image1

କେରଳ ବନ୍ୟା: ବିସିଜେଡିର ୮ଲକ୍ଷ ସହାୟତା

20

ଭୁବନେଶ୍ୱର(ବୁ୍ୟରୋ): ନିକଟରେ କେରଳରେ ହୋଇଥିବା ଭୟାବହ ବନ୍ୟା ଯୋଗୁ ବହୁ ଧନଜୀବନ ହାନି ଘଟିଛି । ଏଭଳି ଏକ ଦୁର୍ଦ୍ଦିନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଥିଲେ । ବିଜୁ ଛାତ୍ର ଜନତା ଦଳ (ବିସିଜେଡି)୩୦ଟି ଜିଲ୍ଲାରୁ ସଂଗୃହିତ ୮ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଛି । ଏହି ଅବସରରେ ମଙ୍ଗଳବାର ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ, ଜୋନ୍‌, ଜିଲ୍ଲାସ୍ତରର ଛାତ୍ର ବିଜେଡିର କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ୮ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏ ପ୍ରକାର ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେରଳକୁ ୧୦ କୋଟି ଟଙ୍କା ସହାୟତା ପ୍ରଦାନ କରିବା ସହିତ ୮ କୋଟି ଟଙ୍କାର ୫୦୦ ମେଟ୍ରିକ୍‌ ଟନ୍‌ ପଲିଥିନ୍‌ ସିଟ୍‌ ପ୍ରଦାନ କରିଥିଲେ । ଏଥିସହ ୨୦୦ ଉଦ୍ଧାରକାରୀ ସଦସ୍ୟଙ୍କୁ କେରଳକୁ ପଠାଇଥିଲେ । ଏଭଳି ପଦକ୍ଷେପରେ ବିଜୁ ଛାତ୍ର ଜନତା ଦଳ ଉତ୍ସାହିତ ହୋଇ କେରଳ ଦୁର୍ଗତଙ୍କ ସାହାଯ୍ୟ ପାଇଁ ସହାୟତା ରାଶି ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଜରିଆରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଅନୁସାରେ ଏହି ଅବସରରେ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ପାତ୍ରଙ୍କ ସହିତ ଉପଦେଷ୍ଟା ଚିନ୍ମୟ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ, ଉପ-ସଭାପତି ମନ୍‌ଜିତ୍‌ ଦାସ, ରାଜେଶ ରାଜ ସ୍ୱାଇଁ, ସାଧାରଣ ସଂପାଦକ ସୁଜିତ ପାଲ୍‌ଟାସିଂହ, ଅପୂର୍ବା ଅପରୂପା, ମିକୁ ପ୍ରଧାନ, ପ୍ରଦୋଷ ପରିଡ଼ା, ସଂପାଦକ ରବୀନ୍ଦ୍ର ପ୍ରଧାନ, ଶିବାଜୀ ନାୟକ, ପ୍ରମୋଦ ପାତ୍ର, ସମ୍ବଲପୁର ଜୋନ୍‌ ସଭାପତି ବୈକୁଣ୍ଠ ନାଏକ, ବଲାଙ୍ଗୀର ଜୋନ୍‌ ସଭାପତି ଚିରାଗ ସିଂହଦେଓ, ଭୁବନେଶ୍ୱର ଜୋନ୍‌ ସଭାପତି ଅଜିତ ବେହେରା, କଟକ ଜୋନ୍‌ ସଭାପତି ସ୍ମୃତିରଞ୍ଜନ ଦାସ, ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, ସୁନ୍ଦରଗଡ଼ ଜିଲ୍ଲା ସଭାପତି ରାଣାପ୍ରତାପ ସିଂହ, କଟକ ଜିଲ୍ଲା ସଭାପତି ସ୍ମୃତିରଞ୍ଜନ ନାୟକ, ସାଂଗଠନିକ ସଂପାଦକ ସଂସଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com