puri-(2)

ଜୁଆରରେ ଭାସିଗଲା ଦୋକାନ, କୋକୁଆ ଭୟ

29

କୂଳ ଲଙ୍ଘିଲା ସମୁଦ୍ର
ପୁରୀ(ବୁ୍ୟରୋ): ପୁଣି ଅଶାନ୍ତ ହୋଇଛି ସମୁଦ୍ର । ଲଘୁଚାପ ସୁଷ୍ଟି ହେବା ଫଳରେ କୂଳ ଲଙ୍ଘିଛି ମହୋଦଧି । ଗୁରୁବାର ବିଳମ୍ବିତ ରାତିରୁ ସମୁଦ୍ର ମାତ୍ରାଧିକ ଅଶାନ୍ତ ରହିବା ସହିତ ସ୍ୱର୍ଗଦ୍ୱାର ସମ୍ମୁଖ ୫ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବାରୁ ବହୁ ଉଠା ଦୋକାନ ଭାସିଯାଇଛି । ସମୁଦ୍ରର ଏହି କରାଳ ରୂପ ଦେଖି ଭୟଭୀତ ହୋଇପଡିଛନ୍ତି ପୁରୀବାସୀ । ଜଳସେଚନ ବିଭାଗ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚô ଅନୁଧ୍ଆନ କରିଛନ୍ତି ।
ସୂଚନାଥାଉକି, କିଛି ଦିନ ହେବ ପୁରୀ ସମୁଦ୍ର କୂଳ ଖାଉଛି ଓ ବାଲି ଅତଡା ଖସି ସମୁଦ୍ରରେ ମିଶୁଛି । ଲଗାଣ ବର୍ଷା ପରେ ଅତ୍ୟଧିକ ମାତ୍ରାରେ କୂଳ ଖାଉଥିବାରୁ ଉଠା ବ୍ୟବସାୟୀମାନେ ଭୟଭୀତ ହୋଇପଡିଛନ୍ତି । ସମୁଦ୍ର ଅଶାନ୍ତ ରହିଲେ ବଡ଼ବଡ଼ ଜୁଆର ଉଠେ ଓ କୂଳ ଲଙ୍ଘିଥାଏ । କିନ୍ତୁ ଗୁରୁବାର ରାତିରୁ ବଡ଼ବଡ ଜୁଆର ଉଠି ବେଳାଭୂମିରେ ମାଡ଼ ହେବା ସହିତ ଏକାଥରକେ ପାଞ୍ଚଶହ ମିଟର ଲଙ୍ଘିଛି । ସ୍ୱର୍ଗଦ୍ୱାରରେ ଜୁଆର ମାଡ଼ ହେଉଥିôବାରୁ ପ୍ରତ୍ୟେହ ମହୋଦଧି ଆଳତିର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଛି । ୨୦୦୬ ମସିହାରେ ସମୁଦ୍ର ଅନୁରୂପ ଭାବେ ଅଶାନ୍ତ ହୋଇ ଦୁଇଶହ ଫୁଟ କୂଳ ଲଙ୍ଘିଥିଲା ।

ସେଆର କରନ୍ତୁ:



Powered by odothemes.com