି ସମୁଦାୟ ୭ଟି ବ୍ଲକ୍ର ୧୫୩ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୩.୯୬ କୋଟି ଟଙ୍କାରେ ମୋଟ ୧୩୭୧ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗ ଅଧିକାରୀ ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।




Powered by odothemes.com