9--------Khapuri

ମେଡିକାଲ୍ ପରିସରରୁ ମିଳିଲା ୭ ଖପୁରୀ

24

ପୁରୀ(ବୁ୍ୟରୋ): ପୁରୀ ଷ୍ଟେସନରୋଡସ୍ଥିତ କମଳା ମାତୃଦେବୀ ଡାକ୍ତରଖାନା ପରିସରରୁ ରବିବାର ଅପରାହ୍ନରେ ୭ଟି ମଣିଷ ଖପୁରୀ ମିଳିଛି । ଖବର ପାଇ ସମୁଦ୍ରକୂଳ ଥାନାଧିକାରୀ ବିଶ୍ୱରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚô ଛାନ୍ଭିନ୍ କରିବା ସହ ସମସ୍ତ ଖପୁରୀ ଜବତ କରିଛନ୍ତି । ଡାକ୍ତରଖାନା ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନକୁ ଏତେ ଖପୁରୀ କିପରି ଓ କିଏ ଆଣିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।
ଖବରନେବାରୁ ଜଣାଯାଏ ଯେ, ସ୍ଥାନୀୟ କମଳା ମାତୃଦେବୀ ଡାକ୍ତରଖାନା ପରିସରରେ ଏକ ଅଖା ଭିତରେ ୭ଟି ମଣିଷ ଖପୁରୀ ପଡିଥିବା ସ୍ଥାନୀୟ ଲୋକେ ଦେଥିବାକୁ ପାଇଥିଲେ । ଏ ନେଇ ପୁଲିସ ଖବର ଦେଇଥିଲେ ମଧ୍ୟ ପୁଲିସ ଘଟଣାକୁ ଗୁରୁତର ସହ ନେଇନଥିଲେ । ଶେଷରେ ସ୍ଥାନୀୟ ଲୋକେ କିଛି ଗଣମାଧ୍ୟମକୁ ଏ ନେଇ ଖବର ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚô ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚô ୭ଟି ଖପୁରୀକୁ ଜବତ କରିଛି । ଜବତ ଖପୁରୀକୁ ପରୀକ୍ଷା ପାଇଁ କଟକ ଏଫ୍ଏମ୍ଟିକୁ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି । ତେବେ ପ୍ରତ୍ୟକ୍ଷଦର୍ଶୀ କମଳା ଦାସଙ୍କ କହିବାନୁଯାୟୀ, ଗତ ଶୁକ୍ରବାର ରାତି ୧୦ଟା ବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଏହି ଅଖା ପକାଇଥିବା କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com