DHANA-GODOWN---2018-PHOTO-TIHIDI

ବସ୍ତାରେ ଚଷୁ ପୂରାଇ ଠକେଇ

20

ବ୍ୟାଙ୍କଋଣରେ ନିର୍ମିତ ଧାନ ଗୋଦାମ ମାଧ୍ୟମରେ ଟଙ୍କା ଚଳୁ
ତିହିଡି, ୫ା୯(ଆପ୍ର): ଠକାମିର ନୂଆ ତରିକା ଏବେ ବିଭିନ୍ନ ମିଲର ଓ ବ୍ୟବସାୟୀଙ୍କୁ ଘାରିଛି । ଆଗରୁ ରାଇସ ମିଲ ବା ଧାନକଳ କରିବା ପାଇଁ ବ୍ୟାଙ୍କରୁ ଋଣ ଆସୁଥିଲା । ସେତିକିରେ ସନ୍ତୁଷ୍ଟ ହେଲେନି ଯେ ଏହି ଧାନ ମିଲ ନିକଟରେ ଗୋଟିଏ ଲେଖାଏଁ ଗୋଦାମ ଘର କରିବାକୁ ବ୍ୟାଙ୍କରୁ ଋଣ ଆଣି ଏବେ ଉଭୟ ବ୍ୟାଙ୍କ ଓ ·ଷୀଙ୍କୁ ଠକାଇବାରେ ଲାଗିଛନ୍ତି । ଏତିକିରେ ବି ସରିନାହିଁ କଥା – ଏହି ନୂଆ ମିଲରମାନେ ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ ଠାରୁ ଧାନ କିଣି ସେହି ଅନୁପାତରେ ·ଉଳ ବି ସରକାରଙ୍କ ଯୋଗାଣ ବିଭାଗକୁ ଦେଉ ନାହାନ୍ତି । ତିହିଡି ଅଞ୍ଚଳରେ ଏହିଭଳି ଘୋଟାଲା ପଦାକୁ ଆସିଛି ।
ଗୋଟିଏ ରାଇସ ମିଲ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ଆଣି ମିଲ ପ୍ରତିଷ୍ଠା କରିବା ପରେ ସେତିକିରେ ସନ୍ତୁଷ୍ଟ ନହୋଇ ମିଲ ଆଗରେ ଧାନ ଗୋଦାମ ନାମରେ ଆଇଡିବିଆଇ ବ୍ୟାଙ୍କ ରୁ ଋଣ ଆଣିଲେ । ୮ ଜଣ ·ଷୀଙ୍କ ନାମରେ ୧ କୋଟି ୬୦ ଲକ୍ଷ ଟଙ୍କା ଋଣ ଆଣିବା ପରେ ତାହାକୁ ନ ସୁଝିବାରୁ ଆହୁରି ୮୮ ଲକ୍ଷ ଟଙ୍କା ଖିଲାପି ପାଇଁ ଆଇଡିବିଆଇ ବ୍ୟାଙ୍କ ତିହିଡି ଥାନାରେ ଏତଲା ଦାଖଲ କରି ମୋକଦ୍ଦମା ରୁଜୁ କରିବା ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ଏହି ରାଇସ ମିଲକୁ କିଛି ଧାନ ବେପାରୀମାନେ ·ଷୀଙ୍କଠାରୁ ୧୦୦୦ ଟଙ୍କାରେ ଧାନ କିଣି ୧୩୦୦ ଟଙ୍କାରେ ଏହି ମିଲ୍କୁ ବିକ୍ରି କରି ଏବେ ମୁଣ୍ଡ ପିଟୁଛନ୍ତି । ଦେଢକୋଟି ଟଙ୍କାର ଧାନ ଏବେ ଦେଇ ଏହି ଧାନ ବେପାରୀ ମାନେ ଥାନା ପୁଲିସ ପର୍ଯ୍ୟନ୍ତ ଗଲେଣି । ସେହିଭଳି ଆଉ ଏକ ଗୋଦାମ ଘର କରି ଏକ୍ସିସ ବ୍ୟାଙ୍କ ରୁ ୨୫ ଲକ୍ଷ ଟଙ୍କା ଋଣ ଆଣିଥିଲେ । ୨୦୧୭ ନଭେମ୍ବର ରୁ ୨୦୧୮ ନଭେମ୍ବର ପର୍ଯ୍ୟନ୍ତ ଏଗ୍ରୀମେଣ୍ଟ କରି ଏକ୍ସିସ ବ୍ୟାଙ୍କରୁ ଋଣ ଆଣି ଗୋଦାମ କଲେ । କଥା ଥିଲା – ଏହି ବ୍ୟବସାୟୀମାନେ ବାହାର ଖୋଲା ବଜାରରୁ ଧାନ କିଣି ଗୋଦାମରେ ରଖିବେ । ଋଣ ଦେଇ ଗୋଦାମ ଘର ନିର୍ମାଣ କରିଥିବା ବ୍ୟାଙ୍କ ନିଜ ଗୋଦାମରେ ଏହି ଧାନକୁ ରଖିବ ଏଗ୍ରିମେଣ୍ଟ ଶେଷ ପର୍ଯ୍ୟନ୍ତ । ପ୍ରତି କୁଇଣ୍ଟାଲରେ ୧୫ ଟଙ୍କା କମିଶନି ପାଇବ ବ୍ୟାଙ୍କ । ସେହି ଅନୁପାତରେ ପାଖାପାଖି ୨୫୦୦ କୁଇଣ୍ଟାଲ ଧାନ କିଣାଯାଇଛି ବୋଲି କାଗଜପତ୍ର ଦର୍ଶାଇ ଏକ୍ସିସ ବ୍ୟାଙ୍କ କୁ ଚକମା ଦେଇଛନ୍ତି ବେପାରୀ । କାରଣ ଏବେ ୨୫୦୦ କୁଇଣ୍ଟାଲ ଧାନରୁ ୧୦୦୦ କୁଇଣ୍ଟାଲ ଧାନ ଥିବା ବେଳେ ଅନ୍ୟସବୁ ଚଷୁରେ ଭର୍ତ୍ତି ହୋଇଛି । ବ୍ୟାଙ୍କ ଜାଣୁଛି ମୋ ଋଣରେ ନିର୍ମାଣ ହୋଇଥିବା ଗୋଦାମରେ ଧାନ ରହିଛି ନଭେମ୍ବର ସୁଦ୍ଧା ମୁଁ ମୋ ଅର୍ଥ ପାଇଯିବି । କିନ୍ତୁ ଧାନ ବଦଳରେ ଚଷୁ ଯେ ଗୋଦାମରେ ରହିଛି ଏକଥା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣି ନାହାନ୍ତି । ଲୋକେ ପୁଲିସକୁ ଅଭିଯୋଗ ମଧ୍ୟ କଲେଣି । ତେବେ ଏହାର ସତ୍ୟା ସତ୍ୟ ଅନୁସନ୍ଧାନ କଲେ ବିରାଟ ବଡ ଧାନ ଘୋଟାଲାର ପର୍ଦ୍ଦାଫାସ ହୋଇପାରିବ ।




Powered by odothemes.com