5-----AMA-GAON-AMA-BIKASH

୩୫ ପଞ୍ଚାୟତ ପାଇଁ ୮.୭୬କୋଟି ମଞ୍ଜୁର

51

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ
ସାଲେପୁର (ଆପ୍ର): କଟକ ଜିଲ୍ଲାର ସାଲେପୁର ବ୍ଲକ୍ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସାଲେପୁର ହାଇସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଛି । ତୃଣମୂଳସ୍ତରରେ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ନିକଟବର୍ତ୍ତୀ କରି ସେମାନଙ୍କ ନିକଟରେ ବିଭିନ୍ନ ଯୋଜନାର ସୁଫଳ ପହଞ୍ଚାଇବା, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିମାନଙ୍କ ସହ ସିଧାସଳଖ ବାର୍ତ୍ତାଳପ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ କରିବା ଓ ଜିଲ୍ଲାସ୍ତରରେ କୌଣସି କାରଣରୁ ଅନୁମୋଦନ ହୋଇପାରିନଥିବା ପ୍ରକଳ୍ପଗୁଡିକର ତୁରନ୍ତ ଅନୁମୋଦନ କରିବାପାଇଁ ସରକାରୀ ସ୍ତରରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଆଜି ସାଲେପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାଲେପୁର ବ୍ଲକ୍ର ୩୫ଟି ପଞ୍ଚାୟତରେ ୪ଶହ ୩ଟି ପ୍ରକଳ୍ପ ପାଇଁ ୮କୋଟି ୭୬ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂରେ ଭଲ କାମ କରନ୍ତୁ, ଶୀଘ୍ର କାମ କରନ୍ତୁ ବୋଲି ଜନସାଧାରଣଙ୍କ ଉଦେ୍ଦଶ୍ୟରେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ଉପସ୍ଥିତ ହଜାର ହଜାର ଲୋକ ଉତ୍ସାହିତ ହୋଇଥିଲେ । ଏହି ପ୍ରକଳ୍ପଗୁଡିକ ତୁରନ୍ତ କାର୍ଯ୍ୟକାରୀ କରାଯାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପ୍ରକଳ୍ପ ନିଦେ୍ର୍ଦଶକ ସରୋଜକାନ୍ତ ମହାନ୍ତି, ଜିଲ୍ଲା ପ୍ରକଳ୍ପ ପରିଚାଳକ ବିପିନ ଚନ୍ଦ୍ର ରାଉତ, ମଣ୍ଡଳ ଉନ୍ନୟନ ଅଧିକାରୀ ଶିବବ୍ରତ ଘୋଷ, ତହସିଲଦାର ମହେନ୍ଦ୍ର ପ୍ରସାଦ ମହାନ୍ତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ସିଡିପିଓ ସୁଷମା ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ବ୍ଲକ୍ ଅଧ୍ୟକ୍ଷା ମମତା ରାଉତ, ଉପାଧ୍ୟକ୍ଷ ରମେଶ ଜେନା, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି, ଅଶୋକ ଭୂୟାଁ, ଶୁଭାଶିଷ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନ୍ ପକ୍ଷରୁ ବିକାଶ ଚନ୍ଦ୍ର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର କୁମାର ସାମଲ, ଡି.ଅଶୋକ, ମିସ୍ ସମତାଙ୍କ ସହ ବ୍ଲକ୍ର ବିଭିନ୍ନ ବିଭାଗର ଅଧିକାରୀ, ବିଜୁ ଯୁବବାହିନୀ ପରିଚାଳନା କରିଥିଲେ । ବ୍ଲକ୍ ଅଧ୍ୟକ୍ଷା ମମତା ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।
ପ୍ରକାଶଯୋଗ୍ୟ ଯେ, ସଭାରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ପ୍ରାକ୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ଓ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ କୋଳଗ୍ରତ ହେବା ଘଟଣା ଉପସ୍ଥିତ ଜନତାମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଥିଲା ।




Powered by odothemes.com