ସତ୍ୟପାଲ ଜମ୍ମୁ-କାଶ୍ମୀର ରାଜ୍ୟପାଳ

31

ନୂଆଦିଲ୍ଲୀ, ୨୧ା୮: ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଭାବେ ବଦଳି କରାଯାଇଛି । ଜମ୍ମୁ-କାଶ୍ମୀର ରାଜ୍ୟପାଳ ଏନ୍ଏନ୍ ଭୋରାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି । ସେହିଭଳି ବରିଷ୍ଠ ବିଜେପି ନେତା ଲାଲାଜୀ ଟଣ୍ଡନଙ୍କୁ ବିହାର ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଥିବାବେଳେ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହରିଆଣାର ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଛି । ବେବିରାଣୀ ମୌର୍ଯ୍ୟଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଥିବାବେଳେ ହରିଆଣା ରାଜ୍ୟପାଳ କପ୍ତାନ ସିଂହ ସୋଲାଙ୍କୀଙ୍କୁ ତ୍ରିପୁରା ରାଜ୍ୟପାଳଭାବେ ଦାୟିତ୍ୱ ଦିଆଯାଇଛି । ତ୍ରିପୁରା ରାଜ୍ୟପାଳ ତଥାଗତ ରାୟଙ୍କୁ ମେଘାଳୟ ଓ ମେଘାଳୟ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ସିକିମ୍ ରାଜ୍ୟପାଳଭାବେ ନିଯୁକ୍ତି ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com