Ossta-Meeting

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନେ୍ଦାଳନ ପ୍ରସ୍ତୁତି

10

କେନ୍ଦୁଝର,୯ା୯(ଆପ୍ର): ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ, କେନ୍ଦୁଝର ଶାଖା ତରଫରୁ ସ୍ଥାନୀୟ ଶିକ୍ଷକ ଭବନ ଠାରେ ଆଗାମୀ ଦିନରେ ଆନେ୍ଦାଳନର ରୂପରେଖ ପ୍ରସ୍ତୁତି ଲାଗି ଜିଲ୍ଲାର ସମସ୍ତ ୧୫୨ଟି ନୂତନ ଅନୁଦାନପ୍ରାପ୍ତ ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ସମୂହର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି ରଘୁନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଓଷ୍ଟାର ଜିଲ୍ଲା ସଂପାଦକ କ୍ଷୀରୋଦ ରାଉତ ବୈଠକର ଉଦେ୍ଦଶ୍ୟ ଜ୍ଞାପନ କରିବା ସହିତ ଗତମାସ ୧୬ରେ ଦାବି ଦିବସ ଠାରୁ ଆରମ୍ଭ ହୋଇଥିବା ଆନେ୍ଦାଳନରେ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗ ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନ ଗୁଡିକରେ ଆନେ୍ଦାଳନକୁ ଆହୁରି ସଂଗଠିତ କରି ଗଢି ତୋଳିବାକୁ ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ସାମଲ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଆଗାମୀ ଦିନରେ ବ୍ଲକ ଏବଂ ପଞ୍ଚାୟତସ୍ତରରେ ଆନେ୍ଦାଳନକୁ କିପରି ଜୋରଦାର କରାଯିବ ଓ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଓଡିଶା ରାଜ୍ୟ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସ୍କୁଲ କଲେଜ ଗୁଡିକୁ ଯୋଗ୍ୟ ବିବେଚିତ ହେବା ଦିନ ଠାରୁ ପୂର୍ଣ୍ଣ ଅନୁଦାନ ସହିତ ଚାକିରୀ ସର୍ତ୍ତାବଳୀ, ପେନସନ୍, ନ୍ୟାସନାଲ ଜିଆଇଏ ଇତ୍ୟାଦି ଲାଗି ଗତ ଅଗଷ୍ଟ ୧୬ରୁ ଆନେ୍ଦାଳନକୁ ଓହ୍ଲାଇଛି । କିନ୍ତୁ ସରକାର ଶିକ୍ଷକ କର୍ମଚାରୀଙ୍କର ଏହି ନ୍ୟାର୍ଯ୍ୟ ଦାବିଗୁଡିକ ପ୍ରତି ଅଣଦେଖା କରୁଥିବାରୁ ପବିତ୍ର ଗୁରୁଦିବସକୁ ସମଗ୍ର ରାଜ୍ୟରେ କଳାଦିବସ ରୂପେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପାଳନ କରାଯିବା ପରେ ଗତ ୬ ରୁ ସମଗ୍ର ରାଜ୍ୟ ସମେତ ଜିଲ୍ଲାର ୧୫୨ଟି ବ୍ଲକଗ୍ରାଣ୍ଟ ବିଦ୍ୟାଳୟରେ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ ହୋଇଛି । ଫଳରେ ଜିଲ୍ଲାର ପ୍ରାୟ ୨୦ହଜାର ଛାତ୍ରଛାତ୍ରୀ ଏଥିରେ କ୍ଷତିଗ୍ରସ୍ଥ ହୋଇଛନ୍ତି । ଆଗାମୀ ଦିନରେ ପ୍ରିବୋର୍ଡ ଏବଂ ତ୍ରୟମାସିକ ପରୀକ୍ଷା ଇତ୍ୟାଦି ଥିବାରୁ ସରକାର ଆଉ ଟାଳଟୁଳ ନୀତି ଅବଲମ୍ବନ ନକରି ଶୀଘ୍ର ଶିକ୍ଷକଙ୍କର ଏହି ନ୍ୟାର୍ଯ୍ୟ ଦାବିପୂରଣ କରିବା ଲାଗି ବୈଠକରେ ଉପସ୍ଥିତ ସମସ୍ତ ଶିକ୍ଷକ ନେତା ମତପ୍ରକାଶ କରିଥିଲେ । ଶିକ୍ଷକଙ୍କ ଦାବିପୂରଣ ପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ ୧୧ଠାରୁ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ଏବଂ ଆଗାମୀ ୧୭ରୁ ଜିଲ୍ଲାର ସମସ୍ତ ପଞ୍ଚାୟତରେ ଶିକ୍ଷକ, ଶିକ୍ଷା କର୍ମଚାରୀ, ଅଭିଭାବକ, ଛାତ୍ରଛାତ୍ରୀ, ପରିଚାଳନା ସମିତିର କର୍ମକର୍ତ୍ତାଙ୍କୁ ନେଇ ପଦଯାତ୍ରା ଏବଂ ସାଧାରଣ ସଭାମାନ କରାଯାଇ ଜନସଚେତନତା ସୃଷ୍ଟି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିବ ବୋଲି ବୈଠକରେ ଉପସ୍ଥିତ ଜିଲ୍ଲା ଓଷ୍ଟାର ଯୁଗ୍ମ ସଂପାଦକ ଜ୍ଞାନେନ୍ଦ୍ର ଦେଓ, କାଶିନାଥ ମହାନ୍ତ, ବ୍ଲକ ସମ୍ପାଦକ ପର୍ଶୁରାମ ବାରିକ, ପ୍ରଶାନ୍ତ ମିଶ୍ର, ସୁଶାନ୍ତ ବେହେରା, ଅନୀଲ ବାରିକ ପ୍ରମୁଖ ପ୍ରକାଶ କରିଥିଲେ । ଜିଲ୍ଲା ଓଷ୍ଟାର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।




Powered by odothemes.com