CHIKSHALAYA-RE-BANDHA-PADICI-ROGI,-KJR

ହସ୍ପିଟାଲ୍ରେ ବନ୍ଧାପଡ଼ିଛନ୍ତି ଆଦିବାସୀ ରୋଗୀ

178

ଦେୟ ପୈଠ ଲାଗି ଅର୍ଥ ନାହିଁ
କେନ୍ଦୁଝର (ଆପ୍ର): ବିପିଏଲ୍ ଅନ୍ତର୍ଭୁକ୍ତ ଆଦିବାସୀ ପରିବାରକୁ ସରକାରୀ ସୁବିଧା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ଦଲାଲମାନେ ରୋଗୀକୁ ଘରୋଇ ହସ୍ପିଟାଲରେ ଭର୍ତ୍ତିକରି ଚମ୍ପଟ୍ ମାରୁଛନ୍ତି । କିନ୍ତୁ ଚିକିତ୍ସା ବ୍ୟୟ ପ୍ରଦାନ ଲାଗି ଅର୍ଥ ନଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ବନ୍ଧକ ରଖିବାକୁ ପଛାଉନାହାଁନ୍ତି । ଏଭଳି ଅଭିଯୋଗ ହୋଇଛି ସଦର ବ୍ଲକର ଶଙ୍କିରୀ ଗ୍ରାମର ଗରୀବ ଶୁକଲାଲ ମୁଣ୍ଡାଙ୍କ କ୍ଷେତ୍ରରେ ।
କେନ୍ଦୁଝର ସଦର ବ୍ଲକର ଶଙ୍କିରୀ ଗ୍ରାମର ଗରୀବ ଶୁକଲାଲ ମୁଣ୍ଡା ଏବଂ ତାଙ୍କ ଝିଅ କୁନ୍ତଳାଙ୍କୁ ଗତ ୧୭ ତାରିଖ ରାତିରେ ବିଷାକ୍ତ ସାପ କାମୁଡ଼ିଥିଲା । ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଝିଅର ମୃତୁୁ୍ୟ ହୋଇଥିଲା । ଶୁକଲାଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡମେଡିକାଲ ରେଫର କରି ଦାୟିତ୍ୱ ସାରିଦେଇଥିଲେ । ଶୁକଲାଲ ବିପିଏଲ୍ ହିତାଧିକାରୀ ହୋଇଥିଲେ ବି ଜିଲ୍ଳା ସ୍ୱାସ୍ଥ୍ୟବିଭାଗ ତାଙ୍କୁ କଟକ ମେଡିକାଲ ପଠାଇବାର ଦାୟିତ୍ୱ ନେଇନଥିଲା । ଜଣେ ଦଲାଲ ୪ହଜାର ଟଙ୍କା ଦେଲେ କଟକ ପହଞ୍ଚାଇ ଦେବ ବୋଲି କହିବାରୁ ଶୁକଲାଲ ସମ୍ପର୍କୀୟଙ୍କଠାରୁ ଟଙ୍କା ଯୋଗାଡ କରିଥିଲେ । ଦଲାଲ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲ ପରିବର୍ତ୍ତେ ଲିଙ୍କ୍ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ୨୦/୨୫ ହଜାର ଟଙ୍କାରେ ଚିକିସôା ହୋଇଯିବ ବୋଲି ପ୍ରଥମେ କହିଥିଲେ । ଶୁକଲାଲଙ୍କ ପତ୍ନୀ ତୁଳସୀ ଘରେ ଥିବା ଛେଳି, ଗାଈ ଏବଂ ଧାନ ବିକି ଟଙ୍କା ଯୋଗାଡ କରି ହସପିଟାଲରେ ପୈଠ କରିଥିଲେ । ପରେ ପୁଣି ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ମାଗିବାରୁ ତୁଳସୀ ନିରୂପାୟ ହୋଇ ଘର ଖଣ୍ଡିକ ବନ୍ଧା ପକାଇ ଟଙ୍କା ଦେଇଥିଲେ । ତୁଳସୀଙ୍କ ଅଭିଯୋଗ ଅନୁଯାୟୀ, ଏପର୍ଯ୍ୟନ୍ତ ସେ ୪୫ ହଜାର ଟଙ୍କା ଦେଇଥିଲେ ବି ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆହୁରି ୭୦ହଜାର ଟଙ୍କା ମାଗୁଛନ୍ତି । ନଚେତ ରୋଗୀକୁ ଛଡାଯିବ ନାହିଁ ବୋଲି କହିଛନ୍ତି । ଏପରିକି ରୋଗୀକୁ ଦେଖାକରିବାକୁ ଦେଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।
ଏହି ଘଟଣା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦାୟୀତ୍ୱହୀନତା ଓ ଅମାନବିକତାକୁ ପଦାରେ ପକାଇବା ସହିତ ଗରୀବମାନଙ୍କୁ ସରକାର ସ୍ୱାସ୍ଥ୍ୟସେବା ଯୋଗାଇବାରେ କିଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି ତାହା ବେଶ୍ ବୁଝାପଡୁଛି । ଅନନ୍ୟୋପାୟ ହୋଇ ତୁଳସୀ ଓ ତାଙ୍କ ସମ୍ପର୍କୀୟ ଭାଇ ନବୀନ ମୁଣ୍ଡା ସୋମବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଶୁକଲାଲଙ୍କୁ ମୁକୁଳାଇବା ପାଇଁ ନିବେଦନ କରିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଭକ୍ତଚରଣ ପ୍ରଧାନ ଅଭିଯୋଗ ଗ୍ରହଣ କରି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଶୁକଲାଲଙ୍କୁ ହସ୍ପିଟାଲରୁ ବାହାର କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି ।




Powered by odothemes.com