rose-huchi-paikhana-re-,-mahadeijoda-(1)

ଲଜ୍ଜା! ଏମ୍ଡିଏମ୍ ରୋଷେଇ ହେଉଛି ପାଇଖାନାରେ

19

ମହାଦେଈଯୋଡ଼ା,୧୭ା୮(ଆପ୍ର): ବାଂଶପାଳ ବ୍ଲକର ଉପର ରାୟଗୋଡ ପଞ୍ଚାୟତ ଛଡାଡିହି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏକ ଅଧଗଢା ପାଇଖାନାରେ ପ୍ରସ୍ତୁତ ହେଉଥିବା ଜଣାପଡିଛି । ବଣ ଜଙ୍ଗଲ ଘେରା ଏହି ଆଦିବାସୀ ଗାଁରେ ଥିବା ବିଦ୍ୟାଳୟର ଚାରିପାଖରେ ପାଚେରୀ ନାହିଁ, ରୋଷେଇ ଘର ନାହିଁ ଫଳରେ ଛାତ୍ରଛାତ୍ରୀ ଅସୁରକ୍ଷିତ ଅବସ୍ଥାରେ ବିଦ୍ୟାଳୟରେ ପାଠ ପଢନ୍ତି । ଦୀର୍ଘ ଦିନ ଧରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପ୍ରଚଳନ ନଥିଲେ ମଧ୍ୟ ଏହି ବିଦ୍ୟାଳୟ ପାଇଁ ଏକ ରୋଷେଇ ଘର ନଥିବାରୁ ଅନେକ ସମୟରେ ଗଛମୂଳେ ରୋଷେଇ କରାଯାଏ କିନ୍ତୁ ବର୍ଷା ହେଲେ ରୋଷେଇ କାର୍ଯ୍ୟ କରିବା ପାଇଁ ଅଧାଗଢା ପାଇଖାନା ଭିତରକୁ ନେଇ ରୋଷେଇ କରିବାକୁ ପଡେ । ଫଳରେ ପିଲାଙ୍କର ଏହି ଘଟଣାକୁ ଲକ୍ଷ୍ୟ କରି ଶିଶୁମାନଙ୍କର ମାନସିକତା ଅତ୍ୟନ୍ତ ନିମ୍ନମାନର ହେବା ପାଇଁ ବାଧ୍ୟ ହେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୋଷାକ, ବହି, ସିଲଟ, ଖାତା ବଣ୍ଟନ କରାଯାଉଥିବା ବେଳେ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବା କଥା ତାଙ୍କ ମନରୁ ହିନମନ୍ୟନ୍ତା ଦୂର କରିବା ପାଇଁ ମଧ୍ୟାହ୍ନଭୋଜନ ରୋଷେଇ ଘରଟିଏ ନିର୍ମାଣ କରିବା ପାଇଁ ଦାବି ହୋଇଛି ।




Powered by odothemes.com