MONDAY-ASSAMBLY-(9)

ଦିନକ ଲାଗି ମୁଲତବୀ

39

ବିଧାନସଭାରେ ତେଲ ତାତି
ଭୁବନେଶ୍ୱର, ୧୦ ।୯ (ବୁ୍ୟରୋ): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ନେଇ ଆଜି ବିଧାନସଭାରେ ଦଳୀୟ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ଅପରପକ୍ଷରେ ସମବାୟ, ଓମ୍ଫେଡ୍, ଚାରା ଦୁର୍ନୀତିକୁ ନେଇ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହର କାର୍ଯ୍ୟ ଆଜି ଚାଲିବା ସମ୍ଭବପର ହୋଇନାହିଁ । ବିରୋଧୀ ସଭ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ମାତ୍ର ୪ ମିନିଟ୍ ପରେ ଅର୍ଥାତ୍ ୧୦ଟା ୩୪ରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଆଜି ଆଲୋଚନା ହେବାକୁ ଥିବା ଗୃହ, ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଜିଲୋଟିନ୍ ମାଧ୍ୟମରେ ପାରିତ ହେବ ବୋଲି ବାଚସ୍ପତି ପ୍ରଦୀପ ଅମାତ କହିଛନ୍ତି ।
ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଥିଲେ । ସେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ଜାରି ରଖିଥିଲେ । ତାଙ୍କ ସହ କଂଗ୍ରେସର ଅନ୍ୟ ବିଧାୟକମାନେ ସାମିଲ ହୋଇଥିଲେ । ସେହିଭଳି ବିଜେପି ବିଧାୟକମାନେ ସମବାୟ, ଚାରା ଓ ଓମ୍ଫେଡ୍ ଦୁର୍ନୀତିକୁ ପ୍ରସଙ୍ଗ କରି ଗୃହର ମଧ୍ୟଭାଗରେ ମଧ୍ୟ ହଟ୍ଟଗୋଳ କରିଥିଲେ । ଉଭୟ ସଦସ୍ୟଙ୍କ ହଟ୍ଟଗୋଳ ସମୟରେ ଗୃହର କାର୍ଯ୍ୟ ଚାଲିପାରିନଥିଲା । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଆଜି ବନ୍ଦ ଡାକରା ଯୋଗୁଁ ମୁଖ୍ୟମନ୍ତ୍ରୀ ସାମାନ୍ୟ ବିଳମ୍ବରେ ଆସି ବିଧାନସଭାରେ ପହଞ୍ଚôଥିଲେ । ତେବେ ହଟ୍ଟଗୋଳ ଜାରି ରହିବାରୁ ଗୃହର କାର୍ଯ୍ୟ ଚାଲିବା ସମ୍ଭବପର ହେଲାନାହିଁ । ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ସେଆର କରନ୍ତୁ:



Powered by odothemes.com