congress

ଭାରତ ବନ୍ଦ: ଟ୍ରେନ୍ ସେବା ପ୍ରଭାବିତ

14

ଭୁବନେଶ୍ୱର(ବୁ୍ୟରୋ): ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ବିରୋଧରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଯୋଗୁ ପୂର୍ବତଟ ରେଳପଥ ପ୍ରଭାବିତ ହୋଇଛି । ବିଭିନ୍ନ ରେଳ ଷ୍ଟେସନ୍‌ରେ ବହୁ ଦୂରଗାମୀ ଓ ପାସେଞ୍ଜର ଟ୍ରେନ୍‌ ଦୀର୍ଘ ସମୟ ଅଟକି ରହିଥିଲା । ଏଥିରେ ବହୁ ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିବା ବେଳେ କିଛି ଟ୍ରେନ୍କୁ ନିୟନ୍ତ୍ରଣ ଓ କିଛି ଟ୍ରେନ୍କୁ ସାମୟିକ ବାତିଲ୍ କରିଦିଆଯାଇଥିବା ସୂଚନା ଦିଆଯାଇଛି ।
ଭୁବନେଶ୍ୱର, କଟକ, ଭଦ୍ରକ, କେନ୍ଦୁଝର, ମଞ୍ଜୁରୀ ରୋଡ୍, ବ୍ରହ୍ମପୁର, ପାରାଦୀପ, ରମ୍ଭା, ଢ଼େଙ୍କାନାଳ, ଖୋର୍ଦ୍ଧରୋଡ୍, ନିରାକାରପୁର, ଛତ୍ରପୁର, ସମ୍ବଲପୁର, ବଲାଙ୍ଗିର, ଟିଟିଲାଗଡ଼ ଏବଂ ପୁରୀ ଷ୍ଟେସନ୍ରେ କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଥିଲା । ଏଥିଲାଗି ବିଭିନ୍ନ ଷ୍ଟେସନ୍ରେ ଭୋର୍ ୫ଟା ୩ଠରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବିଭିନ୍ନ ରୁଟ୍‌ରେ ୧୯ଟି ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଥିଲା । ସେହିପରି ଆଉ ୫ଟି ଟ୍ରେନ୍‌କୁ ଆଂଶିକ ବାତିଲ୍ କରାଯାଇଥିଲା । ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌, ବିଶାଖାପାଟଣା-ଦୁର୍ଗ ଏକ୍ସପ୍ରେସ୍‌, ହାଇଦ୍ରାବାଦ-ହାୱଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌, ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ୍‌, ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌, ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ୍‌, ତି୍ରଭନ୍ଦ୍ରମ-ଶାଲିମାର ଏକ୍ସପ୍ରେସ୍‌, ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍, ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍, ହାୱଡା-ପୁରୀ ଏକ୍ସପ୍ରେସ୍, ହାୱଡା-ପୁରୀ ମେଲ୍, ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ୍, ପୁରୀ-ପାରାଦୀପ ଏକ୍ସପ୍ରେସ୍, ସିକନ୍ଦରାବାଦ୍-ହାୱଡା ଫଲକ୍ନାମା ଏକ୍ସପ୍ରେସ୍, ଜୁନାଗଡ଼ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ୍, ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ୍‌, ହାୱଡା-ଯଶୋବନ୍ତପୁର ଏକ୍ସପ୍ରେସ୍‌, ପୁରୀ-ବଡ଼ବିଲ୍‌ ଏକ୍ସପ୍ରେସ୍‌, ବ୍ରହ୍ମପୁର-କଟକ ମେମୁ, ଅନୁଗୋଳ-ପୁରୀ ପାସେଞ୍ଜର, ପଲାସା-ଭୁବନେଶ୍ୱର ପାସେଞ୍ଜର, ପଲାସା-କଟକ ପାସେଞ୍ଜର ଆଦି ଟ୍ରେନ୍‌ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଥିଲା । ଏଥିଯୋଗୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ ।




Powered by odothemes.com