Khaira-Hums-(6)

ହମ୍ପ୍ସ ବଢ଼ାଉଛି ବିପଦ

23

ଖଇରା,୯ା୯(ଆପ୍ର): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଛକ ଠାରୁ ଡୁଙ୍ଗୁରା ବଜାର ପ୍ରାୟ ଆଠ କିଲୋମିଟର ରାସ୍ତା ହୋଇଥିବା ବେଳେ ଦୈନିକ ଶହଶହ ଲୋକ ଯିବାଆସିବା କରିଥାଆନ୍ତି ବ୍ଲକ ମୁଖ୍ୟ କର୍ଯ୍ୟାଳୟକୁ । ମାତ୍ର ଆଠ କିଲୋମିଟର ରାସ୍ତା ଯିବାକୁ ହେଲେ ପାରିହେବାକୁ ପଡେ ବେଆଇନ ଭାବେ ନିର୍ମିତ ହୋଇଥିବା ଅଗଣିତ ହମ୍ପସ୍୍୍ । ଯିଏ ଯେଉଁଠି ପାରୁଛି ମନଇଛା ହମ୍ପସ୍୍୍ ତିଆରି କରି ପକାଉଛି । ସେଥି ମଧ୍ୟରୁ ତୋରାଣିପଦା ସ୍କୁଲ ଠାରେ ପକ୍କା ସିମେଣ୍ଟଖୁଣ୍ଟରେ ନିର୍ମିତ ହୋଇଥିବା ହମ୍ପସ୍ ବିପଦପୂର୍ଣ୍ଣ । ଦୈନିକ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଇକେଲ ଓ ବାଇକ ଆରୋହୀ । ଏହାଛଡା ନଛିପୁର, ମଳିହା, ଗୋଳିହା ପ୍ରଭୁତି ସ୍ଥାନରେ ନିର୍ମିତ ହୋଇଥିବା ହମ୍ପସ୍ ଗୁଡିକ ଲୋକଙ୍କର ଜୀବନମରଣ ସମସ୍ୟା ବଢାଇଦେଇଛି । ଜରୁରୀକାଳୀନ ସମୟରେ ୧୦୨, ୧୦୮ ଓ ଦମକଳ ଗାଡି ଠିକ ସମୟରେ ପହଞ୍ଚିପାରୁନ ଥିବାରୁ ଘଟଣା ସ୍ଥଳରେ ଏମାନଙ୍କୁ ବିଭିନ୍ନ ପ୍ରକାର ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି । ବେଆଇନ ଓ ବିପଦପୂର୍ଣ୍ଣ ହମ୍ପସ୍ ଯୋଗୁଁ ଦୈନିକ ଦୁର୍ଘଟଣା ଘଟୁଛି । ଏହି ୮ କି.ମି ରାସ୍ତାକୁ ଜରୁରୀକାଳୀନ ସମୟରେ ଜିବାକୁ ପ୍ରାୟ ୧ଘଣ୍ଟା ସମୟ ଲାଗିଥାଏ । ଏପରି ବେଆଇନ୍ ହମ୍ପ୍ସ ନିର୍ମାଣକୁ ନେଇ ଲୋକେ ଅତିଷ୍ଠ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ପଡିବ ବୋଲି କୁହାଯାଇଛି । ହମ୍ପ୍ସରେ ବିଭିନ୍ନ ବର୍ଜବସ୍ତୁ ସହିତ ପକ୍କା ଖୁଣ୍ଟ, ଭଙ୍ଗାଇଟା, ସିମେଣ୍ଟ ଖୁଣ୍ଟ ବ୍ୟବହୃତ ହେଉଥିବାରୁ ଗାଡି ଚକା ପମ୍ପଚର ହେଉଛି । ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ଥିବାର ନଜରକୁ ଆସୁ ନାହିଁ । ଏହା ଦ୍ୱାରା ଦିନକୁ ଦିନ ଦୁର୍ଘଟଣାମାନ ବୃଦ୍ଧି ହେବାରେ ଲାଗିଛି । ଗଣମାଧ୍ୟମରେ ଏନେଇ ଖବର ପ୍ରଚାରିତ ହୋଇଥିଲେ ବି ଏଥିପ୍ରତି କାହାରି ଦୃଷ୍ଟି ନପଡିବା ଲଜ୍ୟାକର ଘଟଣା । ଏନେଇ ସିମୁଳିଆ ସ୍ଥିତ ଗ୍ରାମ୍ୟ ଉନ୍ନୟନ ଏସ୍ଡିଓ ସୁଦର୍ଶନ ସାହୁଙ୍କୁ ପଚାରିବାରୁ ସେ ହମ୍ପସ୍ ବିଷୟରେ ଅଭିଯୋଗ ପାଇ ନାହାଁନ୍ତି । ଅଭିଯୋଗ ମିଳିଲେ ତୁରନ୍ତ ପୁଲିସ ସହାୟତାରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ହେଲେ ଏପର୍ଯ୍ୟନ୍ତ ସରଜମିନ ତଦନ୍ତରେ କୌଣସି ଅଧିକାରୀ ଆସିବାର ଜଣାପଡିଲା ନାହିଁ । ତୁରନ୍ତ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ରାସ୍ତାରୁ ବେଆଇନ ବିପଦପୂର୍ଣ୍ଣ ହମ୍ପସ୍ ଗୁଡିକୁ ହଟାଇବାକୁ ଅଞ୍ଚଳବାସୀଙ୍କ ତରଫରୁ ନିବେଦନ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com