banya--bhabani

ବନ୍ୟାରେ ପଚିଲା ୨ଶହ ଏକରରୁ ଊଦ୍ଧ୍ୱର୍ ଫସଲ

49

ଦାଉ ସାଧିଲା ହାଲେର ଯୋର
ଭବାନୀପାଟଣା(ଆପ୍ର): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତ କେଲିଆ ଗ୍ରାମ ନିକଟରେ ପ୍ରବାହିତ ହାଲେର ଯୋରରେ ବନ୍ୟା ଜଳ ପ୍ରବାହିତ ହୋଇ ଶତାଧିକ ଏକର ଜମିରେ ଫସଲ ନଷ୍ଟ ହୋଇଛି । ବନ୍ୟା ଛାଡ଼ିବା ପରେ ମଧ୍ୟ ଜମିରେ ପାଣି ଭର୍ତ୍ତି ହୋଇରହିଥିଲା । ପାଣି କମିବା ପରେ ଧାନ ପଚିଯାଇଥିବା ଦେଖିବାକୁ ମିଳିଛି । ଫଳରେ ସ୍ତାନୀୟ ଚାଷୀଙ୍କ ମୁଣ୍ଡରେ ପୁଣି ଚଡ଼କ ପଡିଛି । ଖାଲି ଧାନ ନୁହଁ ଯୋର କୂଳରେ ଥିବା ପନିପରିବା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ଜୁଲାଇ ମାସରେ ଏଠାକାର ଚାଷୀମାନେ ଧାନ ବୁଣିଥିଲେ । ଏହାର କିଛିଦିନ ପରେ ହାଲେର ଯୋରରେ ବନ୍ୟା ଆସି ଜମିରେ ମାଡିଯାଇ ଧାନ ଫସଲ ନଷ୍ଟ କରିଥିଲା । ସେତେବେଳେ ଚାଷୀମାନେ ଏହି ଦୁଖଃକୁ ଭୁଲିଯାଇ ପୁଣି ଥରେ ଧାରଜ କରି କରି ଧାନ ରୋଇଥିଲେ । ଏଥର ମଧ୍ୟ ସେମାନଙ୍କ ଲାଗି ବନ୍ୟା ବାଧକ ସାଝିଥିଲା । ୨ଶହ ଏକରରୁ ଊଦ୍ଧ୍ୱର୍ ଧାନ ଓ ପରିବା ନଷ୍ଟ ହୋଇଛି । ବିଶେଷ କରି ହାଲେର ପାଶ୍ୱର୍ରେ ଥିବା ଗ୍ରାମର ଜତିରାମ ନାଏକ, ଘନଶ୍ୟାମ ନାଏକ, ଗୋବିନ୍ଦ ପଟେଲ, ବସୁଦେବ ନାଏକ, ଶିଶିରାମ ନାଏକ, ଲଛମନ ପଟେଲ, ଭାଗିରଥି ପଟେଲ, ଗିରିଧାରୀ ନାଏକ ପ୍ରମୁଖ କ୍ଷତିଗ୍ରସ୍ତ ହୋଇଛନ୍ତି । ଏପଟେ ଚାଷୀଙ୍କ ନିକଟରେ ସମ୍ବଳ ନଥିବାରୁ ସେମାନେ ଉପାୟଶୂନ୍ୟ ହୋଇ ସରକାରୀ ସହାୟତାକୁ ଅନାଇବସିଛନ୍ତି ।
ଜୁନାଗଡ଼ କୃଷି ବିଭାଗର ଆକଳନ ଅନୁଯାୟୀ, ହାଲେର ଯୋରରେ ବନ୍ୟା ଯୋଗୁ କଳିଆକୁଣ୍ଡଲ ପଞ୍ଚାୟତର ୨୪୨ ହେକ୍ଟର ଜମିରେ ଫସଳ ନଷ୍ଟ ହୋଇଛି । ଏ ନେଇ ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହାଙ୍କୁ ପଚାରିବାରୁ ଫସଲ କ୍ଷୟକ୍ଷତି ଆକଳନ କରିବା ପାଇଁ କୃଷି ବିଭାଗକୁ ଦାୟିତ୍ୱ ଦିଆଯାଇଥିବା କହିଥିଲେ । ସେହିପରି ଜୁନାଗଡର ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ କ୍ଷୟକ୍ଷତି ଆକଳନ ଗ୍ରାମ ୱାରୀ ସରିଛି । ଯେଉଁଥିରେ କେଲିଆ ଗ୍ରାମ ମଧ୍ୟ ରହିଛି । ଉପରିସ୍ତ ଅଧିକାରୀଙ୍କ ଠାରୁ ନିଦେ୍ର୍ଦଶ ଆସିଲା ପରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଚିହ୍ନଟ କରାଯାଇ ସହାୟତା ପ୍ରଦାନ କରାଯିବ ।

ସେଆର କରନ୍ତୁ:



Powered by odothemes.com