କ୍ୟାପିଟାଲ ହସ୍ପିଟାଲ ମେସିନ୍ ସଜଡ଼ା ପାଇଁ ୧୮ହଜାର

IMG_0065

ଭୁବନେଶ୍ୱର,୧୮ ।୬(ବୁ୍ୟରୋ): ଯାହା ସରକାରଙ୍କ କରିବା କଥା, ତାହା ସେ ଜଣେ ଚା ଦୋକାନୀ ହୋଇ କଲେ । ସମାଜସେବା ପାଇଁ ମନରେ ଅଦମ୍ୟ ଇଚ୍ଛା ତାଙ୍କୁ ଆଜି ଜଣେ ଅନନ୍ୟ ବ୍ୟକ୍ତିତ୍ୱରେ ପରିଣତ କରିଛି । ସେ ହେଉଛନ୍ତି ଶିବଶଙ୍କର ଜେନା । ଚା’ ଦୋକାନୀଟିଏ ହୋଇ ମଧ୍ୟ ସେ ଅନେକ ସାମାଜିକ କାର୍ଯ୍ୟରେ ସହଯୋଗ କରିଛନ୍ତି । ଯାହାକି ଆଜିକାଲି ଅନେକ ଆର୍ଥିକ ସମ୍ପନ୍ନ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳେନାହିଁ । ଶିବଶଙ୍କରଙ୍କ ମଣିଷପଣିଆ ଆଜି ତାଙ୍କୁ ସବୁୃାଡୁ ବାହାବା ମିଳୁଛି । ସରକାରଙ୍କ ଅବହେଳାରୁ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଥିବା କ୍ୟାପିଟାଲ୍ ହସ୍ପିଟାଲ୍ର ସିଟି ସ୍କାନ୍ ମେସିନ୍ ପାଇଁ ଶିବଶଙ୍କର ୧୮ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରି ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଆରଟିଓ ଅଫିିସ୍ ନିକଟରେ · ଦୋକାନ ରହିଛି ଶିବଶଙ୍କରଙ୍କର । ପାଠଶାଠ ବିଶେଷ କିଛି ପଢ଼ିନାହାନ୍ତି । ୨୦ବର୍ଷ ତଳେ ଶିବଶଙ୍କରର ବାପା ତାଙ୍କୁ ଆଣିଥିଲେ ନିଜ · ଦୋକାନରେ କାମ କରାଇବା ପାଇଁ । କିନ୍ତୁ ଶିବଶଙ୍କର · ଦୋକାନରେ କାମ କରିବା ସହ ସମାଜ ମଙ୍ଗଳ କାମରେ ନିଜକୁ ନିୟୋଜିତ କରିଥିଲେ । ଗତ କିଛି ବର୍ଷ ହେବ ସେ ଶିଶୁ ସୁରକ୍ଷା, ନାରୀ ନିର୍ଯାତନା ଠାରୁ ଆରମ୍ଭ କରି ବହୁ କାର୍ଯ୍ୟ ହାତକୁ ନେଇଛନ୍ତି । ଗତ ବର୍ଷକ ତଳେ ସେ ଶିଶୁ ଶୋଷଣମୁକ୍ତ ସମାଜ ଗଠନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ନିଜ · ବିକି୍ରର ଉପାର୍ଜନ ଅର୍ଥକୁୁ ପଠାଇଥିଲେ । ଶିବଶଙ୍କର ଗତ ଏକ ମାସ ତଳେ ମା ମଙ୍ଗଳା ବସ୍ତି ଶୁକବିହାରର ବୁବୁ ନାମକ ଏକ ଛୋଟ ପିଲାର ଦୁର୍ଘଟଣାରେ ମୁଣ୍ଡ ଫାଟିଯିବାରୁ ତାକୁ ଶିବଶଙ୍କର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡ଼କ୍ଟର ପରାମର୍ଶ ଦେଲେ ଯେ, ବାହାରେ ସିଟିସ୍କାନ କରିବା ପାଇଁ । କିନ୍ତୁ ଶିବ ହସ୍ପିଟାଲରେ ଥିବା ସିଟି ସ୍କାନ୍ କରିବା ପାଇଁ ପ·ରିଥିଲେ । ଡ଼କ୍ଟର କହିଲେ ମେସିନ୍ ଖରାପ ଅଛି, ସରକାର ଟଙ୍କା ଦେଉନାହାନ୍ତି, ଆମେ କ’ଣ କରିବୁ । ଏହି କଥା ଶିବଶଙ୍କର ମନରେ ସାଧାରଣ ଗରିବ ଲୋକଙ୍କ କଥା ଚିନ୍ତା କଲେ ଓ ବାହାରେ ସିଟି ସ୍କାନ କରାଇ ୪ ହଜାର ଟଙ୍କା ଖର୍ଚ୍ଚ କରାଇଲେ । ତେଣୁ ସେ ମହାରାଜା ସିନେମା ହଲ୍ ନିକଟରେ ଥିବା ତାଙ୍କ · ଦୋକାନରେ ଏକ ମଟନ ଭୋଜିର ଆୟୋଜନ କଲେ, ତାହାର ମୂଲ୍ୟ ରଖିଲେ ୧୫୦ଟଙ୍କା ଏବଂ ଏକ ପ୍ର·ର ପତ୍ର ମଧ୍ୟ ଦୁଇଦିନ ପୂର୍ବରୁ ବଣ୍ଟା ଯାଇଥିଲା ଏହି ଭୋଜି ସମ୍ପର୍କରେ । ସେଠାକୁ ବହୁ ସରକାରୀ, ବେସରକାରୀ ଓ ଇଚ୍ଛୁକ ବ୍ୟକ୍ତିମାନେ ୧୫୦ଟଙ୍କା ଦେଇ ଖାଦ୍ୟ ଖାଇଲେ । ସେ ସବୁ ଟଙ୍କାଗୁଡ଼ିକୁ ଏକ ଜଉମୁଦ ବାକ୍ସରେ ପକାଯାଇଥିଲା । ଆଜି ସେ ବାକ୍ସ ଖୋଲିଲା ପରେ ସେଥିରୁ ୨୩ ହଜାର ଟଙ୍କା ରୋଜଗାର ହୋଇଥିଲା । ସେହି ରୋଜଗାରରୁ ୧୮ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ କ୍ୟାପିଟାଲ ହସ୍ପିଟାଲର ମେସିନ୍ ଗୁଡ଼ିକ ସଜାଡ଼ିବା ପାଇଁ ଓ ୫ ହଜାର ଟଙ୍କା ମା’ ମଙ୍ଗଳା ବସ୍ତି ଶୁକ ବିହାର ଭୋଇ ନଗରର ମାନସ ରଞ୍ଜନ ବାରିକଙ୍କୁ ତାଙ୍କ କିଡ୍ନୀ ରୋପଣ ପାଇଁ ଦେଇଥିଲେ । ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କୁନା ସୁନ୍ଦରାୟ, ଲକ୍ଷ୍ମୀଧର ବାରିକ, ନଳିତ ପାତ୍ର, ସୁବାଷ ବିଶ୍ୱାଳ, ପ୍ରସନ୍ନ କୁମାର ସାହୁ, ବିଜୟ କୁମାର ଜେନା, ରବି ନାୟକ, ଶ୍ରୀଧର ନାୟକ ପ୍ରମୁଖ ଶିବଶଙ୍କରଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।