municipality-wardno-9-road-block-dkl

କାଉନ୍ସିଲର୍ଙ୍କ ବିରୋଧ

21

ବିଭିନ୍ନ ସମସ୍ୟା ନେଇ ରାସ୍ତାରୋକ
ଢେଙ୍କାନାଳ,୯ା୯(ଆପ୍ର): ପୌରାଞ୍ଚଳ ଅନ୍ତର୍ଗତ ବନମାଳୀପ୍ରସାଦ ଛକଠାରେ ବିଭିନ୍ନ ସମସ୍ୟାକୁ ନେଇ କେତେକ ଗ୍ରାମବାସୀ ଢେଙ୍କାନାଳ-ଭାପୁର ରାସ୍ତାକୁ ଅବରୋଧ କରିଥିବା ବେଳେ ସ୍ଥାନୀୟ କାଉନ୍ସିଲର ଏହାକୁ ବିରୋଧ କରି ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି । ପୌରାଞ୍ଚଳର ୯ନଂ ୱାର୍ଡ ବନମାଳୀପ୍ରସାଦ ଅଞ୍ଚଳରେ ପାନୀୟଜଳ, ଅଘୋଷିତ ବିଦୁ୍ୟତ୍କାଟ ଓ ଡ୍ରେନେଜ୍ କାର୍ଯ୍ୟରେ ମନ୍ଥରତା ନେଇ କେତେକ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ଖବରପାଇ ଟାଉନ୍ଥାନା ଅଧିକାରୀ ଅଭିନବ ଡାଳୁଆ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ ହଟାଇଥିବା ବେଳେ ଗ୍ରାମବାସୀଙ୍କ ଠାରୁ ଏକ ଲିଖିତ ଅଭିଯୋଗକୁ ଗ୍ରହଣ କରିଥିଲେ । ଏହି ରାସ୍ତାରୋକକୁ ସ୍ଥାନୀୟ କାଉନ୍ସିଲର ସଶ୍ମିତା ଖଟୁଆ ବିରୋଧ କରି ଉକ୍ତ ୱାର୍ଡରେ ଆଦିବାସୀ, ହରିଜନ ଓ ସାଧାରଣବର୍ଗର ଶତାଧିକ ଲୋକ ରହିଥିବା ବେଳେ ସାମାନ୍ୟ କେତେଜଣ ଲୋକ ଏହି ରାସ୍ତାରୋକ କରିଥିବାରୁ ଏହାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି । ଏହି ୱାର୍ଡରେ ପ୍ରାୟ ୧୬୧ଜଣ ବିପିଏଲ ପରିବାରକୁ ବିଦୁ୍ୟତ୍ ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୮ଜଣ ହିତାଧିକାରୀ କାର୍ଯ୍ୟାଦେଶ ପାଇଥିବା ବେଳେ ଅବଶିଷ୍ଟ ୯୮ ଜଣଙ୍କର ମଞ୍ଜୁର ହୋଇଥିବା ପ୍ରକାଶ କରିଛନ୍ତି । ସେହିପରି ପ୍ରାୟ ୭୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆସନ୍ତା ୩୦ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି । ପୂର୍ତ୍ତବିଭାଗ ପକ୍ଷରୁ ୧କୋଟି ଟଙ୍କାର ଊଦ୍ଧ୍ୱର୍ ବ୍ୟୟ ଅଟକଳରେ ଡ୍ରେନ୍ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପ୍ରତ୍ୟେକ ସାହିକୁ ଏଲ୍ଇଡି ଲାଇଟ୍ ଦିଆଯାଇଥିବାର କହିଛନ୍ତି । ତେଣୁ ଏହି ରାସ୍ତାରୋକର କୌଣସି ଯଥାର୍ଥତା ନାହିଁ ବୋଲି ପ୍ରକାଶ କରିଛନ୍ତି । ଆଜିର ଏହି ରାସ୍ତାରୋକରେ ଉକ୍ତ ୱାର୍ଡର ବାସିନ୍ଦା ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com