Federer

ରୋଜର୍ ଶୋ’ ଶେଷ

18

ନୁ୍ୟୟର୍କ, ୪ା୯ (ଏଜେନ୍ସି): ବିଶ୍ୱର ଦୁଇ ନମ୍ବର ଖେଳାଳି ରୋଜର ଫେଡେରର୍ । ରେକର୍ଡ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା । କ୍ୱାର୍ଟର୍-ଫାଇନାଲ୍ ପୂର୍ବରୁ ପ୍ରତିଯୋଗିତାରୁ ବିଦାୟ ନେଲେ । ଏହି ବିଦାୟ ଥିଲା ଅପ୍ରତ୍ୟାଶିତ । ନିଜ କ୍ୟାରିଅର୍ରେ ପ୍ରଥମ ଥର ସେ ଶୀର୍ଷ-୫୦ ମାନ୍ୟତା ବାହାର ପ୍ରତିଯୋଗୀଙ୍କ ଠାରୁ ହାରିଯାଇଥିଲେ । ଜନ୍ ମିଲ୍ମ୍ୟାନ୍ (୫୫ତମ ମାନ୍ୟତାଧାରୀ) ଟେନିସ୍ ଜଗତରେ ସେତେ ଚର୍ଚ୍ଚିତ ବ୍ୟକ୍ତି ନୁହନ୍ତି ଅଥଚ ସ୍ୱିସ୍ ତାରକାଙ୍କୁ ହରାଇ କ୍ୟାରିଅର୍ର ସର୍ବବୃହତ୍ ସପଳତା ପାଇବାପରେ ୟୁଏସ୍ ଓପନ୍ରେ ସେ ଅନ୍ୟମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ସାଜିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ଅଷ୍ଟ୍ରେଲିଆର ମିଲ୍ମ୍ୟାନ୍ ୩-୬, ୭-୫, ୭-୬, ୭-୬ ସେଟ୍ରେ ଫେଡେରର୍ଙ୍କୁ ପରାସ୍ତ କରିଥିଲେ । ପାଞ୍ଚ ଥର ବିଜେତା ଫେଡେରର୍ ୧୦ ଥର ଡବଲ୍-ଫଲ୍ଟ କରିଥିଲେ ଏବଂ ୟୁଏସ୍ ଓପନ୍ରେ ଶେଷ ୧୪ ଥର ମଧ୍ୟରୁ ଦ୍ୱିତୀୟ ଥର ଅନ୍ତିମ-୮ ପୂର୍ବରୁ ପରାଜିତ ହୋଇଥିଲେ । କ୍ୱାର୍ଟର୍-ଫାଇନାଲ୍ରେ ଫେଡେରର୍ ଓ ୧୩ ଥର ମେଜର୍ ବିଜେତା ନୋଭାକ୍ ଜୋକୋଭିକ୍ଙ୍କ ମଧ୍ୟରେ ନେଇ ପୂର୍ବାନୁମାନ କରାଯାଉଥିଲା, ହେଲେ ଏହା ପରବର୍ତ୍ତେ ମିଲ୍ମ୍ୟାନ୍ଙ୍କ ସାମ୍ନା କରିବେ ଷଷ୍ଠ ସିଡ୍ ସର୍ବୀୟ ତାରକା ।
ଚତୁର୍ଥ ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ରେ ଜୋକୋଭିକ୍ ୬-୩, ୬-୪, ୬-୩ରେ ୬୮ତମ ମାନ୍ୟତାଧାରୀ ପର୍ତ୍ତୁଗାଲ୍ର ଜୋଆଓ ସୌସାଙ୍କୁ ହରାଇଥିଲେ । ସେ ନୁ୍ୟୟର୍କ ଠାରେ କ୍ରମାଗତ ୧୧ତମ କ୍ୱାର୍ଟର୍-ଫାଇନାଲ୍ରେ ସ୍ଥାନ ପାଇଛନ୍ତି । ଅନ୍ୟ ଏକ ଅନ୍ତିମ-୮ ମୁକାବିଲାରେ ବିଶ୍ୱର ସପ୍ତମ ଖେଳାଳି ମାରିନ୍ ସିଲିକ୍ ଓ ୨୧ତମ ଖେଳାଳି କେଇ ନିଶିକୋରୀ ମୁହାଁମୁହିଁ ହେବେ । ଏହା ୨୦୧୪ ୟୁଏସ୍ ଓପନ୍ ଫାଇନାଲ୍ର ପୁନଃମୁକାବିଲା ହେବ । ଚାରିବର୍ଷ ତଳେ ନିଶିକୋରୀଙ୍କୁ ହରାଇ କ୍ୟାରିଅର୍ର ଏକମାତ୍ର ମେଜର୍ ପଦକ ଜିତିଥିବା ସିଲିକ୍ ବିଶ୍ୱର ୧୦ମ ଖେଳାଳି ଡେଭିଡ୍ ଗଫିନ୍ଙ୍କୁ ୭-୬ (୬), ୬-୨, ୬-୪ ସେଟ୍ରେ ହରାଇଥିଲେ । ସେହିପରି ନିଶିକୋରୀ ୬-୩, ୬-୨, ୭-୫ରେ ଫିଲିପ୍ କୋଲସ୍କ୍ରାଇବର୍ଙ୍କୁ ମାତ୍ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com