T2018081452112

ନିରର୍ଥକ ବିବାଦରେ ପଡ଼ି ଲକ୍ଷ୍ୟଚୁ୍ୟତ ହୁଅନା

204

ନୂଆଦିଲ୍ଲୀ, ୧୪ା୮: ଆଜି ଆମେ ଏକ ନିର୍ଣ୍ଣାୟକ ସମୟ ଦେଇ ଗତି କରୁଛୁ । ଏପରି ସ୍ଥିତିରେ, ଆମକୁ ଏଥିପ୍ରତି ଜୋର ଦେବା ପଡ଼ିବ ଯେ ଆମେ ଯେପରି ଧ୍ୟାନ ଏଡ଼ାଇବା ଭଳି ପ୍ରସଙ୍ଗରେ ମଜ୍ଜି ରହିବା ନାହିଁ, ଏବଂ ନିରର୍ଥକ ବିବାଦରେ ପଡ଼ି ନିଜ ଲକ୍ଷ୍ୟ ପଥରୁ ବିଚୁ୍ୟତ ହେବା ନାହିଁ । ଏ ଦେଶ ‘ଆମ ସମସ୍ତ ଭାରତବାସୀଙ୍କର ଅଟେ’, କେବଳ ସରକାରଙ୍କର ନୁହେଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଦେଇଥିବା ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ କୋବିନ୍ଦ କହିଛନ୍ତି ଯେ ଆଜକୁ ଦଶ-କୋଡ଼ିଏ ବର୍ଷ ତଳେ, ପ୍ରାସଙ୍ଗିକ ନଥିଲା? କେତେକ କ୍ଷେତ୍ର ପର୍ଯ୍ୟନ୍ତ ଏହା ନିଶ୍ଚିତ ଭାବେ ସେତେବେଳେ ପ୍ରାସଙ୍ଗିକ ରହିଥିବ । ତଥାପି, ଆଜି ଆମେ ନିଜ ଇତିହାସର ଏପରି ଏକ ମୋଡ଼ରେ ଛିଡ଼ା ହୋଇଛୁ, ଯାହା ପୂର୍ବାପେକ୍ଷା ଭିନ୍ନ । ଆଜି ଆମେ ଏପରି ଅନେକ ଲକ୍ଷ୍ୟର ଯଥେଷ୍ଟ ନିକଟରେ ରହିଛୁ, ଯେଉଁଥିପାଇଁ ଆମେ ବର୍ଷ ବର୍ଷ ଧରି ପ୍ରୟାସ କରିଆସୁଛୁ । ସମସ୍ତ ପାଇଁ ବିଦୁ୍ୟତ ସଂଯୋଗ, ଖୋଲାରେ ମଳତ୍ୟାଗରୁ ମୁକ୍ତି, ସବୁ ବାସହୀନଙ୍କ ପାଇଁ ଘର ଏବଂ ଅତି ଦାରିଦ୍ର୍ୟ ଦୂର କରିବାର ଲକ୍ଷ୍ୟ ଏବେ ଆମ ହାତ ପାହାନ୍ତାରେ ରହିଛି । ଆଜି ଆମେ ଏକ ନିର୍ଣ୍ଣାୟକ ସମୟ ଦେଇ ଗତି କରୁଛୁ । ଏପରି ସ୍ଥିତିରେ, ଆମକୁ ଏଥିପ୍ରତି ଜୋର ଦେବା ପଡ଼ିବ ଯେ ଆମେ ଯେପରି ଧ୍ୟାନ ଏଡ଼ାଇବା ଭଳି ପ୍ରସଙ୍ଗରେ ମଜ୍ଜି ରହିବା ନାହିଁ, ଏବଂ ନିରର୍ଥକ ବିବାଦରେ ପଡ଼ି ନିଜ ଲକ୍ଷ୍ୟ ପଥରୁ ବିଚୁ୍ୟତ ହେବା ନାହିଁ । ନିଜ ଦେଶର ଯୁବକମାନଙ୍କଠାରେ ଆଦର୍ଶବାଦ ଏବଂ ଉତ୍ସାହକୁ ଦେଖି ମୋତେ ଅତ୍ୟନ୍ତ ସନ୍ତୋଷ ଅନୁଭୂତ ହେଉଛି । ସେମାନଙ୍କଠାରେ ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ପାଇଁ ଏବଂ ନିଜ ଦେଶ ପାଇଁ କିଛି ନା କିଛି ହାସଲ କରିବାର ଭାବନା ଦେଖାଦେଉଛି । ନୈତିକ ଶିକ୍ଷାର ଏହାଠାରୁ ଉତ୍ତମ ଉଦାହରଣ ଆଉ ନାହିଁ । ଶିକ୍ଷାର ଉଦେ୍ଦଶ୍ୟ କେବଳ ଡିଗ୍ରୀ କିମ୍ବା ଡିପ୍ଲୋମା ହାସଲ କରିବାରେ ନାହିଁ, ବରଂ ସମସ୍ତଙ୍କ ଜୀବନକୁ ଉନ୍ନତ କରିବାର ଭାବନାକୁ ଜଗାଇବାରେ ରହିଛି । ଏପରି ଭାବନା ଦ୍ୱାରା ହିଁ ସମ୍ବେଦନଶୀଳତା ଏବଂ ବନ୍ଧୁତାକୁ ପ୍ରୋତ୍ସାହନ ମିଳିବ । ଏହା ହିଁ ଭାରତୀୟତା । ଏହା ହିଁ ଭାରତ ଅଟେ । ଏ ଭାରତ ଦେଶ ‘ଆମ ସମସ୍ତ ଭାରତବାସୀଙ୍କର ଅଟେ’, କେବଳ ସରକାରଙ୍କର ନୁହେଁ ବୋଲି ରାଷ୍ଟ୍ରପତି କହିଛନ୍ତି ।
ରାଷ୍ଟ୍ରପତି କହିଥିଲେ ଯେ ଆସନ୍ତାକାଲି ଆମ ସ୍ୱାଧୀନତାର ୭୧ ବର୍ଷ ପୂରଣ ହେଉଛି । ଆସନ୍ତାକାଲି ଆମେ ଆମ ୭୨ତମ ସ୍ୱାଧୀନତା ଦିବସ ପାାଳନ କରିବୁ । ରାଷ୍ଟ୍ର-ଗୌରବର ଏହି ଅବସରରେ, ମୁଁ ଆପଣମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ୧୫ ଅଗଷ୍ଟର ଏହି ଦିନ, ପ୍ରତ୍ୟେକ ଭାରତୀୟ ପାଇଁ ପବିତ୍ର ହୋଇଥାଏ, ସେମାନେ ଦେଶରେ ଥା’ନ୍ତୁ କି ବିଦେଶରେ । ଏହି ଦିନ, ଆମେ ସମସ୍ତେ ଆମ ‘ଜାତୀୟ ପତାକା’ ନିଜ ନିଜ ଘରେ, ବିଦ୍ୟାଳୟରେ, କାର୍ଯ୍ୟାଳୟରେ, ନଗର ଏବଂ ଗ୍ରାମ ପଂଚାୟତ, ସରକାରୀ ଏବଂ ଘରୋଇ ବାସଭବନରେ ଉତ୍ସାହର ସହିତ ଉତୋଳନ କରିଥାଉ । ଆମର ‘ତ୍ରିରଙ୍ଗା’ ଆମ ଦେଶର ଅସ୍ମୀତାର ପ୍ରତୀକ ଅଟେ ।
ଆମେ ଭାଗ୍ୟଶାଳୀ ଯେ ଆମକୁ ଏପରି ଏକ ମହାନ ଦେଶଭକ୍ତମାନଙ୍କ ବଂଶପରମ୍ପରା ପ୍ରାପ୍ତ ହୋଇଛି । ଦେଶର ବିକାଶ କରିବା ଏବଂ ଦାରିଦ୍ର୍ୟ ଓ ଅସମାନତାରୁ ମୁକ୍ତି ପାଇବା ଲାଗି କାର୍ଯ୍ୟ କରିବାକୁ ପଡିବ । ଏହା ହିଁ ହେବ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ।
ଆମର କୃଷକ, ସେହି କୋଟି କୋଟି ଦେଶବାସୀଙ୍କ ଲାଗି ଅନ୍ନ ଉତ୍ପନ୍ନ କରୁଛନ୍ତି, ଯେଉଁମାନଙ୍କୁ ସେମାନେ କେବେ ସାମ୍ନାସାମ୍ନି ଭେଟିନାହାନ୍ତି । ସେମାନେ ଦେଶ ଲାଗି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରାଇ, ଆମ ସ୍ୱାଧୀନତାକୁ ବଳ ଦେଉଛନ୍ତି । ଆମର ସୈନିକ, ସୀମାରେ ରହି, ବରଫାବୃତ ପାହାଡ଼ରେ, ଟାଣ ଖରାରେ, ସାଗର ଏବଂ ଆକାଶରେ, ପୂର୍ଣ୍ଣ ସାହସର ସହିତ ଏବଂ ସତର୍କତାର ସହିତ, ଦେଶର ସୁରକ୍ଷାରେ ସମର୍ପିତ ରହୁଛନ୍ତି । ସେମାନେ ବାହ୍ୟ ବିପଦରୁ ସୁରକ୍ଷା ପ୍ରଦାନ କରି ଆମ ସ୍ୱାଧୀନତାକୁ ସୁନିଶ୍ଚିତ କରୁଛନ୍ତି । ଆମର ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ଅନେକ ପ୍ରକାରର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି । ସେମାନେ ଆତଙ୍କବାଦର ମୁକାବିଲା କରିଥାନ୍ତି, ଏବଂ ଅପରାଧର ନିରାକରଣ ତଥା ଆଇନ ଶୃଙ୍ଖଳା ରକ୍ଷା କରିବା ସହ ପ୍ରାକୃତିକ ଦୁର୍ବିପାକରେ ସହାୟତା କରିଥାନ୍ତି ।
ମହିଳାମାନଙ୍କର, ଆମ ସମାଜରେ, ଏକ ବିଶେଷ ଭୂମିକା ରହିଛି । ଏହି ସାର୍ଥକତା, ଘରେ ମା’, ଭଉଣୀ ଏବଂ ଝିଅମାନଙ୍କ ରୂପରେ, ଏବଂ ଘର ବାହାରେ ନିଜ ନିଷ୍ପତ୍ତି ଅନୁସାରେ ଜୀବନ ବିତାଇବା ଲାଗି ସେମାନଙ୍କ ସ୍ୱାଧୀନତାରେ ପ୍ରତିଫଳିତ ହୋଇପାରିବ । ଆମର ନବଯୁବକ, ଭାରତର ଆଶା ଏବଂ ଆକାଂକ୍ଷାର ମୂଳଦୁଆ ଅଟନ୍ତି । ଆଉ ଚାରି ବର୍ଷ ପରେ ଆମେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ପାଳନ କରିବା । ଭାରତୀୟ ପରମ୍ପରାରେ, ଦରିଦ୍ର-ନାରାୟଣଙ୍କ ସେବାକୁ ସବୁଠୁ ଭଲ କାମ ବୋଲି କୁହାଯାଇଛି । କିଛି ସପ୍ତାହ ପରେ ୨ ଅକ୍ଟୋବର ଠାରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଆରମ୍ଭ ହୋଇଯିବ । ଗାନ୍ଧୀଜୀ, କେବଳ ଆମ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇନଥିଲେ, ବରଂ ସେ ଆମର ନୈତିକ ପଥ ପ୍ରଦର୍ଶକ ମଧ୍ୟ ଥିଲେ, ଏବଂ ସବୁବେଳେ ରହିଥିବେ । ଆମକୁ ଗାନ୍ଧୀଜୀଙ୍କ ବିଚାରଧାରାର ଗଭୀରତାକୁ ବୁଝିବା ଲାଗି ପ୍ରୟାସ କରିବାକୁ ହେବ । ସେ ରାଜନୀତି ଏବଂ ସ୍ୱାଧୀନତାର ସୀମିତ ପରିଭାଷାକୁ ଗ୍ରହଣ କରୁନଥିଲେ । ଗାନ୍ଧୀଜୀ ଏବଂ ଭାରତର ଚିନ୍ତାଧାରା “ବସୁଧୈବ କୁଟୁମ୍ବକମ୍” ଭାବେ ରହିଆସିଛି, ଆମେ ସାରା ବିଶ୍ୱକୁ ଏକ ପରିବାର ବୋଲି ଗ୍ରହଣ କରିଛୁ । ସେଥିପାଇଁ ଆମର ଧ୍ୟାନ ସବୁବେଳେ ବିଶ୍ୱ କଲ୍ୟାଣ ପ୍ରତି ରହିଥାଏ ।

ସେଆର କରନ୍ତୁ:



Powered by odothemes.com