15---

ବିରାଟ ଚାଷୀ ସଚେତନତା ସମାବେଶ

16

କେନ୍ଦ୍ରାପଡ଼ା(ଆପ୍ର): ଚାଷୀ ଓ ଚାଷର ସର୍ବାଙ୍ଗୀନ ଉନ୍ନତି ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟ ଚାଷି ସଙ୍ଗଠନ କୃଷକ ବିକାଶ ସମବାୟ ସମିତି ପକ୍ଷରୁ ବିରାଟ ଚାଷି ସଚେତନତା ସମାବେଶ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା ପୌରସଂସ୍ଥା ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ସଭାରେ କୃଷକ ସମବାୟ ସମିତିର ସଭାପତି ପ୍ରମୋଦ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ପ୍ରତାପ କେଶରୀ ଦେବ ଯୋଗ ଦେଇ କହିଥିଲେ ଯେ ଯଦି ଓଡିଶାରେ ପ୍ରକୃତ ଚାଷୀ ମାନଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ଠାରୁ ମିଳୁଥିବା ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ପାରିଲେ ଚାଷୀ ଆତ୍ମ ହତ୍ୟା ରୋକାଯାଇ ପାରିବ । ସମ୍ମାନୀୟଅତିଥି ଭାବେ ବିଧାୟକ କିଶୋର ଚନ୍ଦ୍ର ତରାଇ, ଇମେଜ୍ର ଅଧ୍ୟକ ସତ୍ୟ ମିଶ୍ର, ‘ରାଇଟ୍’ର ଅଧ୍ୟକ ଗୁରୁ ପ୍ରଶାଦ ତୀ୍ରପାଠୀ ପ୍ରମୁଖ ଯୋଗ ଦେଇଥିବାବେଳେ ସମ୍ମାନୀୟ ବକ୍ତାଭାବେ ଜିଲ୍ଲା ପରିଷଧ ଅଧ୍ୟକ ମାନଷ ପରିଡା ଯୋଗ ଦେଇଥିଲେ । ଚାଷୀମାନେ କିପରି ଅଧିକରୁ ଅଧିକ ଅମଳ କରିବା ସହିତ ଚାଷ କ୍ଷେତ୍ରରେ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।




Powered by odothemes.com