gandagola-(3)

ନରେନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ

68

୧୨ ଆହତ, ପୁଲିସ୍ ଜିପ୍ ପୋଡ଼ି – ଗିରଫ ଦାବିରେ ରାସ୍ତାରୋକ
ନିଶ୍ଚିନ୍ତକୋଇଲି,୨୭ା୮(ଆପ୍ର): ନିଶ୍ଚିନ୍ତକୋଇଲି ବ୍ଲକ୍ ନରେନ୍ଦ୍ରପୁର ଗ୍ରାମର ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୧୨ ଜଣ ଆହତ ହୋଇଛନ୍ତି । ସଂଘର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସେକ୍ସନ୍ ବଜାରରେ ଶତାଧିକ ଲୋକ ରାସ୍ତା ଅବରୋଧ କରିଛନ୍ତି । ଉଭୟ ସମ୍ପ୍ରଦାୟ ମଧ୍ୟରେ ଟେକାପଥର ମାଡ ହୋଇଥିଲା । ଉତ୍ତେକ୍ତ ଲୋକମାନେ ନିଶ୍ଚିନ୍ତକୋଇଲି ଥାନାର ଏକ ଭ୍ୟାନକୁ ନିଆଁ ଲଗାଇଦେଇଛନ୍ତି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚôଛି । ଘଟଣାରୁ ପ୍ରକାଶ ଯେ ନରେନ୍ଦ୍ରପୁର ଗୋପାଳ ସାହିର ସୋନୁ ବେହେରା ଓ ବିଶ୍ୱନାଥ ବେହେରାଙ୍କ ମଧ୍ୟରେ ଏକ ଟ୍ରଲି ରିକ୍ସା ଆଣିବାକୁ ସାମାନ୍ୟ ବଚସା ହୋଇଥିଲା । ଏଥିରେ କ୍ରୋଧାନ୍ୱିତ ହୋଇ ସ୍ଥାନୀୟ କାକୁଡିଆପଡା ଗ୍ରାମର ଭିନ୍ନ ସମ୍ପ୍ରଦାୟର କେତେକ ଯୁବକଙ୍କୁ ଫୋନ୍ କରି ଡକାଇଥିଲେ । ସେଠାରୁ ଦୁଇଜଣ ଯୁବକ ଆସି ବିଶ୍ୱନାଥ ବେହେରା ଓ ତାଙ୍କ ବାପାଙ୍କୁ ମାଡ ମାରିଥିଲେ । ଉଭୟଙ୍କ ଚିକ୍ରାର ଶୁଣି ଘଟଣାସ୍ଥଳରେ କାକୁଡିଆପଡା ଗ୍ରାମର ମାଡ ମାରିଥିବା ୨ ଯୁବକଙ୍କୁ ସ୍ଥାନୀୟ ଲୋକମାନେ ବାନ୍ଧି ଅଟକ ରଖିବା ସହ ମାଡ ମାରିଥିଲେ । କାକୁଡିଆପଡା ଗ୍ରାମର ସର୍ଦ୍ଦାର ଏହି ଗ୍ରାମକୁ ଆସି ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ଧା ହୋଇଥିବା ଯୁବକଦ୍ୱୟଙ୍କୁ ନେଇଥିଲେ । ନରେନ୍ଦ୍ରପୁର ସରପଞ୍ଚ ବନବିହାରୀ ସେଠୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିବାଦର ସମାଧାନ ହେବା ପୂର୍ବରୁ କାକୁଡିଆପଡା ଗ୍ରାମର ଶତାଧିକ ହାତରେ ମାରଣାସ୍ତ୍ର ଧରି ନରେନ୍ଦ୍ରପୁର ଗ୍ରାମର ଗୋପାଳସାହିରେ ଅତର୍କିତ ଆକ୍ରମଣ କରିଥିଲେ । ପୁରୁଷମାନେ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଏହି ଭିନ୍ନ ସମ୍ପ୍ରଦାୟର ଯୁବକମାନେ ରିତାଞ୍ଜଳୀ ବେହେରା, ପଦ୍ମିନୀ ବେହେରା, ଫୁଲ ବେହେରା, ଝୁନୁ ବେହେରା, କୌଶଲ୍ୟା ବେହେରା, ମଞ୍ଜୁଲତା ବେହେରା, ଅନ୍ତଃସତ୍ତ୍ୱା ଥିବା ସସ୍ମିତା ବେହେରା, ଦୟାନିଧି ବେହେରା ଓ ମନୋଜ ବେହେରାଙ୍କ ଉପରେ ମରଣାତ୍ମ ଆକ୍ରମଣ କରିଥିଲେ । ସମ୍ପୃକ୍ତ ଯୁବକମାନେ ମଧ୍ୟ ମହିଳାମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ସହ ସେମାନଙ୍କ ହାତରୁ ଚୁଡି ଭାଙ୍ଗିଦେଇଥିବାର ଅଭିଯୋଗ ହୋଇଛି । ଏହାପରେ ସେମାନେ ଫେରାର ହୋଇଯାଇଥିଲେ । ଘଟଣାଟି ପ୍ରଚାରିତ ହେବାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚôଥିଲେ । ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଟାୟାର ଜାଳି ନେମାଳ-କୋରୁଆ, କଟିକଟା-ଜୟପୁର ରାସ୍ତା ଅବରୋଧ କରିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରିବା ପାଇଁ ଏମାନେ ଅଡିବସିଥିଲେ । ପରିସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହୋଇଥିଲା । କଟକ ଗ୍ରାମାଞ୍ଚଳ ଏସ୍ପି ଓ କଟକ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ମାହାଙ୍ଗା, କିଶୋରନଗର, ନିଶ୍ଚିନ୍ତକୋଇଲି, ନେମାଳ ଥାନା ପୁଲିସ୍ ଓ ଏସ୍ଡିପିଓ ଆଲୋକ ରାୟ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇନଥିଲେ । ବରଂ ପରିସ୍ଥିତି ଅଧିକ ଜଟିଳ ହୋଇପଡିଥିଲା । ଉଭୟ ସମ୍ପ୍ରଦାୟ ମଧ୍ୟରେ ପରସ୍ପରକୁ ଟେକାମାଡ କରିଥିଲେ । ଏଥିରେ ୧୨ ଜଣ ଆହତ ହୋଇଥିଲେ । ପୁଲିସ୍ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ଏ ସମ୍ପର୍କରେ ଉଭୟ ସମ୍ପ୍ରଦାୟ ପକ୍ଷରୁ ଥାନାରେ ପୃଥକ ପୃଥକଭାବେ ଦୁଇ ଏତଲା ରୁଜୁ କରାଯାଇଛି ।




Powered by odothemes.com