BHADRAK-TEACHERS-DHARANA--PHOTO

ସାତ ଦଫା ଦାବିରେ ଗର୍ଜିଲେ ଶିକ୍ଷକ-ଅଧ୍ୟାପକ ଓ କର୍ମଚାରୀ

13

ଖଇରା,୧୧ ।୯(ଆପ୍ର): ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ଆଜି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସମ୍ମୁଖରେ ୭ ଦଫା ଦାବିକୁନେଇ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଦାବି ଗୁଡିକ ମଧ୍ୟରେ ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପରିସରଭୁକ୍ତ କରାଯାଇ ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ଅନୁଦାନ ପ୍ରଦାନ କରାଯାଉ । ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରାଯାଉ ଏବଂ ୨୦୧୮ ଅନୁଦାନ ଆଇନରେ ୪୦,୬୦ ଓ ୭୫% ଦରମା ପାଉଥିବା ବିଦ୍ୟାଳୟର ଅନୁଦାନ ନିଦେ୍ର୍ଦଶ ପତ୍ର ସହିତ ବାର୍ଷିକ ଦରମା ବୃଦ୍ଧିକୁ ଯୋଗ କରାଯାଉ । ସରକାର ଦେଇଥିବା ପ୍ରତିଶ୍ରୃତି ଅନୁଯାଇ ୭ମ ବେତନ କମିଶନ ଲାଗୁକରାଯାଉ । ଅନୁଦାନ ଦେବା ଆଳରେ ସତ୍ୟପାଠ ଓ ଲିଖିତ ସୂଚନା ଦେବାପାଇଁ ହୋଇଥିବା ନିଦେ୍ର୍ଦଶ ନାମା ପ୍ରତ୍ୟାହାର କରାଯାଉ । ଅଧ୍ୟାପକ ମାନଙ୍କପାଇଁ ଲାଗୁହୋଇଥିବା ରୁସାନ୍ଇଡ ୍ଅର୍ଡରକୁ ପ୍ରତ୍ୟାହାର କରାଯାଉ । ନୂତନ ଅନୁଦାନପା୍ରପ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଲାଗୁହୋଇଥିବା ଅନୁକମ୍ପାମୂଳକ ଇପିଏଫ ବାବଦ ଅର୍ଥ ତୁରନ୍ତ ପ୍ରଦାନ କରାଯାଉ । ସମସ୍ତ ସ୍କୁଲ କଲେଜର କାର୍ଯ୍ୟରତ ଶିକ୍ଷକ,ଅଧ୍ୟାପକ ଓ କର୍ମଚାରୀଙ୍କର ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ ଓ ଚାକିରିକାଳକୁ ୬୨ ବର୍ଷକୁ ବୃଦ୍ଧି କରାଯାଉ । ଏହି ୭ଦଫା ସମ୍ବଳିତ ଦାବିପତ୍ରକୁ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ଖଇରା ବ୍ଲକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମିଳିତ ମଞ୍ଚର ଓଷ୍ଟା ସଭାପତି ମହେନ୍ଦ୍ର ପ୍ରସାଦ କବି, ଓଷ୍ଟା ସଂପାଦକ ଷଢାନନ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ମିଶ୍ର, ଆବାହକ ମଣ୍ଡଳୀ ସଂପାଦକ ରାଜେନ୍ଦ୍ର କୁମାର ଦାସମହାପାତ୍ର, ଆବାହକ ମଣ୍ଡଳୀ ସଦସ୍ୟ କୈଳାସ ଚନ୍ଦ୍ର ସେଣ୍ଢ, ବସନ୍ତ କୁମାର ସୁତାର, ରମେଶ ଚନ୍ଦ୍ର ପୁହାଣ ପ୍ରମୁଖ ଯୋଗ ଦେଇଥିଲେ । ଆଜିକାର ଏହି ଧାରଣା ଓ ପ୍ରତିବାଦ ସଭାରେ ମହେନ୍ଦ୍ର ପ୍ରସାଦ କବି ସଭାପତିତ୍ୱ କରିଥିବାବେଳେ ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ଶିକ୍ଷକ/ଶିକ୍ଷୟିତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଧାରଣା ଓ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ ।ବନ୍ତ: ସେହିପରି ବନ୍ତ ବ୍ଲକ ସମ୍ମୁଖରେ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ଦୁଇ ଦିନିଆ ଧାରଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବ୍ଲକ ଓଷ୍ଟା ସଂପାଦକ ଶଶୀ ଶେଖର କରଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ଅଲଓଷ୍ଟା ସଂପାଦକ ପ୍ରଣୟ ସିଂହ, ବ୍ଲକ ଅଲଓଷ୍ଟା ସଭାପତି ଅନିରୁଦ୍ଧ ଜେନା, ରାଜ୍ୟ ଅଲଓଷ୍ଟା ସହସଂପାଦକ ରୋହିତ କୁମାର ଜେନା, ଜିଲ୍ଲା ଅଲଓଷ୍ଟା ଉପସଭାପତି ଉପେନ୍ଦ୍ର ବିଶ୍ୱାଳ, ବ୍ଲକ ଓଷ୍ଟା ସଭାପତି ପୁଷ୍ପାରାଣୀ ଲେଙ୍କା, ବ୍ଲକ ଓଷ୍ଟା ଯୁଗ୍ମ ସଂପାଦକ ସନ୍ତୋଷ କୁମାର ଜେନା, ଜଗନ୍ନାଥ ଦ୍ୱିବେଦୀ, ରମେଶ ବେହେରା, ଆଲୋକ ମୁଖାର୍ଜୀ, ଆଲୋକ ପ୍ରଧାନ, ୪୮୮ ବର୍ଗ କଲେଜ ଭଦ୍ରକ ଜିଲ୍ଲା ସଭାପତି ତାରାକାନ୍ତ ମଲ୍ଲିକ, ଅଧ୍ୟାପିକା ଅଞ୍ଜଳୀ ଖୁଣ୍ଟିଆଙ୍କ ସମେତ ବହୁ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ସାମିଲ ହୋଇଥିଲେ । ଆୟୋଜିତ ପ୍ରତିବାଦ ସଭାରେ ପ୍ରାକ୍ତନ ରାଜ୍ୟ ଓଷ୍ଟା ସାଧାରଣ ସଂପାଦକ ରଘୁନାଥ ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭାସ ମହାପାତ୍ର, ମହେଶ୍ୱର ନାୟକ, ପଞ୍ଚାନନ ରାଉତ ପ୍ରମୁଖ ଯୋଗ ଦେଇ ମିଳିତ ମଞ୍ଚର ବିଭିନ୍ନ ଦାବି ସଂପର୍କରେ ଆଲୋକପାତ କରିଥିଲେ । ଦାବି ସମ୍ବଳିତ ପତ୍ରକୁ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ବିଡିଓ ରେବେକା ବିଲୁଂଗଙ୍କୁ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା । ଆଜିର ଧାରଣା ପୂବାହ୍ନ ୧୧ଟାଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା ।ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅଞ୍ଚଳର ୧୧ଟି ହାଇସ୍କୁଲ, ୧୧ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୮ଟି କଲେଜ ଓ ୧ଟି ମଦ୍ରାସାରେ କାର୍ଯ୍ୟରତ ସମସ୍ତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ୨ ଦିନିଆ ଧାରଣାରେ ସାମିଲ ହୋଇଛନ୍ତି । ଧାରଣାର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସମାନ କାମକୁ ସମାନ ଦରମା ଦାବି କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଉପରେ ନିଜ ବକ୍ତବ୍ୟରେ ମାଧ୍ୟମରେ ତୀବ୍ର ବର୍ଷିଥିଲେ । ଏହାସହିତ ବିଭିନ୍ନ ଦାବି ସମ୍ବନ୍ଧରେ ଅଲୋକପାତ କରିଥିଲେ । ଏହି ଧାରଣାରେ ଶିକ୍ଷକନେତା ବଂଶୀଧର ବାରିକ, କୁମୁଦ ରଂଜନ ଜେନା, ସମରବଲ୍ଲଭ ସାହୁ, ପରେଶଚନ୍ଦ୍ର କମିଳା, ସୁକୁମାର ମିଶ୍ର, ଅଜିତ ମହାନ୍ତି, ସରୋଜ ପାଣିଗ୍ରାହୀ, ସୁନିଲ କୁମାର ନାୟକ, ଭାଜପା ନେତା ଅରୁଣ କୁମାର ବେଜ, ସିପିଏମ୍ ନେତା ଦିଲୀପ ପରିଡ଼ା, ଦିଲୀପ ଗିରି, ଓଷ୍ଟା ର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁମାଧବ ମହାନ୍ତି,ବିଜେଡି ନେତା ତଥା ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ପ୍ରମୁଖ ଦାବି ଗୁଡ଼ିକ ସପକ୍ଷରେ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ ।ବଡ଼ସାହି: ଓଡ଼ିଶା ସ୍କୁଲ, କଲେଜ ମିଳିତମଂଚ ତରଫରୁ ୭ଦଫା ଦାବି ନେଇ ଆନେ୍ଦାଳନ ଚାଲୁରହିଥିବା ବେଳେ ବଡ଼ସାହି ସଂଘ ତରଫରୁ ପୂର୍ବ ସୂଚନାନୁଯାୟୀ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ବଡ଼ସାହି ବ୍ଲକ ଶିକ୍ଷକ ସମନ୍ୱୟ ସମିତିର ଉପଦେଷ୍ଟା ରାଜେନ୍ଦ୍ର ଜେନାଙ୍କ ପୈାରହିତ୍ୟରେ ଓଷ୍ଟା ସଂପାଦକ ତଥା ମିଳିତ ମଂଚର ଆବାହକ ପ୍ରଭାସ କୁମାର ନାୟକ ଧାରଣାର ଉଦେ୍ଦଶ୍ୟ ସହ ପ୍ରରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବ୍ଲକର ୧୧ଟି ମାଧ୍ୟମିକ ବିଦ୍ୟାଳୟ, ୬୬୨ବର୍ଗର ଦୁଇଟି ମହାବିଦ୍ୟାଳୟ ଓ ୪୮୮ବର୍ଗର ଗୋଟିଏ ମହାବିଦ୍ୟାଳୟ ତରଫରୁ ଶତାଧିକ ଶିକ୍ଷକ ଓ ଅଧ୍ୟାପକ ଅନ୍ତର୍ଯାମୀ ନାୟକ, ଦୀପକ କୁମାର ପରିଡା, ସନ୍ତୋଷ କୁମାର ଖଣ୍ଡା ତଥା କର୍ମଚାରୀଙ୍କ ଧାରଣାସ୍ଥଳକୁ ବିଭିନ୍ନ ରାଜନୈତିକ କର୍ମକର୍ତ୍ତାଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ସାଂସଦ ପ୍ରତିନିଧି ରାକେଶ ମହାପାତ୍ର, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ବଳା, ଜିଲ୍ଲା କଂଗ୍ରେସ ଉପ-ସଭାପତି ପ୍ରକାଶ ଚନ୍ଦ୍ର କରମହାପାତ୍ର, ଜିଲ୍ଲା ବିଜେପି ଉପ-ସଭାପତି ସୁନିଲ କୁମାର ଦାଶ, ବ୍ଲକ କଂଗ୍ରେସ ସଭାପତି ଗୁଣନିଧି ମହାନ୍ତି, ବିଜେଡି ପ୍ରମୁଖ ରଣଜିତ ପାତ୍ର, କଂଗ୍ରେସ କର୍ମୀ ସୁରେଶ କୁମାର ଜେନା, ଶିକ୍ଷକ ସମନ୍ୱୟ ସମିତିର ଆବାହକ ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖ ଆସି ଆଲୋଚନା କରିଥିଲେ । ତେବେ ଶିକ୍ଷକ ଓ ଅଧ୍ୟାପକ ମାନଙ୍କର ଏହି ଆନେ୍ଦାଳନ ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ।ଭଦ୍ରକ: ଭଦ୍ରକ ବ୍ଲକର ସମସ୍ତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀମାନେ ତାଙ୍କର ବିଭିନ୍ନ ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସଙ୍ଗେ ସଙ୍ଗେ ଦାବି ଗୁଡ଼ିକୁ ବିଡ଼ିଓଙ୍କ ଜରିଆରେ ସରକାରଙ୍କୁ ପ୍ରଦାନ କରିଥିଲେ । ମିଳିତ ମଂଚର ବ୍ଲକ ସଭାପତି କଳପତରୁ ଦାସଙ୍କ ସଭାପତିତ୍ୱରେ, ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ମିଳିତ ମଂଚ ଜିଲ୍ଲା ସଭାପତି ଆଦିତ୍ୟ କୁମାର ଜେନା, ଉପଦେଷ୍ଟା ସାଧୁ ଚରଣ ଷଢଙ୍ଗୀ, ବ୍ଲକ ସମ୍ପାଦକ ବୈକୁଣ୍ଠ ବିଶ୍ୱାଳ, ଶିକ୍ଷକ ନେତା ଅଶୋକ କୁମାର ରାଉତ, ଅଫତାବ ଆଲାମ ଖାନ, ଉପସଭାପତି ସୁରେନ୍ଦ୍ର ମହାପାତ୍ର, ପହଲ୍ଲାଦ ସାହୁ, ସୁବାଷ ମହାନ୍ତି, ପ୍ରମୁଖ ସଂଗ୍ରାମୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ବିଜେପି ନେତା ପ୍ରଦିପ ନାୟକ, ବରିଷ୍ଠ ଆଇନଜିବୀ ଦିବ୍ୟସିଂହ ନାୟକ, ରାଜ୍ୟ କଂଗ୍ରେସ ଯୁବନେତା ନଳିନୀ କାନ୍ତ ମହାନ୍ତି ସରକାରଙ୍କ ଏଭଳି ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ଦୟାନ, ରଂଜନ କୁମାର ପ୍ରଧାନ, ଆଜମଲ ହୋସେନ, ଶରତ କୁମାର ସାହୁ, ପର୍ଶୁରାମ ସାହୁ, ଅଶେକ ଦାସ, ମିନତି ଜେନା, ଶୁଶାନ୍ତ କୁମାର ବାରିକ, ଦୈତାରୀ ଦିକ୍ଷୀତ, ସନ୍ତୋଷ ଦାସ ପ୍ରମୁଖ ସଂଗ୍ରାମୀ ବକ୍ତବ୍ୟ ରଖିଥିଲେ । ଏଥିରେ ଏଆଇଡ଼ିଏସଓର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ବ୍ଲକ ସ୍ତରୀୟ ଶାନ୍ତିପୁର୍ଣ୍ଣ ଧାରଣା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।ତିହିଡି: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ବିଭିନ୍ନ ଦାବି ନେଇ ନିଜ ନିଜ ଶିକ୍ଷାନୁଷ୍ଠାନରେ ତାଲା ପକାଇ ଏବେ ରାଜଧାନୀରେ ବିକ୍ଷୋଭ କରୁଛନ୍ତି ମେଳା କରି । ସରକାର ଏହାକୁ କର୍ଣ୍ଣପାତ ନକରିବାରୁ ତାଲା ପଡିଥିବା ଶିକ୍ଷାନୁଷ୍ଠାନ ଗୁଡିକର ଶିକ୍ଷକ ଓ କର୍ମଚାରୀମାନେ ତାତି ଉଠିଛନ୍ତି । ଆଜି ତିହିଡି ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ଶିକ୍ଷକ ଓ କର୍ମ·ରୀ ଧାରଣାରେ ବସିଥିଲେ । ତିହିଡି ଡିଗ୍ରୀ କଲେଜର ସଞ୍ଜୟ ମହାପାତ୍ର, ବିଦ୍ୟାଧର ଭୋଇ, ଦେବେନ୍ଦ୍ର ସାମଲ, ଅଣାକାର ପାତ୍ର, ସତ୍ୟନାରାୟଣ ବେହେରା ପ୍ରମୁଖ ୧୦ ରୁ ଅଧିକ ଶିକ୍ଷକ ଓ କର୍ମ·ରୀ ଧାରଣାରେ ବସିଥିବା ବେଳେ ତିହିଡି +୨ କଲେଜର ପୂର୍ଣ୍ଣଚନ୍ଦ୍ର ବାରିକ, ବିଶ୍ୱଜିତ ଧଳ, ରାମଚନ୍ଦ୍ର ପରିଡା, ଜନ୍ମେଜୟ ଭୂୟାଁ, ଦିବାକର ବେହେରା, ଶ୍ରୀରାମ ଦାସ, ବିଜୟ କୁମାର ପଣ୍ଡା, ଗଣେଶ ପ୍ରସାଦ ନାୟକ । ସେହିଭଳି ସିନେ୍ଦାଳ ପଞ୍ଚାୟତ ହାଇସ୍କୁଲର ଲଲାଟେନ୍ଦୁ ମହାପାତ୍ର, ରତ୍ନାକର ପରିଡା, ଅଭୟ କୁମାର ସେନାପତି ପ୍ରମୁଖ । ସେହିପରି ସିନେ୍ଦାଳ ଆନନ୍ଦପ୍ରସାଦ ହାଇସ୍କୁଲର ଭକ୍ତବନ୍ଧୁ ପତି, ପ୍ରଭାତ କୁମାର ଜେନା, ରଞ୍ଜନ କୁମାର ଦାସ, ସରୋଜ କୁମାର ପରିଡା, ମୃତୁ୍ୟଞ୍ଜୟ ପାଣି, କରୁଣକାନ୍ତ ପତି, ବିପ୍ଳବ ପଇ ପ୍ରମୁଖ । ସେହିପରି କଣ୍ଡରାଗଢିଆ ମିନାମୁନି ହାଇସ୍କୁଲର ନୀଳମଣି ପାତ୍ର, ଦିବାକର ପାଣିଗ୍ରାହୀ, ବିଜୟ କୁମାର ପଣ୍ଡା, ଅକ୍ଷୟ କୁମାର ଦାସ । ତଳଦୁମୁକା ଠାରେ ଥିବା ବ୍ୟାସଦେବ ହାଇସ୍କୁଲର ମନୋରଞ୍ଜନ ଦାସ, ଗୋପିନାଥ ପଣ୍ଡା, ଯୁଦ୍ଧିଷ୍ଠିର ପଣ୍ଡା, ଗୌରାଙ୍ଗ ନାୟକ, ସୁର୍ଯ୍ୟମଣି ରାଉତ । ଶଶିଶୋଭା ହାଇସ୍କୁଲ ଗୁଆମାଳର ପ୍ରଦୀପ କୁମାର ବାରିକ । ପାଳିଆବିନ୍ଧା ମହାବିଦ୍ୟାଳୟର ଭାଗିରଥି ଜେନା, ଦୀପକ ପଣ୍ଡା, ତପନ ନାୟକ, ଶଶ୍ମିତା ପଣ୍ଡା । ଉମାଚରଣ ହାଇସ୍କୁଲ ମହରମପୁର ର ପ୍ରଶାନ୍ତ ମହାରଣା, ଦେବାଶିଷ ପାଢୀ, ତପନ ପଣ୍ଡା, ନିତ୍ୟାନନ୍ଦ ମଲ୍ଲିକ, ରମେଶ ସାହୁ, ଅଶ୍ୱିନୀ ସାହୁ, ଶରତ ନାଥ, ସୁରେନ୍ଦ୍ର ରାଉତ । ପାଳିଆବିନ୍ଧା ପଞ୍ଚାୟତ ବାଳିକା ହାଇସ୍କୁଲର ହେମନ୍ତ ମଲ୍ଲିକ, ଅରୁଣ ସାହୁ । ହଂସପାଟ ଠାରେ ଥିବା ଲକ୍ଷ୍ମୀନାରାୟଣ ହାଇସ୍କୁଲର ପ୍ରଶାନ୍ତ ପତ୍ରୀ ଓ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମ·ରୀ ମାନେ ଆଜି ଗଣଧାରଣାରେ ତିହିଡି ବ୍ଲକ ଆଗରେ ବସିଥିଲେ । ପରେ ବିଡିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଭଣ୍ଡାରିପୋଖରୀ: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆହ୍ୱାନରେ ଗ୍ରାକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ସ୍ଥାନୀୟବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି । ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ ଏଥିରେ ସଭାପତିତ୍ୱ କରିଥିଲେ । ଏହି ଧାରଣାରେ ମନୋରଞ୍ଜନ ପଣ୍ଡା, ବନମାଳୀ ପଣ୍ଡା, ରଘୁନାଥ ସାହୁ, ମନୋଜ ରାଉତ, ବିପିନ ବିହାରୀ ମହାପାତ୍ର, ସିଦେ୍ଧଶ୍ୱର ସାହୁ, ନୃସିଙ୍ଗ ସ୍ୱାଇଁ, ମନୋରମା ଖଣ୍ଡେଇ, ଅନୁପମା ତ୍ରିପାଠୀ, ହରିହର ସାହୁ ପ୍ରମୁଖ ଶତାଧିକ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ଧାରଣାରେ ବସିରହି ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ବିଡ଼ିଓ ବନମାଳୀ ତରାଇଙ୍କ ମାଧ୍ୟମରେ ଏଥିନେଇ ସ୍ମାରକପତ୍ର ରାଜ୍ୟ ସରକାରଙ୍କୁ ପଠାଯାଇଥିଲା । ଦେଓପଦା କୌଶଲ୍ୟା ରାଉତ ଉଚ୍ଚବିଦ୍ୟାପୀଠ, ସାରୋ ଶ୍ୟାମସୁନ୍ଦର ବିଦ୍ୟାନିକେତନ, ଡ଼ଗରପଡ଼ା ଉଚ୍ଚବିଦ୍ୟାଳୟ, କହରାପୋଖରୀ ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାପୀଠ, ଜଳମଣ୍ଡୁଆ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଶରଦପୁର ବାଳିକା ଉଚ୍ଚବିଦ୍ୟାଳୟ ଓ ବନସ୍ତା ରାଜକିଶୋର ଗ୍ରାମମଙ୍ଗଳ ଉଚ୍ଚବିଦ୍ୟାଳୟ ଆଦି ବ୍ଲକଗ୍ରାଣ୍ଟ ସ୍କୁଲ ସହ ନାଆମୀ ମହାବିଦ୍ୟାଳୟ, ବାରିକପୁର ମହାବିଦ୍ୟାଳୟ, ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଓ ନୟନମଣୀ ମହାବିଦ୍ୟାଳୟର ବ୍ଲକଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀମାନେ ଏହି ଧାରଣାରେ ଅଂଶଗ୍ରହଣ କରିଥିଲେ ।




Powered by odothemes.com