MRUTAKA-NEWS-PHOTO

ଶ୍ମଶାନରେ ଜଳିଲା ଦୁହିଁଙ୍କ ଜୁଇ

38

ପୁଅର ମୃତୁ୍ୟ ଖବର ପାଇ ବାପାର ମୃତୁ୍ୟ
ଉଦଳା,୨୧ ।୮(ଆପ୍ର): ପୁଅ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଦି ପଇସା ରୋଜଗାର କରି ଆଣିଲେ ପରିବାରର ଆର୍ଥôକ ଅବସ୍ଥାରେ ସୁଧାର ଆସିବ ବୋଲି ଭାବିଥିଲା ବାପା । ଆଉ ଇତିମଧ୍ୟରେ ବାପାର ଶରୀର ଅସୁସ୍ଥ ହୋଇପଡିଥିଲା । ବାପା ଅସୁସ୍ଥ ଅବସ୍ଥାରେ ଘରେ ଥିବା ବେଳେ ପୁଅର ଫେରିଲା ବାଟକୁ ଚାହିଁ ରହିଥିଲା । ପୁଅ ଆସିବ ଆଉ ବାପାକୁ ଚିକିସôା ନିମନ୍ତେ ବଡ ଡାକ୍ତରଖାନାକୁ ନେବ । ହେଲେ ପୁଅ ଆସିବା ବାଟକୁ ଚାହିଁ ରହିଥିବା ବାପା ନିକଟରେ ପହଞ୍ଚôଲା ପୁଅର ମୃତୁ୍ୟ ଖବର । ପୁଅର ମୃତୁ୍ୟ ଖବର ଶୁଣିବା ପରେ ମର୍ମାହତ ହୋଇ ପଡିଥିବା ବାପାର ହେଲା ମୃତୁ୍ୟ । ଏଭଳି ଘଟଣା ଘଟିଛି ଉଦଳା ଥାନା ସ୍ଥାନୀୟ ଏନଏସି ୧୨ ନଂ ୱାର୍ଡରେ । ଖବର ଅନୁସାରେ, ୧୨ ନଂ ୱାର୍ଡର ଯାଦବ ସିଂ(୬୧) ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଘରେ ରହିଥିଲେ । ତାଙ୍କ ପୁଅ ରାମଚନ୍ଦ୍ର ସିଂ(୨୫) ରୋଜଗାର କରିବା ପାଇଁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ରହି ସେ ଏକ କମ୍ପାନୀରେ କାମ କରୁଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବା ଖବର ତାଙ୍କ ନିକଟରେ ପହଞ୍ଚôଥିଲା । ଯାହାକି ସେ ଘରକୁ ବାହୁଡିବା ନିମନ୍ତେ ଗତ ରବିବାର ଦିନ ହାଇଦ୍ରାବାଦ ସ୍ଥିତ ନିଜ ଘରୁ ବାହାରିଥିଲେ ଉଦଳା ଅଭିମୁଖେ । ହେଲେ ଘରୁ ବାହାରିବା ବେଳେ ତଳେ କଚାଡି ହୋଇ ପଡିଥିଲେ । ସେହିଠାରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ଯାହାକି ଘରେ ଅସୁସ୍ଥ ଅବସ୍ଥାରେ ପଡି ରହିଥିବା ବାପା ପୁଅର ଫେରିବା ବାଟକୁ ଚାହିଁ ରହିଥିବା ବେଳେ ସୋମବାର ଦିନ ଘରେ ପହଞ୍ଚôଥିଲା ପୁଅ ରାମଚନ୍ଦ୍ରର ମୃତୁ୍ୟ ଖବର । ଆଉ ଖବର ଶୁଣିବାର କିଛି ସମୟ ମଧ୍ୟରେ ପୁଅର ମୃତୁ୍ୟରେ ମର୍ମାହତ ହୋଇ ଅସୁସ୍ଥ ଅବସ୍ଥାରେ ଥିବା ବାପା ମଧ୍ୟ ଆଖି ବୁଜିଥିଲେ । ଯାହାକୁ ନେଇ ପୂରା ପରିବାର ଉପରେ ଚଡ଼କ ପଡିଯାଇଛି । ତେବେ ଗତ ରବିବାର ଠାରୁ ରାମଚନ୍ଦ୍ରଙ୍କର ମୃତୁ୍ୟ ହୋଇଥିବା ବେଳେ ଏକ ଆମ୍ବୁଲାନ୍ସ ଯୋଗେ ଆଜି ମୃତଦେହ ଆସି ଉଦଳାସ୍ଥିତ ତାଙ୍କ ଘରେ ପହଞ୍ଚôଥିଲା । ଆଉ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଘର ଦୁଆର ମୁହଁରେ ବନ୍ଧା ହୋଇଥିଲା ଦୁଇ କୋକେଇ । ବାପା ଏବଂ ପୁଅର ମୃତଦେହ ଏକ ସଙ୍ଗେ ଉଠିଲା ଦୁଇଟି କୋକେଇରେ । ଆଉ କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ । ଶେଷରେ ବିଧି ଅନୁସାରେ ବାପା ଏବଂ ପୁଅର ମୃତଦେହକୁ କୋକେଇରେ ବୋହି ଶ୍ମଶାନକୁ ନିଆଯାଇଥିଲା । ଯାହାକି ଗୋଟିଏ ଶ୍ମଶାନରେ ଏକ ସଙ୍ଗେ ବାପା ଏବଂ ପୁଅର ଯୁଇ ଜଳିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସେଆର କରନ୍ତୁ:



Powered by odothemes.com