ଅତ୍ୟାବଶ୍ୟକ କ୍ଷେତ୍ରରେ ଡିଏମ୍ଏଫ୍ ବିନିଯୋଗ କରିବାକୁ ଦାବି

31

ଡୁବୁରି (ଆପ୍ର): ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶାନୁଯାଇ ସୁକିନ୍ଦା ଖଣି ଖାଦାନ ପ୍ରଭାବିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ୨୫ ମେ ୨୦୧୬ରେ ଯାଜପୁର ଜିଲ୍ଲା ମିନେରାଲ ଫଣ୍ଡ୍(ଡିଏମ୍ଏଫ୍) ଗଠନ ହୋଇଥିଲା । ଏହି ଫଣ୍ଡ୍ ମାଧ୍ୟମରେ ସୁକିନ୍ଦା ଖଣି ଅଞ୍ଚଳରୁ ଅଦ୍ୟାବଧି ପ୍ରାୟ ୭ଶହ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଆଦାୟ ହୋଇଛି । ଫଣ୍ଡ୍କୁ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତ ୧ ତାରିଖ ଏକ ବୈ÷ଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ମହିଳା ଶିଶୁ ବିକାଶ, ବୃଦ୍ଧ ଓ ଭିନ୍ନକ୍ଷମ କଲ୍ୟାଣ, ଦକ୍ଷତା ବିକାଶ, ପରିବେଶ ସୁରକ୍ଷା, ବନ୍ନି କରଣ, ଗମନାଗମନର ଭିତ୍ତିଭୁମି, ରାସ୍ତା ଆଲୋକୀକରଣ, +୨ କଲେଜ, ଖୋଲିବା, କଲେଜ ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ବସ୍ ସେବା ଯୋଗାଇବା, ସୁକିନ୍ଦା ବ୍ଲକ୍ କାର୍ଯ୍ୟାଳୟର ଉନ୍ନତିକରଣ, ଷ୍ଟାଡିୟମ୍ ନିର୍ମାଣ ସ୍ଥାପନ ଆଦି କ୍ଷେତ୍ରରେ ଡିଏମ୍ଫଣ୍ଡ୍ର ଅର୍ଥ ବିନିଯୋଗ କରାଯିବାକୁ ନିଷ୍ପିତ୍ତି ଗ୍ରହଣ କରାଯାଇ ଥିଲା ।
ନିଷ୍ପତ୍ତିରେ କୌଣସି ମେଗା ପ୍ରକଳ୍ପର ଯୋଜନା ନଥିବାବେଳେ ସୁକିନ୍ଦା ଖଣି ପ୍ରଭାବିତ ଅଞ୍ଚଳ ଓ ସୁକିନ୍ଦା ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ ସରକାର ଲଲିପପ୍ ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗରିବ ସାଧାରଣ ଲୋକମାନେ ସାମାନ୍ୟ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଅକାଳରେ ଜୀବନ ହରାଉଛନ୍ତି । ସୁକିନ୍ଦା ଖଣି ଅଞ୍ଚଳ ଓ କଳିଙ୍ଗନଗର ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଖଣି ଓ ଶିଲ୍ପରେ କର୍ମଚାରୀ କାର୍ଯ୍ୟକରିଥାନ୍ତି । ସୁକିନ୍ଦା ଅଞ୍ଚଳ ମଧ୍ୟ ଦେଇ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ତ୍ୱରିତ ମାର୍ଗ ଯାଇଛି । ଏହାମଧ୍ୟ ଦେଇ ଦୈନିକ ହଜାର ହଜାର ଟ୍ରକ୍, ଟ୍ରଲର୍ ଓ ଯାତ୍ରୀବାହି ଯାନ ଯାତାୟତ ସମୟରେ ଦୁର୍ଘଟଣା ଘଟୁଥିବା ବି ନଜିର ରହିଛି । ଦୁର୍ଘଟଣାଗ୍ରସ୍ତ କର୍ମଚାରୀ ଓ ଜନସାଧାରଣଙ୍କ ଚିକିତ୍ସା ନିମନ୍ତେ କମ୍ପାନୀ କିମ୍ବା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ କରାଯାଇନାହିଁ । ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ଡାକ୍ତରଖାନାର ଉନ୍ନତିକରଣ କରି ବିଭିନ୍ନ ବିଭାଗର ଡାକ୍ତର ଓ ସରଂଜାମ ଯୋଗାଦେବା, ସମସ୍ତ ମହାବିଦ୍ୟାଳୟକୁ ପରିଚାଳନା ନିମନ୍ତେ ଡିଏମ୍ଏଫ୍ରୁ ଅର୍ଥ ଯୋଗାଇବା, ଛାତ୍ରଛାତ୍ରୀଙ୍କ ବୈ÷ଷୟିକ ଶିକ୍ଷା ପାଇଁ ଇଂଜିନିୟରିଂ କଲେଜ, ମେଡିକାଲ କଲେଜ ସ୍ଥାପନ କରିବାକୁ ସୁକିନ୍ଦା ଭୂମିପୁତ୍ର ଅଧିକାର ଓ ସୁରକ୍ଷା ମଞ୍ଚ ତରଫରୁ ଆବାହକ ଅଜୟ ଜେନା ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com