8-------IMG-20180909-WA0106-(1)

ପଶ୍ଚିମ ଓଡ଼ିଶାରେ ତୈଳଦର ବୃଦ୍ଧିର ପ୍ରତିବାଦ

26

ସମ୍ବଲପୁର(ଆପ୍ର): ପଶ୍ଚିିମ ଓଡ଼ିଶାର ୧୦ଟି ଜିଲ୍ଲାର ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନାରେ ତୈଳଦର ବୃଦ୍ଧି ପ୍ରତିବାଦରେ ବିିକ୍ଷୋଭ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଛି । ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛନ୍ତି ।
ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାର ଶତାଧିକ ଛାତ୍ର, ମହିଳାମାନେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବିଭନ୍ନ ପେଟ୍ରୋଲ ପମ୍ପରେ ବିିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଚାରପତ୍ର ବଣ୍ଟନ କରାଯାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଛେ ଦିନ୍ ଆସିବାର ପ୍ରତିଶ୍ରୁତିରେ ପ୍ରଧାନମନ୍ତ୍ରୀ ବିଫଳ ହୋଇଛନ୍ତି । ବିଭିନ୍ନ ଜିଲ୍ଲାରେ ଯୁବସଭାପତିମାନେ ଏହାର ନେତୃତ୍ୱ ନେଇଥିଲେ । କଳାହାଣ୍ଡି ଜିଲ୍ଲାର ଆଦିତ୍ୟ ନନ୍ଦ, ନୂଆପଡ଼ାର ରାଜେଶ ନିଗମ, ବୌଦ୍ଧର ମୃତୁ୍ୟଞ୍ଜୟ ମିଶ୍ର, ସୋନପୁରର ଅଶୋକ ନନ୍ଦ, ବରଗଡ଼ର ହିମାଂଶୁ ମିଶ୍ର, ବଲାଙ୍ଗିରର ଲୋଟସ ଷଡଙ୍ଗୀ, ଦେବଗଡ଼ର ଭୂପେନ୍ଦ୍ର ନାୟକ, ସମ୍ବଲପୁରର ସୁବାସ ଜେନା, ସୁନ୍ଦରଗଡ଼ର ଦେବେନ୍ଦ୍ର ମାଝୀ, ଝାରସୁଗୁଡ଼ାର ପ୍ରଶାନ୍ତ ଜେନା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ବୁଢାରାଜା ପେଟ୍ରୋଲ ପମ୍ପରେ ପଥପ୍ରାନ୍ତ ନାଟକ କରାଯିବା ସହ ପ୍ରଚାରପତ୍ର ବଣ୍ଟନ କରାଯାଇ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ୨୦୧୪ ନିର୍ବାଚନ ପ୍ରତିଶ୍ରୁତିରେ ମୋଦିଙ୍କ ବିଫଳତା ସମ୍ପର୍କରେ ଏହି ପଥପାନ୍ତ ସଭାରେ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଏସ୍ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଛାତ୍ର ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ତଥା ଜୋନ ସଭାପତି ସଞ୍ଜିତ ମହାନ୍ତି, ଛାତ୍ର ବିଜେଡି ସମ୍ପାଦକ ମିଳନ ହୋତା, ଅନୁଜ ଜେନା, ଜଗା ସେଠୀ, ଆର୍ତ୍ତତ୍ରାଣ ମିଶ୍ର, ଅଶୋକ ସେନାପତି, ମହିଳା ସଭାନେତ୍ରୀ ସଙ୍ଗୀତା ସ୍ୱାଇଁ, ଲକ୍ଷ୍ମୀ ମହାପାତ୍ର, ପ୍ରଶାନ୍ତ ଥାପା, ସୁଶାନ୍ତ ନାଥ, କୈଳାସ ପ୍ରଧାନ, ସୁମିତ ପଟେଲ, ଆୟୁଶୀ ଦେହୁରୀ, ଅଭିଷେକ ସାହୁ, ପ୍ରୀତେଶ ଜେନା, ହରି ମାଝୀ, ରଜତ ପ୍ରଧାନ, ସ୍ୱାଗତ ପ୍ରଧାନ, ସନ୍ତୋଷ ମହାକୁଡ଼, ଚିତ୍ତ ପଣ୍ଡା, ଡା.ସିିଦ୍ଧାର୍ଥ ସାହୁ, ମହମ୍ମଦ ଅଜୁ, ଦୁଷ୍ମନ୍ତ ସିଂହ, ବୀରେନ୍ଦ୍ର ସାହୁ, ପ୍ରେମାନନ୍ଦ ମିଶ୍ର, ବାବୁଲାଲ ନେପାକ, ଜିନୁ ମନ୍ତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ । ଦେବଜ୍ୟୋତି ପଟ୍ଟନାୟକ, ମାନସ ପଣ୍ଡା, ବିକାଶ ରଞ୍ଜନ, ସତ୍ୟପ୍ରକାଶ ନାୟକ, ଅମୂଲ୍ୟ ତାଣ୍ଟିଆ ପଥପ୍ରାନ୍ତ ନାଟକରେ ଭାଗନେଇଥିବା ବେଳେ ମାନସ ରଞ୍ଜନ ମିଶ୍ର ନିଦେ୍ର୍ଦଶନା ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com