୮ଶ୍ରେଣୀକୁ ୩ କୋଠରୀ

94

ଡଅଁରକୂଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ବରୀ(ଆପ୍ର): ବରୀ ନିର୍ବାଚନମଣ୍ଡଳୀ ଅଧୀନ ସାହାସପୁର ପଞ୍ଚାୟତ ଡଅଁରକୂଳର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୧୯୫୬ରେ ସ୍ଥାପନି ଏହି ସ୍କୁଲ୍ ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି ।
ସ୍କୁଲ୍ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ମୋଟ୍ ୧୨୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୮ଟି ଶ୍ରେଣୀ ନିମନ୍ତେ ମାତ୍ର ୩ଟି କୋଠରୀ ରହିଛି । ଏହି ୩ଟି କୋଠରୀରେ ୮ଟି ଶ୍ରେଣୀର ପିଲାମାନେ ବସି ପାଠ ପଢୁଥିବାବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀମାନେ ବିଭିନ୍ନ ଶ୍ରେଣୀର ହୋଇଥିବାରୁ ଶିକ୍ଷକଙ୍କୁ ପାଠ ପଢ଼ାଇବାରେ ବି ଅସୁବିଧା ହେଉଛି । ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ପ୍ରଧାନଶିକ୍ଷକ ସେକ୍ ମିନାତୁଲ୍ଲା ଶିକ୍ଷା ବିଭାଗ ନିକଟରେ ବାରମ୍ବାର ଲିଖିତ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ସେ କହିଛନ୍ତି ।
ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କୁ ବାରମ୍ବାର ଲେଖି ଜଣାଇଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ । ଏପରିକି ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଶୌଚାଳୟ ନାହିଁ । ଯେଉଁଠି ଛାତ୍ରଛାତ୍ରୀ ବସି ପାଠ ପଢ଼ିବା ପାଇଁ ଶ୍ରେଣୀ ଗୃହ ନାହିଁ ସେ ବିଦ୍ୟାଳୟରେ ଶୌଚାଳୟ ଓ ଖେଳ ପଡ଼ିଆ କଥା ନକହିବା ଭଲ । ଏପରିକି ବିଦ୍ୟାଳୟର ପାଚେରୀ ମଧ୍ୟ ନଥିବା ଜଣାପଡ଼ିଛି । ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com