5--------Chakapada-(1)

ବିପଦସଙ୍କୁଳ ଅବସ୍ଥାରେ ବେଲାପଦର ୟୁପି ସ୍କୁଲ

28

ଚକାପାଦ (ଆପ୍ର): ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାପ୍ରତି ଗୁରୁତ୍ୱ ଦେବା ସହ ବିଭିନ୍ନ ସ୍କୁଲରେ ଶ୍ରେଣୀ ଗୃହ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି କିଛି ସ୍କୁଲରେ ପିଲାମାନେ କେଉଁଠାରେ ମଣ୍ଡପରେ ତ କେଉଁଠାରେ ସ୍କୁଲ ବାରଣ୍ଡାରେ ତ ଆଉ କେଉଁଠାରେ ଚାଳିଆ ଘରେ ବସି ପଢୁଥିବା ନଜର ଆସୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବେଲାପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ୧୮୮୯ ମସିହାରେ ସ୍ଥାପିତ ଏହି ସ୍କୁଲରେ ଦୁଇଟି ଅତିରିକ୍ତ ଗୃହ ନିର୍ମାଣ ହୋଇଥିଲେ ମଧ୍ୟ ସେଗୁଡ଼ିକ ନିରାପଦ ଅବସ୍ଥାରେ ନାହିଁ । ଛାତର ବିମ୍ ଫାଟି ବିପଜ୍ଜନକ ଅବସ୍ଥାରେ ରହିଛି । ବର୍ଷାଦିନେ ଛାତରୁ ପାଣି ଗଳିବା ସହ ବିଷାକ୍ତ ଜନ୍ତୁଙ୍କ ଭୟ ରହିଛି । ଫଳରେ ବାଧ୍ୟ ହୋଇ ପିଲାମାନେ ବାରଣ୍ଡାରେ ବସି ପଢୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୦ ଜଣ ବିଦ୍ୟାର୍ଥୀ ବାରଣ୍ଡାରେ ପଢ଼ୁଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଏଥିସହ ସ୍କୁଲ ହତା ଭିତରେ ଦୁଇଟି ନଳକୂପ ଥିଲେ ମଧ୍ୟ ଠିକ୍ ଭାବେ ପାଣି ବାହାରୁନଥିବାରୁ ମଧ୍ୟାହ୍ନ ଭୋଜନ ପାଇଁ ବାହାରୁ ପାଣି ଆଣିବାକୁ ପଡ଼ୁଥିବା ଜଣାଯାଇଛି । ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସଞ୍ଜୀବ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଗ୍ରାମବାସୀ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com