ଟ୍ରେନରେ କଟିଗଲେ ଡାକ୍ତରାଣୀ

22

ଛତ୍ରପୁର (ଆପ୍ର): ରେଳ ଧାରଣାରେ କଟି ଜଣେ ମହିଳା ଡାକ୍ତରଙ୍କ ମୃତୁୁ୍ୟ ଘଟିଛି । ମୃତ ଡାକ୍ତରାଣୀ ହେଉଛନ୍ତି ସ୍ଥାନୀୟ ଶ୍ରୀନଗର ଦ୍ୱିତୀୟ ଲାଇନସ୍ଥିତ ରଘୁନାଥ ଦାଶଙ୍କ ଝିଅ ଡାକ୍ତର ଅର୍ଚ୍ଚନା ଦାଶ । ସେ ୨୦୧୩ରେ ଭୂବନେଶ୍ୱର ଅଞ୍ଚଳର ଡାକ୍ତର ଅଞ୍ଜନ ଦାଶଙ୍କୁ ବୈଦିକ ରୀତି ଅନୁସାରେ ବିବାହ କରିଥିଲେ । ଅନେକ ସମୟରେ ପାରିବାରିକ କଳହ ଯୋଗୁଁ ସେ ଚିନ୍ତାରେ ରହୁଥିଲେ ବୋଲି ପରିବାରବର୍ଗ ସୂଚନା ଦେଇଛନ୍ତି । ଡାକ୍ତର ଦାଶ ବାପ ଘରେ ରହିବା ସହିତ ଛତ୍ରପୁର ବ୍ଲକ ସୁନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଶୁକ୍ରବାର ସକାଳେ ତାଙ୍କ ମୃତଦେହ ସ୍ଥାନୀୟ ବଡ଼ଷ୍ଟେସନ ନିକଟ ବାଲିବଗଡ଼ ରେଳ ଗେଟ୍ ଠାରୁ ଅଳ୍ପ ଦୂରରେ ଧାରଣାରୁ ଉଦ୍ଧାର କରାଯାଇଛି । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ଜନିତ ମୃତୁ୍ୟ ତାହା ସ୍ପଷ୍ଟ ହୋଇନାହିଁ ।
ଜିଆର୍ପି ପୁଲିସ ଘଟଣାସ୍ଥଳରେ ମୃତଦେହ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି । ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ସ୍ୱାମୀ ଡାକ୍ତର ଅଞ୍ଜନ ଦାଶଙ୍କ ସମେତ ଶାଶୂଘର ଲୋକଙ୍କ ବିରୋଧରେ ଅଭି୍େୟାଗ ଆଣିଛନ୍ତି ଅର୍ଚ୍ଚନାଙ୍କ ବାପା-ମା’ । ଏନେଇ ଛତ୍ରପୁର ଥାନାରେ ଅର୍ଚ୍ଚନାଙ୍କ ମା’ କୁସୁମ ପ୍ରଭା ମିଶ୍ର ଏତଲା ଦେଇଛନ୍ତି । ଏତଲାରେ ଦର୍ଶାଯାଇଛି, ବିବାହର କିଛି ଦିନ ପରେ ନିୟମିତ ଭାବେ ସ୍ୱାମୀ ଓ ପରିବାରବର୍ଗ ଅର୍ଚ୍ଚନାଙ୍କ ଉପରେ ସ୍ୱାମୀ ଓ ଶଶୂଘର ଲୋକେ ଶାରୀରିକ, ମାନସିକ ଅତ୍ୟାଚାର କରିଆସୁଥିଲେ । ଏହାକୁ ସହ୍ୟ ନକରିପାରି ଜୀବନ ହରାଇଥିବା ଦୁଇ ପୃଷ୍ଠା ସମ୍ବଳିତ ଏତଲାରେ ଦର୍ଶାଯାଇଛି ।

ସେଆର କରନ୍ତୁ:



Powered by odothemes.com