ଗୋଟିଏ ଗୋଷ୍ଠୀକୁ ଅନୁକମ୍ପାର ଫଳ: ଛତିଶା ନିଯୋଗ

29

ପୁରୀ,୨୧ା୬(ଆପ୍ର): ଛତିଶାନିଯୋଗ ସେବାୟତଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀକୁ ଶ୍ରୀମନ୍ଦିରପ୍ରଶାସନର ଅନୁକମ୍ପାର ଫଳ ଆଜି ଶ୍ରୀମନ୍ଦିର ପ୍ରଶାସନ ସହିତ ଅନ୍ୟ ୩୫ଟି ଗୋଷ୍ଠୀ ସେବାୟତ ଭୋଗୁଛନ୍ତି । ଘଟ ପରିବର୍ତ୍ତନ ସମୟରେ ବିଭ୍ରାଟ ଓ ବିଳମ୍ବ କେବଳ ଦଇତାପତି ନିଯୋଗ ଦ୍ୱାରା ହୋଇଥିବା ବେଳେ ଅନ୍ୟ ୩୫ନିଯୋଗ ଏଥିରେ ସଂପୃକ୍ତ ନଥାଇ ଆଜି ଜନମାନସରେ ନିନ୍ଦିତ ହେଉଛନ୍ତି ବୋଲି ଛତିଶାନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଦୋଷାରୋପ କରାଯାଇଛି । ଏପରିକି ଏ ସମ୍ପର୍କରେ ଯଥାଶୀଘ୍ର ମୁଖ୍ୟପ୍ରଶାସକ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଛତିଶାନିଯୋଗ ଦାବି କରିଛି । ଆଜି ସନ୍ଧ୍ୟାରେ ମୁଖ୍ୟ ପ୍ରଶାସକ ଓ ଛତିଶାନିଯୋଗ କର୍ମକର୍ତ୍ତାମାନେ ଏକ ବୈଠକରେ ଏକତ୍ରୀତ ହୋଇଥିଲେ । ବୈଠକରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ଆଭ୍ୟନ୍ତରୀଣ ନୀତି କିପରି ସୂଚାରୁ ରୂପେ ସମ୍ପନ୍ନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଦଇତାପତିମାନଙ୍କ ଯୋଗୁଁ ଶ୍ରୀମନ୍ଦିର ଭିତରେ ବିଶୃଙ୍ଖଳା ହୋଇଥିବାର ୁ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ପ୍ରସ୍ତାବ ଦିଆଯାଇଛି । ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଦଶାହ, ତ୍ରୟୋଦଶୀ ଭଳି କୌଣସି ବିଧିବ୍ୟବସ୍ଥା ନାହିଁ । ବିଭିନ୍ନ ପଣ୍ଡିତ ଶାସ୍ତ୍ରଜ୍ଞଙ୍କ ସହ ପରମର୍ଶ କରି ତର୍ଜମା ପରେ ଶ୍ରୀମନ୍ଦିର ପ୍ରଶାସନ ଏ ସଂକ୍ରାନ୍ତରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଛତିଶାନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତ୍ରୟୋଦଶୀ ଦିନ ସିଂହଦ୍ୱାର ଠାରେ ମାଗଣା ମହାପ୍ରସାଦ ବଣ୍ଟନ ପାଇଁ ଦାନ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାହିଁକି ଅନୁରୋଧ କରାଯାଇଛି ବୋଲି ଛତିଶାନିଯୋଗ ପ୍ରଶ୍ନ ଉଠାଇଥିଲା । ଉତ୍ତରରେ ମୁଖ୍ୟପ୍ରଶାସକ କହିଥିଲେ ଯେ ଯଦି ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା କରାନଯିବ ତେବେ ବଦାନ୍ୟ ବ୍ୟକ୍ତିମାନଙ୍କ ଦାନ ଅର୍ଥ ଫେରସ୍ତ କରିଦିଆଯିବ । କେବଳ ଦଇତାପତିଙ୍କ ଯୋଗୁଁ ବିଭ୍ରାଟ ଘଟୁଥିବା ବେଳେ କାହିଁକି ଅନ୍ୟ ସେବାୟତମାନେ ବଦନାମ ହେବେ ବୋଲି ମୁଖ୍ୟପ୍ରଶାସକଙ୍କୁ ଛତିଶାନିଯୋଗ ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ସୁଆର ମହାସୁଆର ନିଯୋଗ ତ୍ରୟୋଦଶୀ ଦିନ ୩୪ ନିଯୋଗର ସ୍ୱୀକୃତି ନମିଳିଲେ ମହାପ୍ରସାଦ ରନ୍ଧନ କରିବେ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଥିଲେ । କେବଳ ସାଧୁସନ୍ଥଙ୍କ ପାଇଁ କୋଇଲି ବୈକୁଣ୍ଠରେ ମହାପ୍ରସାଦ ସେବନର ବ୍ୟବସ୍ଥା କରାଗଲେ ସୁଆର ମହାସୁଆର ନିଯୋଗ ସହଯୋଗ କରିବ ବୋଲି ଜଣାଇଦେଇଥିଲେ । ।

ସେଆର କରନ୍ତୁ:



Powered by odothemes.com