Vajpayee-Cremated-With-Full-Military-Honours-7

ପଞ୍ଚଭୂତରେ ଲୀନ

28

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବାଜପେୟୀଙ୍କ ଶେଷକୃତ୍ୟ
ନୂଆଦିଲ୍ଲୀ, ୧୭ା୮: ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ବାଗ୍ନୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନô ଅଟଳ ବିହାରୀ ବାଜପେୟୀ ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି । ଯମୁନା ତଟବର୍ତ୍ତୀ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ତାଙ୍କ ପାର୍ଥôବ ଶରୀର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାଜପେୟୀଙ୍କ ପାଳିତା କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଅନ୍ତିମ ସଂସ୍କାର ସମୟରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଲୋତକଭରା ନୟନରେ ସମସ୍ତେ ତାଙ୍କ ପ୍ରିୟ ନେତାଙ୍କ ବିଦାୟ ଦେଇଥିଲେ । ଦେଶର ତୁଙ୍ଗ ନେତାଙ୍କ ସମେତ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଅନ୍ତିମ ସଂସ୍କାର ସମୟରେ ସ୍ମୃତିସ୍ଥଳରେ ଉପସ୍ଥିତ ଥିଲେ । ବାଜପେୟୀଙ୍କ ପାର୍ଥôବ ଶରୀରରେ ଅଗ୍ନି ସଂଯୋଗ ହେବାମାତ୍ରେ ‘ଅମର ରହେ’ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ସାମରିକ ବାହିନୀ ପକ୍ଷରୁ ତାଙ୍କୁ ୨୧ ତୋପ ସଲାମୀ ପ୍ରଦାନ କରାଯାଇଥିଲା ।
ପଞ୍ଚଭୂତରେ ବାଜପେୟୀ ବିଲିନ ହେଉଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ବିଜେପି ନେତା ଲାଲ୍କୃଷ୍ଣ ଆଡ୍ଭାନୀ, ସାର୍କ ରାଷ୍ଟ୍ରର ସଦସ୍ୟବୃନ୍ଦ, ଆଫ୍ଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାଇ, ଭୂଟାନ ନରେଶ ଜିଗ୍ମେ ୱାଙ୍ଗଚୁଙ୍ଗ୍, ପାକିସ୍ତାନୀ କାର୍ଯ୍ୟକାରୀ ଆଇନମନ୍ତ୍ରୀ ସୟଦ ଅଲ୍ଲୀ ଜାଫର, ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୋୱାଲି, ଶ୍ରୀଲଙ୍କା ଆଇନମନ୍ତ୍ରୀ ଲକ୍ଷ୍ମଣ କିରିୱାଲା, ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବ୍ଦୁଲ୍ ହାସନ ମହମ୍ମଦ ଅଲ୍ଲୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନିର୍ମଳା ସୀଥାରମଣ, ରବିଶଙ୍କର ପ୍ରସାଦ, ସୁଷମା ସ୍ୱରାଜ, ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ସୁମୀତ୍ରା ମହାଜନ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବିର ସିଂହ ବାଦଲ, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ସମେତ ବହୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ । ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ, ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାମ୍ବା, ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ସାଲ୍ ବୀରେନ୍ଦ୍ର ସିଂହ ଧାନୱା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ତ୍ୟେଷ୍ଟି କ୍ରିୟା ପୂର୍ବରୁ ଶରୀର ଉପରୁ ସଶସ୍ତ୍ର ବାହିନୀ ଅଧିକାରୀମାନେ ଜାତୀୟ ପତାକା କାଢି ତାଙ୍କ ନାତୁଣୀ ନିହାରିକାଙ୍କୁ ପ୍ରଦାନ କରିଥିଲେ । ଏହାପରେ ତୋପ ସଲାମୀ ଦିଆଯିବା ସହ ହିନ୍ଦୁ ରୀତିନୀତି ଅନୁଯାୟୀ ବ୍ରାହ୍ମଣମାନଙ୍କ ଶ୍ଳୋକ ଉଚ୍ଚାରଣ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ରାଷ୍ଟ୍ରୀୟ ସ୍ମୃତିସ୍ଥଳକୁ ଯିବା ପୂର୍ବରୁ ଆଜି ସକାଳୁ ବାଜପେୟୀଙ୍କ ମରଶରୀରକୁ ତାଙ୍କ ବାସଭବନରୁ ନିଆଯାଇ କୃଷ୍ଣ ମେନନ୍ ମାର୍ଗରେ ଥିବା ବିଜେପି କାର୍ଯ୍ୟାଳୟରେ ରଖାଯାଇଥିଲା । ଜନସାଧାରଣ ସେଠାରେ ତାଙ୍କର ଶେଷଦର୍ଶନ କରିଥିଲେ । ଅପରାହ୍ଣ ୨ଟାରେ ସ୍ମୃତିସ୍ଥଳ ଅଭିମୁଖେ ଅନ୍ତିମ ଯାତ୍ରା ବାହାରିଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ରହି ସେମାନଙ୍କ ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିଥିଲେ । ‘ଅଟଳଜୀ ଅମର ରହେ, ଜବତକ୍ ସୁରଜ ଚାନ୍ଦ ରହେଗା, ଅଟଳଜୀ ତୁହ୍ମାରା ନାମ ରହେଗା’ ଆଦି ସ୍ଲୋଗାନରେ ଦିଲ୍ଲୀର ଗଗନପବନ ପ୍ରକମ୍ପିତ ହୋଇଥିଲା । ଏହି ଅନ୍ତିମ ଯାତ୍ରା ଦୀନଦୟାଲ ଉପାଧ୍ୟାୟ ମାର୍ଗ, ଆଇଟିଓ କ୍ରସିଂ, ବାହାଦୂର ଶାହା ଜାଫର ମାର୍ଗ, ଦିଲ୍ଲୀ ଗେଟ୍, ନେତାଜୀ ସୁଭାଷ ମାର୍ଗ, ନିଶାଦ ରାଜମାର୍ଗ ଓ ଶାନ୍ତିବନ ଦେଇ ତାଙ୍କ ପାର୍ଥôବ ଶରୀର ସ୍ମୃତିସ୍ଥଳରେ ପହଞ୍ଚôଥିଲା । ପ୍ରଧାନମନ୍ତ୍ରୀଙ୍କ ସମେତ ପୂରା କେନ୍ଦ୍ରମନ୍ତ୍ରିମଣ୍ଡଳ ବାଜପେୟୀଙ୍କ ଶୋଭାଯାତ୍ରାରେ ଚାଲିଚାଲି ସାମିଲ ହୋଇଥିଲେ । ବିଜେପି ମୁଖ୍ୟାଳୟଠାରୁ ରାଷ୍ଟ୍ରୀୟ ସ୍ମୃତିସ୍ଥଳ ପର୍ଯ୍ୟନ୍ତ ଚାଲିଥିବା ଏହି ଶୋଭାଯାତ୍ରାରେ ଲକ୍ଷାଧିକ ଲୋକ ଭାବବିହ୍ୱଳ ହୋଇ ତାଙ୍କ ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଦେଉଥିଲେ । ବିଜେପି ଅଧ୍ୟକ୍ଷ ଅମିତ ଶାହା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଏଥିରେ ସାମିଲ ହୋଇଥିଲେ । ଭାରତୀୟ ଇତିହାସରେ ପୂରା ମନ୍ତ୍ରିମଣ୍ଡଳ ଅନ୍ତିମଯାତ୍ରାରେ ସାମିଲ ହେବା ଥିଲା ଏକ ଉଲ୍ଲେଖନୀୟ ଘଟଣା ।
ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ତାଙ୍କ ପାଳିତା କନ୍ୟା ମୁଖାଗ୍ନୀ ଦେଇଥିବାବେଳେ ବାଜପେୟୀଙ୍କ ନାତୁଣୀ ନିହାରିକା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ, ବନ୍ଧୁ ଓ ପରିଜନ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com