thequint-2017-03-1627445d-c422-4264-914e-d5ffdcfe18fe-Hero-Image-Rape-Law

ଦୁର୍ଷ୍କମ ମାମଲାରେ ଦଣ୍ଡ ବିଧାନ ୧୬.୯୨%

23

ଭୁବନେଶ୍ୱର(ବୁ୍ୟରୋ): ୨୦୧୭ ଅପ୍ରିଲ ପହିଲାଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ମୋଟ ୧୦୯୯ ଦୁର୍ଷ୍କମ ମାମଲା ହୋଇଥିବା ବେଳେ ସେଥିମଧ୍ୟରୁ ୧୮୬ ମାମଲାରେ ଦୋଷୀମାନଙ୍କୁ ଦଣ୍ଡବିଧାନ କରାଯାଇଛି । ଏହି ଦଣ୍ଡ ବିଧାନ ହାର ୧୬.୯୨ ପ୍ରତିଶତ ରହିଛି । ସେହିଭଳି ଗତ ଦୁଇ ବର୍ଷ ମଧ୍ୟରେ ସାଇବର ଅପରାଧ ରେ ମୋଟ ୧୫୩୨ ଟି ମାମଲା ରୁଜୁ ହୋଇଥିବା ବେଳେ ୨୭୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ବୋଲି ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହଛନ୍ତି ।
ସୋମବାର ବିଧାନ ସଭାରେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୧୫୩୨ ସାଇବର୍ ଅପରାଧ ସଂଗଠିତ ହୋଇଥିବା ବେଳେ ଏଥିରେ ସମୃକ୍ତ ଥିବା ୨୭୩ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ଗତ ଦୁଇ ବର୍ଷ ମଧ୍ୟରେ ୨୨୫ ଅଶ୍ଳୀଳ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ୧୧୭ ଜଣଙ୍କୁ ଗିରଫ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ତଥ୍ୟ ମୁତାବକ, ରାଜ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ଯଥା ୨୦୧୬ ମସିହାରେ ୯୩ ଏବଂ ୨୦୧୭ ମସିହାରେ ୯୨ ଦୁଷ୍କର୍ମ ବିଭିନ୍ନ ଥାନାରେ ରୁଜୁ ହୋଇଥିଲା । ତେବେ ଗତ ଦୁଇ ବର୍ଷ ମଧ୍ୟରେ ଫଇସଲା ହୋଇଥିବା ୨୬୪ ମାମଲା ମଧ୍ୟରୁ ୨୨ ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଇଛି ।
ସେହିଭଳି ୨୦୧୭ ମସିହା ଅପ୍ରିଲ ପହିଲାରୁ ବର୍ତ୍ତମାନ ସୁଦ୍ଧା ଫଇସଲା ହୋଇଥିବା ୧୮୬ ମାମଲାରେ ଦୋଷୀମାନଙ୍କୁ ଦଣ୍ଡ ବିଧାନ କରାଯାଇଛି ବୋଲି ଗୃହ ବିଭାଗ ଦାୟିତ୍ୱରେ ଥବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ତିନି ବର୍ଷରେ ମୋଟ ୧୫୩୨ ସାଇବର ମାମଲା ରୁଜୁ କରାଯାଇଛି । ଗତ ୨୦୧୬ ମସିହାରେ ସାଇବର ମାମଲା ସଂଖ୍ୟା ୩୧୭ ଥିବା ବେଳେ ଏଥିରେ ଜଡିତ ୯୯ ଜଣଙ୍କୁ ଗିରଫ କରାଯାଇଛି । ୨୦୧୭ ମସିହାରେ ମୋଟ ୮୨୪ ସାଇବର୍ ଅପରାଧ ମାମଲା ରୁଜ କରାଯାଇଥିଲା ଏବଂ ଏଥିରେ ସମ୍ପୃକ୍ତ ୧୯୫ ଜଣଙ୍କୁ ଗିରଫ କରାଯାଇଥିଲା ।
୨୦୧୭ ଅପ୍ରିଲ ପହିଲା ଠାରୁ ୨୦୧୮ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ମୋଟ ୩୯୧ ସାଇବର ଅପରାଧ ସଂଘଟିତ ହୋଇଛି । ଏଥିରେ ସମ୍ପୃକ୍ତ ୭୯ ଜଣଙ୍କୁ ଗିରଫ କରାଯାଇଛି । ସାଇବର୍ ଅପରାଧ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୨୦୧୬ରେ ୪୦ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତି ଥିବା ୩୨ ଜଣଙ୍କୁ ଗିରଫ କରାଯାଇଛି । ୨୦୧୭ ମସିହାରେ ମୋଟ ୨୨୫ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲା ରୁଜୁ କରାଯାଇଥିଲା । ଏଥିରେ ସମ୍ପୃକ୍ତ ୮୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ତଥ୍ୟ ରଖିଛନ୍ତି ।

ସେଆର କରନ୍ତୁ:



Powered by odothemes.com