ବାଲି ମାଫିଆଙ୍କ କବଳରେ ପ୍ରଶାସନ

PHOTO-3

କଟକ,୨୧ା୬(ବୁ୍ୟରୋ): ବାରଙ୍ଗ ପୁଲିସର ନାକ ନିଶ ତଳେ ଦୈନିକ ଶହଶହ ଟ୍ରିପ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ତେଣେ ପ୍ରଶାସନ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଛି । ଜିଲ୍ଲାପାଳ ନିର୍ମଳ ମିଶ୍ର ବାଲି ଚାଲାଣ ଉପରେ ତୀକ୍ଷ୍ଣ ନଜର ରଖି ଚଢାଉ ଜାରି ରଖିଥିବାବେଳେ ବାରଙ୍ଗ ତହସିଲଦାର ମାଫିଆଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଗତକାଲି ବାରଙ୍ଗ ତହସିଲଦାର ଚଢାଉ କରି ଗଚ୍ଛିତ ଥିବା ୨ଲକ୍ଷ ଘନମିଟର ବାଲି ଜବତ କରିଥିବାବେଳେ ସେଠାରେ ଆହୁରି ୧୦ଲକ୍ଷ ଘନମିଟରରୁ ଊଦ୍ଧ୍ୱର୍ ଚୋରା ବାଲି ଜମା ହୋଇରହିଛି । ବାଲି ଜମା କରିଥିବା ମାଫିଆମାନେ ରାତି ୧୦ଟା ପରେ ଭୁବନେଶ୍ୱରକୁ ବାଲି ଚାଲାଣ କରୁଛନ୍ତି । ବାରଙ୍ଗ ଥାନା ସମ୍ମୁଖରେ ଚୋରା ବାଲି ଚାଲାଣ ହେଉଥିବା ବେଳେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କ’ଣ ପ୍ରତ୍ୟେକ ଟ୍ରିପକୁ ୫ଶହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଦୈନିକ ପୁଲିସ ହାରାହାରି ୧୦ରୁ ୨୦ହଜାର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ବାଲି ନିଲାମରେ ପ୍ରତିବନ୍ଧକ ଯୋଗୁ ବାଲି ମାଫିଆ ସକ୍ରିୟ ହୋଇ ଲକ୍ଷଲକ୍ଷ ଟଙ୍କା ଆୟ କରୁଛନ୍ତି । ବାଲିମାଫିଆ କାଠଯୋଡି ନଦୀରୁ ବାଲି ଉଠାଇ ହଜାରହଜାର ଟ୍ରିପ ବାଲି ଗଚ୍ଛିତ କରିଥିବାବେଳେ ଧର୍ମକୁ ଆଖି ଠାର ସଦୃଶ ତହସିଲଦାର ମାତ୍ର ୨ଲକ୍ଷ ଘନ ମିଟର ବାଲି ଜବତ କରିଥିଲେ । କିନ୍ତୁ ତା ପାଶ୍ୱର୍ରେ ଆହୁରି ଶହଶହ ଟ୍ରିପ ବାଲି ଜମା ହୋଇଥିବାବେଳେ କ’ଣ ପାଇଁ ତହସିଲଦାର ଜବତ କଲେ ନାହିଁ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତହସିଲଦାର ମାଫିଆଙ୍କୁ ସମର୍ଥନ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ତହସିଲଦାରଙ୍କ ଆଶୀର୍ବାଦରେ ମାଫିଆମାନେ ଏବେ ଲକ୍ଷଲକ୍ଷ ଟଙ୍କା ଆୟ କରୁଥିବାବେଳେ ପୁଲିସ ଫାଇଦା ଉଠାଇବାରେ ଲାଗିଛି । ତେଣେ ସରକାରଙ୍କ ରାଜସ୍ୱ ଭଣ୍ଡାର ଫାଙ୍କା ହେବାରେ ଲାଗିଛି । ଜିଲ୍ଲାପାଳ, ପୁଲିସ କମିଶନର ଥରେ ରାତିରେ ବାରଙ୍ଗର ତ୍ରିଶୁଳିଆ ନିକଟରେ ଠିଆ ହେଲେ ଜାଣି ପାରିବେ କିଏ ମାଲେମାଲ ହେଉଛି ।