BAGHAJATIN-CYCLE-RALLY-balliapala

୧ଠଠ ସାମିଲ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

21

ମା’-ମାଟି-ମାତୃଭାଷାର ବାର୍ତ୍ତା ନେଇ ବାଲିଆପାଳରୁ ପୁରୀ ସାଇକେଲ ଯାତ୍ରା
ବାଲିଆପାଳ (ଆପ୍ର): ଦେଶ ଓ ଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହୀଦ ବାଘାଯତିନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ହିଂଶାମୁକ୍ତ ଓଡିଶାଗଠନ ଲକ୍ଷ୍ୟରେ ବାଘାଯତିନ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ବାଲିଆପାଳରୁ ପୂରୀ ପର୍ଯ୍ୟନ୍ତ ସାଇକେଲ ଯାତ୍ରାର ଶୁଭାରମ୍ଭ ହୋଇଛି । ବାଲିଆପାଳ ପୂର୍ତ୍ତ ଡାକବଙ୍ଗଳା ପରିସରରେ ବରିଷ୍ଠ କୃଷି ବୈଜ୍ଞାନିକ ପ୍ରଫେସର ଡ. ଅଦ୍ୱୈତ ପାତ୍ର ପତାକା ହଲାଇ ଯାତ୍ରା ଶୁଭାରମ୍ଭ କରିଥିଲେ ।
ପ୍ରାରମ୍ଭରେ ସ୍ମୃତିପରିଷଦର ସଭାପତି ଅରବିନ୍ଦ ବେହେରା ସବିଶେଷ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚ ସଭାପତି ନାରାୟଣ ପ୍ରସାଦ ସାହୁ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ଅଜୟ କୁମାର ସାହୁ, ଧିରେନ୍ଦ୍ରନାଥ କରଣ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଝାଡେଶ୍ୱର ପ୍ରଧାନ, ସନ୍ୟାସୀ ବେହେରା, ଅବସରପ୍ରାପ୍ତ ପ୍ରଫେସର ବୀରମାଧବ ଦାସଅଧିକାରୀ, ପୂର୍ବତନ ସୈନିକ ସଂଘ ସଭାପତି ଜୟରାମ ପାତ୍ର, ସଂପାଦକ ରାଧାନାଥ ରାଉତ, ମନୋଜ କୁମାର ସି, ଅଜିତ କୁମାର ପାତ୍ର, ଅଧ୍ୟାପକ ସୁକାନ୍ତ ଗିରି, ସୁଜାତା ସି ପ୍ରମୁÿୁଖ ଯାତ୍ରାର ସଫଳତା କାମନା କରି ଉଦ୍ବୋଧନ ଦେଇଥିଲେ ।
ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ଶଙ୍ଖ ହୁଳୁହୁଳି ଦେଇ ସାଇକେଲ ଯାତ୍ରୀଙ୍କୁ ବନ୍ଦାପନା କରିଥିଲେ । କ୍ଷୀତିଶ ଜେନା, ମନ୍ମଥ ପାତ୍ର, ସରୋଜ କର, ଗୌରହରି ଦେ, ହରେନ୍ଦ୍ର ବାରିକ, ଜିତେନ୍ଦ୍ର ପାତ୍ର, ସଞ୍ଜୟ ଦାସ, ଗଙ୍ଗାଧର ମହାନ୍ତି, ସଞ୍ଜୟ ସାହୁ, ବିଶ୍ୱରଞ୍ଜନ ସେଠୀ, ନାରାୟଣ ଜେନା, ରବୀନ୍ଦ୍ର ଜେନା, ମନ୍ମଥ ନାୟକ, ଭଗୀରଥ ଗିରି, ଯତୀଶ ଜେନା ପ୍ରମୁଖ ୧୦୦ ଜଣ ସାଇକେଲ ଯାତ୍ରାରେ ସାମିଲ ହୋଇଛନ୍ତି । ଏହା ବାଲିଆପାଳ ବସଷ୍ଟାଣ୍ଡ, ପାରୁଳିଆଛକ, ବ୍ଲକ ଛକ, ସିମୁଳିଆ ବଜାର ଦେଇ ଲଙ୍ଗଳେଶ୍ୱରରେ ପହ‚ଥିଲା ସେଠାରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ତୁଷାରକାନ୍ତ ବେହେରା, ବିଜେପି ନେତା ଖଗେନ୍ଦ୍ର ନାୟକ, ସୁବାଷ ବେହେରା, ସରୋଜ ରାଉତ, ଶୁଭ୍ରାଂଶୁ ସାହୁ ପ୍ରମୁଖ ସାଇକେଲ ଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ।
ଏହି ଦଳ ଚଷାଖଣ୍ଡର ବାଘାଯତିନ ସ୍ମୃତିପୀଠରେ ପହଞ୍ଚô ଶ୍ରଦ୍ଧାଞ୍ଜଳି ଦେବା ପରେ ପୁରୀ ପର୍ଯ୍ୟନ୍ତ ସମସ୍ତ ସହୀଦ ପୀଠକୁ ଯିବାର କାର୍ଯ୍ୟକ୍ରମ ରହିଛି । ନିଶାମୁକ୍ତ ଓଡ଼ିଶା ଗଠନ, ଓଡ଼ିଆ ଭାଷାର ପ୍ରଚାର ପ୍ରସାର, ସରକାରୀ ସ୍ତରରେ ଚାଲିଥିବା ଦୁର୍ନୀତି ବିଲୋପ, ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନ, ଅଶ୍ଳୀଳ ଭାଷା ବର୍ଜନ ଇତ୍ୟାଦି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା ପରିଷଦପକ୍ଷରୁ କୁହାଯାଇଛି ।

ସେଆର କରନ୍ତୁ:



Powered by odothemes.com