taru-patra

ବିଧବା ତରୁ ପାତ୍ରଙ୍କୁ ମିଳିଲା ସରକାରୀଙ୍କ ସହାୟତା

58

ଘଟଗାଁ,୧୪ା୮(ଆପ୍ର):ସରକାର ଅସହାୟ ଗରିବ ଓ ଦରିଦ୍ର ପରିବାରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ଏହି ଯୋଜନାରୁ ଏମିତି ଅନେକ ଅଛନ୍ତି ଯାହାକି ସେମାନ ଏଥିରୁ ବଞ୍ଚିତ ହେଉଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଘଟଗାଁ ବ୍ଲକ ମେଲାଣ ଗାଁର ଅସହାୟ ବୃଦ୍ଧା ଝାଟି ମାଟି ଘରେ ଜୀବନ ଅତିବାହିତ କରୁଛନ୍ତି । ମେଲାଣର ୭୦ବର୍ଷୀୟା ବିଧବା ବୃଦ୍ଧା ତରୁ ପାତ୍ର । ସ୍ୱାମୀ ବହୁ ବର୍ଷ ପୂର୍ବେ ମରିଯାଇଥିବାରୁ ବୃଦ୍ଧା ଜଣକ ନିଜର ଏକମାତ୍ର ଝିଅ-ଜୋଇଁଙ୍କ ଘରେ ରହୁଥିଲେ । ତେବେ ବୃଦ୍ଧା ଜଣଙ୍କ ତାଙ୍କ ଝିଅ ଘରେ ୭ବର୍ଷ ରହିବା ପରେ ଏବେ ତାଙ୍କ ଜ୍ୱାଇଁ ତାକୁ ପୋଷି ପାରିବ ନାହିଁ କହି ଘରୁ ବାହାର କରିଦେଇଛି । ଝିଅ ଜୋଇଁ ଘରୁ ବାହାର କରିଦେବା ପରେ ଏବେ ଅସହାୟ ହୋଇ ପଡିଛନ୍ତି ତରୁ । ନିଜର ଘର ଦ୍ୱାର ନଥିବାରୁ ସେ ଏବେ ନିଜ ଚେଷ୍ଟାରେ ଝାଟି-ମାଟି ଘର ତିଆରି କରି ରହୁଛନ୍ତି । ବର୍ଷା ଦିନ ହୋଇଥିବାରୁ ସେ ନାହିଁ ନଥିବା ହଇରାଣ ହେଉଛନ୍ତି । ସରକାରଙ୍କ ଯୋଜନାରେ ସାମିଲ ହୋଇ ନଥିବା ଖବର ଲୋକଲୋଚନ ଏବଂ ବ୍ଲକ୍ ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ବ୍ଲକ୍ ଚେୟାଚମ୍ୟାନ୍ ନିଜେ ତରୁ ପାତ୍ରଙ୍କୁ ଭେଟି ସରକାରଙ୍କ ତରଫରୁ ଦୁଇ ତିନି ଦିନ ମଧ୍ୟରେ ଘର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଆମ ପ୍ରତିନିଧି ପ୍ରଶାସନଲୁ ପ୍ରଶ୍ନ କରିବାରୁ ଆଗରୁ ତରୁ ପାତ୍ରଙ୍କୁ ଘର ମିଳୁନଥିଲା କାହିଁକି? ଉତ୍ତରରେ ବ୍ଲକ୍ ଚେୟାରମ୍ୟାନ କହିଲେ, ଗଲା ୭-୮ ବର୍ଷ ହେବ ତରୁ ପାତ୍ର ତା’ ଝିଅ ଘରେ ରହୁଥିଲା । ତେଣୁ ଆମ ଦୃଷ୍ଟିକୁ ଆସିନଥିଲା, ଏବେ ଜାଣିଲା ପରେ ଆମେ ଯାଇ ଦେଖାଦେଖି କରି ଆସିଛୁ ଏବଂ ଦିନେ ଦୁଇଦିନ ଭିତରେ ଘର ବ୍ୟବସ୍ଥା କରାଯିବ ।

ସେଆର କରନ୍ତୁ:



Powered by odothemes.com