tamilnadu

ତାମିଲନାଡୁରେ ପ୍ରବାସୀ ଓଡ଼ିଆ ସହାୟତା କେନ୍ଦ୍ର

18

ଭୁବନେଶ୍ୱର(ବୁ୍ୟରୋ): ଓଡ଼ିଶା ସରକାରଙ୍କ ତରଫରୁ ତାମିଲନାଡୁର ତିରପୁରରେ ଏକ ପ୍ରବାସୀ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓରମାସ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ସହାୟତା କେନ୍ଦ୍ରକୁ ବିଭାଗୀୟ ପ୍ରମୁଖ ସଚିବ ଡିକେ ସିଂହ ଉଦ୍ଘାଟନ କରିଛନ୍ତି । ତାମିଲନାଡୁର କୋଏମ୍ବାଟୁର ଓ ତିରପୁର ଠାରେ ଓଡ଼ିଶାର ୩୦ହଜାରରୁ ଊଦ୍ଧ୍ୱର୍ କୁଶଳୀ କାରିଗର କାମ କରୁଛନ୍ତି । ଏହି କେନ୍ଦ୍ର ସେମାନଙ୍କ ଦକ୍ଷତା ବିକାଶରେ ସହାୟକ ହୋଇପାରିବ ବୋଲି ଓରମ୍ାସର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ବିଏନ୍ ଦାସ କହିଛନ୍ତି । ନୂତନ କର୍ମସଂସ୍ଥାନ ଲାଗି ଓଡ଼ିଶାରୁ ଆସୁଥିବା ଯୁବକଯୁବତୀଙ୍କ ସାମୟିକ ରହିବା ବ୍ୟବସ୍ଥା, ସ୍ୱାସ୍ଥ୍ୟ ତଥା ଚାକିରୀ ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟା ସମାଧାନ ଏବଂ ସାଂସ୍କୃତିକ ଭାବ ବିନିମୟ ଦିଗରେ ଏହି କେନ୍ଦ୍ର ସହାୟକ ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ ।
ଗତ୨ବର୍ଷ ମଧ୍ୟରେ ଜିଡିୟୁ-ଜିକେୱାଇ ଦ୍ୱାରା ତାମିଲ ଗ୍ରହଣ କରିଥିବା ପ୍ରାୟ ୫ରୁ ଉଦ୍ଧ୍ୱର୍ ଯୁବକଯୁବତୀ ଏହି ଅଞ୍ଚଳରେ ଥିବା ବିଭିନ୍ନ ବୟନଶିଳ୍ପ କମ୍ପାନିରେ ନିଯୁକ୍ତି ପାଇଛନ୍ତି । ଆସନ୍ତା ବର୍ଷରେ ଆଉ ୫ହଜାର କୁଶଳୀ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବା ନେଇ ଓରମାସ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ଅବସରରେ ତିରପୁର ଠାରେ କାର୍ଯ୍ୟରତ ଓଡ଼ିଆ କର୍ମଚାରୀଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମଳନୀରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚି, ନିଦେ୍ର୍ଦଶକ ରାଜେଶ ପାଟିଲଙ୍କ ସମେତ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ, କମ୍ପାନି ମାଲିକ ଏବଂ ଉକ୍ତ କମ୍ପାନିରେ କାର୍ଯ୍ୟରତ ପ୍ରାୟ ୪ହଜାରରୁ ଊଦ୍ଧ୍ୱର୍ ଯୁବକଯୁବତୀ ଯୋଗଦାନ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ଏବଂ କର୍ମଚାରୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ, ସମନ୍ୱୟ ରକ୍ଷା କରିବା ଏହି ସମ୍ମିଳନୀର ଉଦେ୍ଦଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଅଂଶଗ୍ରହଣ କରିଥିବା କେତେକ କମ୍ପାନି କର୍ତ୍ତୃପକ୍ଷ ଓଡ଼ିଆ ଶ୍ରମିକଙ୍କ ପ୍ରସ୍ତୁ୍ତ ପୋଷାକ ସାମଗ୍ରୀର ଗୁଣବତ୍ତାକୁ ଭୂୟସୀ ପ୍ରଂଶସା କରିଥିଲେ । ସେମାନଙ୍କ କାର୍ଯ୍ୟଶୈଳୀ କମ୍ପାନିର ଉତ୍ପାଦନ, ଅଭିବୃଦ୍ଧିରେ ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ । ଶେଷରେ ଯୋଗଦାନ କରିଥିବା ଯୁବତୀଯୁବକ ମାନଙ୍କୁ ନେଇ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରୀଡା ପ୍ରତିଯୋଗିିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।




Powered by odothemes.com