BHUBAN-(1)

ଭାରତ ବନ୍ଦ: ଜନଜୀବନ ପ୍ରଭାବିତ

14

ଢେଙ୍କାନାଳ,୧୦ା୯(ଆପ୍ର): ସୋମବାର- ନିଖିଳ ଭାରତ କଂଗ୍ରେସ୍ କମିଟିର ସଭାପତି ରାହୁଲ୍ ଗାନ୍ଧୀଙ୍କ ଆହ୍ୱାନ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ବିଭିନ୍ନ ସ୍ଥାନରେ ହରତାଳ ଓ ଶୋଭାଯାତ୍ରା କରାଯାଇଥିଲା । କିନ୍ତୁ ତୈଳଦର ବୃଦ୍ଧି ପ୍ରତିବାଦରେ ଜନସାଧାରଣ ଅତିଷ୍ଠ ହୋଇ ଲୋକେ ନିଜଆଡ଼ୁ ସ୍ୱତପ୍ରବୃତ୍ତ ଭାବେ ବନ୍ଦ କରିଥିଲେ । ଜିଲ୍ଲା କଂଗ୍ରେସ୍ ସଭାପତି ଓ କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ବନ୍ଦ୍ ପାଳନରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଏଆଇସିସି ସଭ୍ୟ ଓ ରାଜ୍ୟ ମହିଳା କଂଗ୍ରେସ୍ ଉପସଭାନେତ୍ରୀ ସୁଶ୍ରୀ ଶୁଭାସିନୀ ମହାକୁଡ଼, ରାଜ୍ୟ ସମ୍ପାଦକ ସିଦେ୍ଧଶ୍ୱରୀ ପ୍ରସାଦ ମିଶ୍ର, ଡ. ତୁଷାରକାନ୍ତୀ ନାୟକ, ପୂର୍ବତନ ଉପସଭାପତି ସୁନିଲ୍ କୁମାର ଦାସ, ପ୍ରେମ୍ ଶଙ୍କର ମିଶ୍ର, କାଉନ୍ସିଲର ଗୋପାଳ ଚନ୍ଦ୍ର ସାହୁ, ଦିପ୍ତୀରଞ୍ଜନ ସେଠୀ ଓ ବ୍ରହ୍ମାନନ୍ଦ ମଲ୍ଲିକ, ପୂର୍ବତନ ପିସିସି ମେମ୍ବର ରବି ମହାନ୍ତି, ବିପ୍ରବର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଢେଙ୍କାନାଳ ରେଲ୍ୱେ ଷ୍ଟେସନ୍ରେ ରେଳରୋକ କରାଯାଇଥିଲା ।
ସେହିପରି ଭାବରେ ଜିଲ୍ଲା ଜଜ୍ କୋର୍ଟ କାର୍ଯ୍ୟାଳୟକୁ ଆଡଭୋକେଟ୍ ଟଙ୍କଧର ବେହେରା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଆଡଭୋକେଟ୍ ପୂର୍ଣ୍ଣିମା ଚାନ୍ଦ ସାହୁ, ଆଡଭୋକେଟ୍ ଅମ୍ଲାନ୍ ଖଟୁଆ ଓ ଦିପ୍ତୀରଞ୍ଜନ ବରାଳଙ୍କ ନେତୃତ୍ୱରେ କୋର୍ଟ କାର୍ଯ୍ୟ ବନ୍ଦ୍ କରିବାରେ ସଫଳ ହୋଇଥିଲେ । ଉକ୍ତ ବନ୍ଦ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ କଂଗ୍ରେସ କର୍ମକର୍ତ୍ତା ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏମାନଙ୍କ ସହିତ ଯୁବନେତା ଶିଶିର ଶତପଥୀ, ମହିଳା ନେତ୍ରୀ ସମ୍ସେଦା ବେଗମ୍ ଉପସ୍ଥିତ ଥିଲେ ।
˜ କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ୫୩ ନଂ ଜାତୀୟ ରାଜପଥ ହନୁମାନ ବଜାର ଛକ ନିକଟରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରୋକ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଅହେତୁକ ଭାବେ ତୈଳ ଦରବୃଦ୍ଧି ହେଉଥିବାକୁ ତୀବ୍ର ସମାଲୋଚନା କରିଥିଲା କଂଗ୍ରେସ । ଯାନବାହାନ ଚଳାଚଳ ତଥା ସ୍କୁଲ୍, କଲେଜ୍ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସପୂର୍ଣ୍ଣ ରୁପେ ବନ୍ଦ ହୋଇଥିଲା । ଏହି ଆନେ୍ଦାଳନରେ କାମାକ୍ଷାନଗର କଂଗ୍ରେସ ବ୍ଲକ୍ ସଭାପତି କାମାକ୍ଷାପ୍ରସାଦ ପଣ୍ଡା, ଅଦୈତ ବିଶ୍ୱାଳ, ସନ୍ତୋଷ ମହାରଣା, ଦୋଳ ଗୋବିନ୍ଦ ବେହେରା, ଅଯୋଧ୍ୟା ପ୍ରସାଦ ଶତପଥୀ, ଅଶୋକ ନାଥ, ଅଭୟ ମହାପାତ୍ର, ରିତ ସାହୁ, ପ୍ରତାପ କୁମାର ସାହୁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ ।
ସେହିପରି ଅଖିଳ ଭାରତୀୟ କଂଗ୍ରେସ କିମଟିର ଆହ୍ୱାନକ୍ରମେ ଢେଙ୍କାନାଳ କଂଗ୍ରେସର ବରିଷ୍ଠ ନେତା ଓ ରାଜ୍ୟ ଶୃଙ୍ଖଳା କମିଟିର ସଭ୍ୟ ରବିନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଉପସଭାପତି ପ୍ରେମଶଙ୍କର ମିଶ୍ର, ଆଡଭୋକେଟ୍ ନିର୍ମଳ ମିଶ୍ର, ସୁନିଲ ଦାସ, ମହିଳା କଂଗ୍ରେସ ସଭାନେତ୍ରୀ ପୂର୍ଣ୍ଣିମା ଚାନ୍ଦ ସାହୁ, ଜିଲ୍ଲା ସୂଚନା ଅଧିକାରୀ ଅଭିଯାନ ଆବାହକ ପ୍ରିୟବ୍ରତ ଗଡ଼ନାୟକ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ବାବୁ ଖାଁ, ଶ୍ରମିକ ନେତା ପ୍ରଶାନ୍ତ ନାଏକ, କାଉନ୍ସିଲ୍ର ଗୋପାଳ ସାହୁ, ଯୁବନେତା ଦ୍ୱିତୀକୃଷ୍ଣ ବରାଳ, ସୂର୍ଯ୍ୟନାରାୟଣ ଦେବତା, ମନୁଆର ଖାଁ, ସାମାଜିକ କର୍ମୀ ରାମଚନ୍ଦ୍ର ଦେବତା, ଅଶୋକ ମଲ୍ଲିକ୍, ସତ୍ୟନାରାୟଣ ସତପଥୀ, କାମାକ୍ଷା ରଣା, ଦେବରାଜ ଦାସ ପ୍ରମୁଖ ସର୍ବ ପ୍ରଥମେ ଢେଙ୍କାନାଳ ରେଳ ଷ୍ଟେସନ ଠାରେ ରେଳରୋକ କରି ଏକ ପରିକ୍ରମାରେ ଜିଲ୍ଲା ସିଭିଲ୍ କୋର୍ଟରେ ପହଞ୍ଚô ଜିଲ୍ଲା ଦୌରାଜଜ୍ଙ୍କୁ କୋର୍ଟ କାର୍ଯ୍ୟରେ ଯୋଗ ନଦେବାକୁ ଅନୁରୋଧ କରିଥିଲେ । ଅନୁରୋଧ ରକ୍ଷା କରି ସମସ୍ତ ବିଚାରପତିମାନେ କୋର୍ଟ ସମ୍ମୁଖରୁ ଫେରିଯାଇଥିଲେ ।
˜ ହିନେ୍ଦାଳ: ଭାରତୀୟ ଜାତୀୟ କଂଗ୍ରେସ ଆହ୍ୱାନକ୍ରମେ ସୋମବାର ହିନେ୍ଦାଳ ବ୍ଲକ୍ କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ ଦିଆଯାଇଥିବା ବନ୍ଦ ଡାକରା ଏଠାରେ ସଫଳ ହୋଇଛି । ବ୍ଲକ୍ରେ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ଏହା ସହ ଦଳୀୟ କର୍ମୀ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟକୁ ଯାଇ ବନ୍ଦ କରିଦେଇଥିଲେ । ଫଳରେ ଆଜି ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଉକ୍ତ ବନ୍ଦରେ ସମିତିସଭ୍ୟ ଛବିରାଜ ବିଶ୍ୱାଳ, ପୂର୍ବତନ ବିଧାୟକ ମହେଶ୍ୱର ନାୟକ, ସୁବାସ ପାଳ, ଦାଶରଥି ରଥ, ଡା. ଚୈତନ୍ୟ ସାହୁ, ଦିବାକର ନାୟକ, ମନୋଜ ସାମଲ, ବାଲୁ ନାଥ ପ୍ରମୁଖ ଯୋଗଦାନ କରି ରାସୋଳ, ବାଲିମୀ ଓ ସାତମାଇଲ ଠାରେ ଥିବା ପେଟ୍ରୋଲ ପମ୍ପଠାରେ ଧାରଣା ଦେଇଥିଲେ ।
˜ କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କଂଗ୍ରେସ ଭସାବତି ତ୍ରିନାଥ ପଣ୍ଡାଙ୍କ ଆହ୍ୱାନକ୍ରମେ କାମାକ୍ଷାନଗର ଠାରେ କଙ୍କଡ଼ାହାଡ଼ ମୁଖ୍ୟରାସ୍ତା ଅବରୋଧ କରାଯାଇ ଆନେ୍ଦାଳନ କରାଯାଇଥିଲା । ତତ୍ସହିତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସ୍ୱତପ୍ରବୃତ୍ତ ଭାବେ ବନ୍ଦ ହୋଇଥିଲା ।
˜ ଅନୁଗୁଳ: ତୈଳଦର ବୃଦ୍ଧିକୁ ନେଇ ଦୃଢ଼ ପ୍ରତିବାଦ କରିଛି ଜାତୀୟ କଂଗ୍ରେସ । ଆଉ ଭାରତ ବନ୍ଦ ଡାକରା ଦେଇ ଶାସକ ଏନ୍ଡିଏ ସରକାରକୁ ଦେଇଛି ସତର୍କ ଘଣ୍ଟି । ଭାରତ ବନ୍ଦ ପ୍ରଭାବରେ ବିଭିନ୍ନ ଅଫିସ, ସ୍କୁଲ, କଲେଜ ସମେତ ଦୋକାନ ବଜାର ଗାଡ଼ିମଟର, ଟ୍ରେନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇ ପଡ଼ିଥିଲା । ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ଅନୁଗୁଳ ଜିଲ୍ଲାରେ । ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀ, ଅନୁଗୁଳ, ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର, ପାଲଲହଡ଼ା ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ଅଫିସ, ସ୍କୁଲ, କଲେଜ ବନ୍ଦ ରହିବା ସହ ଦୋକାନ ବଜାର, ଗାଡ଼ିମଟର ସମେତ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଯାହାକି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଏକ ପ୍ରକାର ସଫଳ ହୋଇଥିବା ଜଣାଯାଇଛି । କିଛି ଜାଗାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ତେବେ ଭାରତ ବନ୍ଦ ଡାକରାରେ ସହରର ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମଟର ଚଳାଚଳ ଠପ୍ ହୋଇ ପଡ଼ିଥିଲା । ସେହିଭଳି କଂଗ୍ରେସ କର୍ମୀମାନେ ରେଳ ଷ୍ଟେସନକୁ ଯାଇ ସେଠାରେ ରେଳ ଚଳାଚଳ ବନ୍ଦ କରିଥିଲେ । ସରକାରୀ ଅଫିସ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦ ରହିଥିଲା । ସୁରକ୍ଷା ଦୃଷ୍ଟିକୁ ନେଇ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା ।




Powered by odothemes.com