MITEL-MISHAN-UDGHATITA,-KJR

ଓଡ଼ିଶା ମିଲେଟ୍ ମିଶନ ଉଦ୍ଘାଟିତ

20

କେନ୍ଦୁଝର,୧୪ା୮(ଆପ୍ର): ରାଜ୍ୟରେ ଦେଶୀ ପୁଷ୍ଟିକର ଶସ୍ୟ ଗୁଡିକର ପୁନରୁଦ୍ଧାର ଓ ବହୁଳ ବ୍ୟବହାର ପାଇଁ ରାଜ୍ୟ ସରକାର ଓଡ଼ିଶା ମିଲେଟ ମିଶନ ଜରିଆରେ ରାଜ୍ୟବ୍ୟାପୀ ଏହାକୁ ଲୋକପ୍ରିୟ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଶାସନ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । ଓଡ଼ିଶା ମିଲେଟ ମିଶନ ଏବଂ ଜିଲ୍ଲା କୃଷି ବିଭାଗର ମିଳିତ ସହଯୋଗରେ ମଙ୍ଗଳବାର ଡିଏନ୍ ହାଇସ୍କୁଲ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଆଶିଷ ଠାକ୍ରେ ଉଦ୍ଘାଟନ କରିଥିଲେ । ପାହାଡିଆ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋପ ପାଇବାକୁ ବସିଥିବା ଦୁର୍ମୁଲ୍ୟ ଶସ୍ୟ ଯଥା ମାଣ୍ଡିଆ, ସୁଆଁ, ଗୁଳୁଦି, ଜଅ, କାଙ୍ଗୁଲ ଆଦି ଶସ୍ୟକୁ ଉତ୍ପାଦନ, ପ୍ରୋସେସିଂ ଏବଂ ବଜାର ବ୍ୟବସ୍ଥା ସୃଷ୍ଟି ପାଇଁ ଏହି ମିଶନର ଲକ୍ଷ୍ୟ ବୋଲି ଜଣାପଡିଛି । ରାଜ୍ୟର ୧୧ଟି ଜିଲ୍ଲାରେ ଏହି ଅଭିଯାନ ଜାରି ରହିଥିବା ବେଳେ କେନ୍ଦୁଝର ଜିଲ୍ଲାକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଆଶ୍ରମ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଆଦି ଅନୁଷ୍ଠାନ ଗୁଡିକରେ ଏହାର ବହୁଳ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକ୍ରେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ଅଙ୍ଗନୱାଡି କର୍ମୀ, ୬୦ଜଣ ଚାଷୀ ସେମାନଙ୍କ ଦ୍ୱାରା ମଣ୍ଡିଆରେ ପ୍ରସ୍ତୁତ ସୁସ୍ୱାଦ ବିସ୍କୁଟ, ଲଡୁ ଆଦି ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପି.ଡି.ଡି.ଆର.ଡି.ଏ., ଚମ୍ପୁଆ ଉପଜିଲ୍ଲାପାଳ, ଜିଲ୍ଲା କୃଷି ଉପନିଦେ୍ର୍ଦଶକ ଏବଂ ଟେଣ୍ଡର ପାଇଥିବା ୱାସନ ସଂସ୍ଥାର କର୍ମଚାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଡିଏମ୍ଏଫ୍ ଅନୁଦାନ ଦ୍ୱାରା ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି ।

ସେଆର କରନ୍ତୁ:



Powered by odothemes.com