ଭିତ୍ତିଭୂମି ବିକାଶ ଲାଗି ୧୬ କୋଟି ୬୦ ଲକ୍ଷ ମଞ୍ଜୁର

109

୧୧ ଅନୁଦାନ କଲେଜର ଦାୟିତ୍ୱ ନେଲେ ସରକାର
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଜନଜାତି ଅଧୂଷିତ ଓ ପଛୁଆ ଅଞ୍ଚଳର ୧୧ଟି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୧୬ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ପ୍ରତ୍ୟେକ ମହାବିଦ୍ୟାଳୟ ପାଇଁ ଏକ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ଭିତ୍ତିଭୂମି ସହାୟତା ପାଇଥିବା ମହାବିଦ୍ୟାଳୟ ଗୁଡ଼ିକ ହେଲା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ମହାବିଦ୍ୟାଳୟ, ସୁନ୍ଦରଗଡ ଜିଲ୍ଲାର ବଣେଇଗଡ଼ ମହାବିଦ୍ୟାଳୟ, କେନ୍ଦୁଝର ଜିଲ୍ଲା ଚମ୍ପୁଆର ଚନ୍ଦ୍ରଶେଖରପୁର ମହାବିଦ୍ୟାଳୟ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ମହାବିଦ୍ୟାଳୟ, ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱର ଜିଲ୍ଲାର ନୀଳଗିରି ମହାବିଦ୍ୟାଳୟ, ମାଲକାନଗିରି ଜିଲ୍ଲାର ମାଲକାନଗିରି ମହାବିଦ୍ୟାଳୟ, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମହାବିଦ୍ୟାଳୟ, ରାୟଗଡ଼ା ଜିଲ୍ଲାର ଗୁଣପୁର ମହାବିଦ୍ୟାଳୟ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆଦିବାସୀ ମହାବିଦ୍ୟାଳୟ ଓ ମୟୁରଭଞ୍ଜ ଜିଲ୍ଲା ମୟୁରଭଞ୍ଜ ।
ଏହା ଦ୍ୱାରା ଏହି ସବୁ ମହାବିଦ୍ୟାଳୟରେ ସରକାରୀ କଲେଜ ଭଳି ଭିତ୍ତିଭୂମି ସୁବିଧା ମିଳିବ ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ଭଲ ପରିବେଶ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି କଲେଜଗୁଡ଼ିକ ୫୦ ବର୍ଷରୁ ଅଧିକ ପୁରୁଣା କଲେଜ । ଏହିସବୁ କଲେଜଗୁଡ଼ିକରେ ୨୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଭିଡ଼ିଓକନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ସେଆର କରନ୍ତୁ:



Powered by odothemes.com