DHAMARA-COAL---2018-PHOTO-TIHIDI

ଶ୍ରମ ବିଭାଗର ଖାମଖିଆଲି ପାଇଁ ମିଳୁନି କ୍ଷତିପୂରଣ

15

କୋଇଲା ଗଦା ତଳେ ୩ ଜୀବନ ଯିବା ବର୍ଷେ ପୂରିଲା
ଧାମରା ୧୭ ।୮(ଆପ୍ର): ବର୍ଷକ ପୂର୍ବେ ଅର୍ଥାତ ୨୦୧୭ ଅଗଷ୍ଟ ୧୫ ତାରିଖରେ ଧାମରା ସାମୁଦ୍ରିକ ବନ୍ଦର ପରିସରରେ ପାହାଡ ଭଳି ଥିବା କୋଇଲା ଗଦା ଧଷି ଘଟଣା ସ୍ଥଳରେ ୩ ଜଣ ମୃତୁ୍ୟବରଣ କରିଥିଲେ । ଆଉ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଓ କିଛି ଶ୍ରମିକ ତାତି ଯାଇଥିଲେ । ଏହି ଘଟଣାକୁ ନେଇ ଏମିତି ପୋଡାଜଳା କଲେ ଯେ ୧୦୦ କୋଟି ଟଙ୍କାର ସମ୍ପତ୍ତି ଧାମରା ପୋର୍ଟର ମାତ୍ର କେଇ ଘଣ୍ଟା ମଧ୍ୟରେ ଜଳି ପାଉଁଶ ହୋଇଗଲା ଓ ଲୁଟ ହୋଇଗଲା । ଏହି ଘଟଣାକୁ ବର୍ଷେ ପୁରିଛି ତଥାପି ମୃତକଙ୍କ ପରିବାର ଆଖିରୁ ଲୁହ ଶୁଖିନି । କିନ୍ତୁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଏଯାଏଁ ବି ବର୍ଷକ ପରେ ବି ପାଳନ ହୋଇପାରି ନାହିଁ । ଯାହାକୁ ନେଇ ସାରା ଅଞ୍ଚଳର ଲୋକେ ଏବେବି ଅସନ୍ତୁଷ୍ଟ ।
ସ୍ୱାମୀକୁ ହରାଇଥିବା ପତ୍ନୀ, ପୁଅ କୁ ହରାଇଥିବା ମା ଓ ବାପାଙ୍କର ଆଖିରୁ ଏଯାଏଁ ଲୁହ ଶୁଖି ନାହିଁ । ଆଜି ବି ଦୋସିଙ୍ଗା ଗାଁ ର ଲୋକେ ଝୁରି ହେଉଛନ୍ତି ଏହି ଘଟଣକୁ । କୋଇଲା ଗଦା ତଳେ ଧାମରା – ଦୋସିଙ୍ଗା ଗାଁର ଗୁରୁପଦ ମଣ୍ଡଳ ଏବଂ ଦିଲ୍ଲୀପ ମଣ୍ଡଳ ମୃତୁ୍ୟବରଣ କରିଥିବା ବେଳେ ବାରିପଦା ଅଞ୍ଚଳର ମୁକେଶ ଗୋଚ୍ଛାୟତ ଙ୍କ ଜୀବନ ଯାଇଥିଲା । ଘଟଣା ପରେ ମାଳ ମାଳ ନେତା ଘଟଣା ସ୍ଥଳକୁ ଦୌଡୁଥିଲେ । ନେତାମାନେ ବହୁ ଦାବି ଓ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଧାମରା ବନ୍ଦର କର୍ତ୍ତୃପକ୍ଷ ଅବଶ୍ୟ ·ପ ସୃଷ୍ଟି ପରେ ପ୍ରତିମୃତକଙ୍କ ପିଛା ୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ନଗଦ ଆକାରରେ ୨୪ ଘଣ୍ଟା ମଧ୍ୟରେ ଧାମରା ବନ୍ଦର କର୍ତ୍ତୃପକ୍ଷ ୩ ମୃତକ ଙ୍କ ପରିବାରକୁ ଜଣକା ୧୦ ଲକ୍ଷ ଲେଖାଏଁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବା ପରେ ବାକି ୩୦ ଲକ୍ଷ ଟଙ୍କା ନିୟମ ଅନୁଯାୟୀ ଶ୍ରମ ବିଭାଗ ମାଧ୍ୟମରେ ଦିଆଯିବ ବୋଲି ସ୍ଥିର ହୋଇଥିଲା । ବନ୍ଦର କର୍ତ୍ତୃପକ୍ଷ ଦାବି କରିଛନ୍ତି – ଆମେ ଘୋଷିତ ୬୦ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କା ନଗଦ ଦେଲୁ ବାକି ୩୦ ଲକ୍ଷ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗକୁ ପ୍ରଦାନ କଲୁ । ଯଦି ଶ୍ରମ ବିଭାଗ ସେମାନଙ୍କୁ ବର୍ଷକ ମଧ୍ୟରେ ନ ଦେଇପାରିଲା ଆମର ଦୋଷ କଣ । କେବଳ ୩ ଜଣ ମୃତୁ୍ୟବରଣ କରିନଥିଲେ ଅନ୍ୟ ୪ ଜଣ ବି ଏଥିରେ ଅଳ୍ପକେ ବଞ୍ଚି ଯାଇ ଦୀର୍ଘ ଦିନ ଧରି ଚିକିତ୍ସା ହୋଇଥିଲେ । ଏହି ଘଟଣା ପରେ ପୋଡା ଜଳା ଓ ଲୁଟ ଘଟଣାରେ ୫୦୦ ରୁ ଅଧିକ ଲୋକଙ୍କ ନାମରେ ୬ ଟି ମୋକଦ୍ଦମା ରୁଜୁ ହୋଇଥିଲା । ୫୧ ଜଣ ଦୁଇ ଦିନ ମଧ୍ୟରେ ଗିରଫ ହୋଇଥିଲେ । ୩ ଶ୍ରମିକ କୋଇଲା ଗଦା ତଳେ ଜୀବନ ଦେଲେ ଅଥଚ ସେମାନଙ୍କୁ କ୍ଷତିପୂରଣ ସମ୍ପୂର୍ଣ୍ଣ ମିଳିଲା ନାହିଁ ତାହା ପୁଣି ବର୍ଷକ ପରେ । ଭଦ୍ରକ ଜିଲ୍ଲା ଶ୍ରମ ବିଭାଗର ଏହି ଅକୁହା କଥା ସୂଚାଇ ଦେଉଛି ତାଙ୍କର ପାରିବା ପଣିଆକୁ ନୀତିକୁ ।

ସେଆର କରନ୍ତୁ:



Powered by odothemes.com